ରିଲିଜ ହେଲା ‘ଜଗା ହାତରେ ପଘା’ର ଅଡିଓ

ଭୁବନେଶ୍ୱର: ରିଲିଜ ହୋଇଛି ତରଙ୍ଗ ସିନେ ପ୍ରଡକସନରର ମଲ୍ଟି ଷ୍ଟାରର୍ ଫିଲ୍ମ ‘ଜଗା ହାତରେ ପଘା’ର ଅଡିଓ । ଏହି ଫିଲ୍ମରେ ରହିଛି ଡିଫରେଣ୍ଟ ଷ୍ଟାଇଲର ୫ଟି ଗୀତ । ଏହାକୁ ଗାଇଛନ୍ତି ଉଦିତ ନାରାୟଣ ଓ ବିନୋଦ ରାଠୋରଙ୍କ ଭଳି ରିନାଉଣ୍ଡ ସିଙ୍ଗର। ଯାହାକୁ ଶ୍ରୋତା ବେଶ ପସନ୍ଦ କରିଛନ୍ତି। ବଲିଉଡ ସିଙ୍ଗର୍ ବିନୋଦ ରାଠୋରଙ୍କ ଦମଦାର ଭଏସରେ ସିନେଷ୍ଟାର ଅନୁଭବଙ୍କ ଜବରଦସ୍ତ ଆକ୍ସନ ଦେଖିବାକୁ ମିଳୁଛି ଏହି ଗୀତରେ । ଏହାସହ ବେଙ୍ଗଲ୍ ବ୍ୟୁଟି […]

jaga

Rakesh Mallick
  • Published: Tuesday, 29 September 2015
  • , Updated: 29 September 2015, 01:21 PM IST

ଭୁବନେଶ୍ୱର: ରିଲିଜ ହୋଇଛି ତରଙ୍ଗ ସିନେ ପ୍ରଡକସନରର ମଲ୍ଟି ଷ୍ଟାରର୍ ଫିଲ୍ମ ‘ଜଗା ହାତରେ ପଘା’ର ଅଡିଓ । ଏହି ଫିଲ୍ମରେ ରହିଛି ଡିଫରେଣ୍ଟ ଷ୍ଟାଇଲର ୫ଟି ଗୀତ । ଏହାକୁ ଗାଇଛନ୍ତି ଉଦିତ ନାରାୟଣ ଓ ବିନୋଦ ରାଠୋରଙ୍କ ଭଳି ରିନାଉଣ୍ଡ ସିଙ୍ଗର। ଯାହାକୁ ଶ୍ରୋତା ବେଶ ପସନ୍ଦ କରିଛନ୍ତି। ବଲିଉଡ ସିଙ୍ଗର୍ ବିନୋଦ ରାଠୋରଙ୍କ ଦମଦାର ଭଏସରେ ସିନେଷ୍ଟାର ଅନୁଭବଙ୍କ ଜବରଦସ୍ତ ଆକ୍ସନ ଦେଖିବାକୁ ମିଳୁଛି ଏହି ଗୀତରେ । ଏହାସହ ବେଙ୍ଗଲ୍ ବ୍ୟୁଟି ଝିଲିଙ୍କ ଡାନ୍ସ ମୁଭସ୍ ବେଶ ମନଛୁଆଁ ହୋଇଛି । କେବଳ ଟାଇଟେଲ ଟ୍ରାକ୍ ନୁହେଁ ଉଦିତ ନାରାୟଣ, ଇରା ମହାନ୍ତି, ତପୁ ମିଶ୍ର, ଗୁଡଲି ରଥ ଓ ବିଶ୍ୱଜିତ ମହାନ୍ତି ଗାଇଥିବା ଗୀତଗୁଡିକୁ ବି ତାରିଫ୍ କରୁଛନ୍ତି ଶ୍ରୋତା।

ଆସନ୍ତା ଦୁର୍ଗାପୂଜାରେ ପରଦାକୁ ଆସିବ ‘ଜଗା ହାତରେ ପଘା’। ତା ପୂର୍ବରୁ ଫିଲ୍ମର ଗୀତ ରିଲିଜ୍ ହୋଇଛି। ଓଟିଭି ନେଟୱର୍କର କୋ ଫ।ଉଣ୍ଡର ତଥା ନିର୍ଦ୍ଦେଶିକା ଜଗି ମଙ୍ଗତ ପଣ୍ଡା ଫିଲ୍ମର ଅଡିଓ ରିଲିଜ୍ କରିଥିଲେ। କେ.ମୁରଲିକ୍ରିଷ୍ଣା ନିର୍ଦ୍ଦେଶିତ ଏହି ଫିଲ୍ମରେ ବୁଦ୍ଧାଦିତ୍ୟ ଓ ଏଲିନାଙ୍କୁ ମଧ୍ୟ ଦେଖିବାକୁ ମିଳିବ ଡିଫରେଣ୍ଟ ଗେଟଅପରେ । ଭେଟେରାନ୍ ଆକଟ୍ରେସ ମହେଶ୍ୱତା ରାୟ, ଅଜିତ ଦାସ, ମିନକେତନ ବି ସିନେ ପ୍ରେମୀଙ୍କ ମନ ମୋହିବେ ଏହି ଫିଲ୍ମରେ।

କଣ୍ଠଶିଳ୍ପୀ ଇରା ମହାନ୍ତି କହିଛନ୍ତି ଅନୁଭବଙ୍କ ଷ୍ଟାର କାଷ୍ଟିଂରେ ଏକ ଭଜନ ରହିଛି, ମହେଶ୍ୱତା ମାଡାମଙ୍କ ପରି କଳାକାର ଏହି ଭଜନରେ ଆକ୍ଟିଂ କରିଛନ୍ତି । ଆଶା କରୁଛି ଏହା ଦର୍ଶକଙ୍କୁ ଭଲ ଲାଗିବ ଓ ମୋ ପରିଶ୍ରମର ମୂଲ୍ୟ ରହିବ। ସେହିପରି ଅଭିନେତା ଅନୁଭବ କହିଛନ୍ତି, ଆମେ ନିଷ୍ଠାର ସହ ପରିଶ୍ରମ କରିବା ସହ ନିଜର ଶତ ପ୍ରତିଶତ ଦେବାକୁ ଚେଷ୍ଟା କରିଛୁ । ଆଗକୁ ଜଗନ୍ନାଥଙ୍କ ହାତରେ ପଘା । ସେ ଯେମିତି ପଘା ବୁଳାଇବେ ଆମେ ସେହି ଆଡେ ବୁଲିବୁ ବୋଲି ଅନୁଭବ କହିଛନ୍ତି ।

ତରଙ୍ଗ ସିନେ ପ୍ରଡକସନର ମୁଖ୍ୟ ରଞ୍ଜନ ସତପଥୀ କହିଛନ୍ତି ଏହା ତରଙ୍ଗ ସିନେ ପ୍ରଡକସନର ତୃତୀୟ ଫିଲ୍ମ । ପୂଜା ବଜାରରେ ଦର୍ଶକଙ୍କ ଚାହିଦାକୁ ଆଖି ଆଗରେ ରଖି ମ୍ୟୁଜିକ ତିଆରି କରାଯାଛି । ଆଶା କରୁଛୁ ଦର୍ଶକଙ୍କ ମନକୁ ଛୁଇଁବ ।

Related story