କିଛି ଜଣା, କିଛି ଅଜଣା କଥାକୁ ନେଇ ଫିଲ୍ମ ଫ୍ରାଇଡେରେ ପରଦାକୁ ଆସିଲା ‘ରାଜି’

ମୁମ୍ବାଇ: ଫିଲ୍ମ ଫ୍ରାଇଡେରେ ଆଜି ରିଲିଜ୍‌ ହେଉଛି ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ରାଜି’। ୧୯୭୧ରେ ଭାରତ ପାକିସ୍ତାନ ଯୁଦ୍ଧ ସମୟରେ ଜଣେ ଭାରତୀୟ ଗୁପ୍ତଚରର ଜୀବନ କାହାଣୀ ଉପରେ ଆଧାରିତ ଏହାର କାହାଣୀ। ଏଥିରେ ଆଲିଆ ଜଣେ ପାକିସ୍ତାନୀ ସେନା ଅଧିକାରୀଙ୍କୁ ବିବାହ କରୁଛନ୍ତି। ଆଉ ପାକିସ୍ତାନରେ ରହି ଭାରତ ପାଇଁ ଯୋଗାଡ଼ କରୁଛନ୍ତି ତଥ୍ୟ। ଏହି ଚଳଚ୍ଚିତ୍ରରେ ଆଲିଆଙ୍କୁ ପ୍ରଥମ ଥର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ବଳିଷ୍ଠ ଚରିତ୍ରରେ ଦେଖିବାକୁ […]

gd

Rakesh Mallick
  • Published: Friday, 11 May 2018
  • , Updated: 11 May 2018, 02:59 PM IST

ମୁମ୍ବାଇ: ଫିଲ୍ମ ଫ୍ରାଇଡେରେ ଆଜି ରିଲିଜ୍‌ ହେଉଛି ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ରାଜି’। ୧୯୭୧ରେ ଭାରତ ପାକିସ୍ତାନ ଯୁଦ୍ଧ ସମୟରେ ଜଣେ ଭାରତୀୟ ଗୁପ୍ତଚରର ଜୀବନ କାହାଣୀ ଉପରେ ଆଧାରିତ ଏହାର କାହାଣୀ। ଏଥିରେ ଆଲିଆ ଜଣେ ପାକିସ୍ତାନୀ ସେନା ଅଧିକାରୀଙ୍କୁ ବିବାହ କରୁଛନ୍ତି। ଆଉ ପାକିସ୍ତାନରେ ରହି ଭାରତ ପାଇଁ ଯୋଗାଡ଼ କରୁଛନ୍ତି ତଥ୍ୟ। ଏହି ଚଳଚ୍ଚିତ୍ରରେ ଆଲିଆଙ୍କୁ ପ୍ରଥମ ଥର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ବଳିଷ୍ଠ ଚରିତ୍ରରେ ଦେଖିବାକୁ ମିଳିବ। ତାହେଲେ ଚାଲନ୍ତୁ ଜାଣିବା ଫିଲ୍ମ ବିଷୟରେ ଆଉ କିଛି ତଥ୍ୟ।

ନିର୍ଦ୍ଦେଶକ: ମେଘନା ଗୁଲଜାର

ଷ୍ଟାର କାଷ୍ଟ: ଆଲିଆ ଭଟ୍ଟ,  ବିକ୍କି କୌଶଲ,  ରଜିତ୍‌ କପୁର,  ଜୟଦୀପ ଅହଲାୱତ, ଅମତା ଖାନ୍‌ୱିଲକର, ସୋନି ରାଜଦାନ୍‌

ଅବଧି - ୨ ଘଣ୍ଟା ୨୦ ମିନିଟ୍‌

ସାର୍ଟିଫିକେଟ୍‌:U/A

ରେଟିଂ: ୪ ଷ୍ଟାର

କାହିଁକି ଦେଖିବେ ଫିଲ୍ମ: ଫିଲ୍ମର କାହାଣୀ  ହରିନ୍ଦର ସିକ୍କାଙ୍କ ଉପନ୍ୟାସ  ‘କଳିଙ୍ଗ ସହମତ’ ଉପରେ ଆଧାରିତ। କିନ୍ତୁ ଏହାର ଉପସ୍ଥାପନ ଶୈଳୀ ଏତେ ସୁନ୍ଦର ହୋଇଛି ଯେ, ଏହାକୁ ପ୍ରଶଂସା ନ କରି ଆପଣ ରହିପାରିବେ ନାହିଁ। ନିର୍ଦ୍ଦେଶକ ମେଘନା ଗୁଲଜାର ଅନେକ ଗବେଷଣା କରି ଏହି ସୁନ୍ଦର ଫିଲ୍ମକୁ ଦର୍ଶକଙ୍କୁ ଉପହାର ଦେଇଛନ୍ତି।  ଏହାର ସୁଟିଂ ଖୁବ୍‌ ସୁନ୍ଦର ଲୋକେସନ୍‌ରେ ହୋଇଛି। ଦେଖିଲେ କେବେବି ଲାଗିବନି କି ୨ ଘଣ୍ଟା ୨୦ ମିନିଟ୍‌ର ଏହି ଫିଲ୍ମ ମାତ୍ର ୪୯ ଦିନରେ ସୁଟ୍‌ ହୋଇଛି ବୋଲି। ସବୁଠାରୁ ବଡ କଥା ହେଉଛି ଏଥିରେ ଆଲିଆଙ୍କ ଅଭିନୟ ମଧ୍ୟ ଖୁବ୍‌ ଚିତ୍ତାକର୍ଷକ ହୋଇଛି।

ଫିଲ୍ମଟିକୁ ଦେଖିବା ପରେ ଜଣେ ଗୁପ୍ତଚର ସମ୍ପର୍କରେ ଏମିତି ଅନେକ ଅକୁହା କଥା ଆଉ ଅଜଣା ଉପଲବ୍ଧି ସମ୍ପର୍କରେ ଆପଣ ଅଙ୍ଗାଙ୍ଗୀ ହେବେ। ଯାହା ଜଣେ ଦର୍ଶକ ଭାବେ ଆପଣ ଏହି ଚଳଚ୍ଚିତ୍ର ଦେଖି ବୁଝିପାରିବେ।

 

 

Related story