ରିଲିଜ୍ ହେଲା ‘୧୯୨୦ ଲଣ୍ଡନ’, ‘ଟ୍ରାଫିକ୍’ ଓ ‘ୱାନ୍‌ ନାଇଟ୍‌ ଷ୍ଟାଣ୍ଡ୍’

ମୁମ୍ୱାଇ: ଫିଲ୍ମ ଫ୍ରାଇଡେ’ରେ ଆଜି ପରଦାକୁ ଆସିଛି ତିନୋଟି ଫିଲ୍ମ। ୧୯୨୦ ସରିଜ୍‌ର ତୃତୀୟ ଭାଗ ‘୧୯୨୦ ଲଣ୍ଡନ’, ‘ଟ୍ରାଫିକ୍’ ଏବଂ ସନି ଲିଅନଙ୍କ ଲଭ୍‌ ରୋମାନ୍ସ ଫିଲ୍ମ  ‘ୱାନ୍‌ ନାଇଟ୍‌ ଷ୍ଟାଣ୍ଡ୍’।  ଟିନୁ ସୁରେଶ ଦେଶାଇ ଫିଲ୍ମ ‘୧୯୨୦ ଲଣ୍ଡନ’ର ନିର୍ଦ୍ଦେଶନା ଦେଇଛନ୍ତି। ଫିଲ୍ମରେ ମୁଖ୍ୟ ଭୂମିକାରେ ଅଛନ୍ତି ସର୍ମନ ଯୋଶୀ,  ମୀର ଚୋପ୍ରା ଓ ବିଶାଲ୍ କରୱାଲ୍। ଭୂତ ପ୍ରେତକୁ ନେଇ ଫିଲ୍ମର କାହାଣୀ ଗତିଶୀଳ ହୋଇଛି। ସେହିପରି ଫିଲ୍ମ ‘ଟ୍ରାଫିକ୍’ ହେଉଛି ୨୦୧୧ […]

film

film

Rakesh Mallick
  • Published: Friday, 06 May 2016
  • Updated: 06 May 2016, 05:45 AM IST

Sports

Latest News

ମୁମ୍ୱାଇ: ଫିଲ୍ମ ଫ୍ରାଇଡେ’ରେ ଆଜି ପରଦାକୁ ଆସିଛି ତିନୋଟି ଫିଲ୍ମ। ୧୯୨୦ ସରିଜ୍‌ର ତୃତୀୟ ଭାଗ ‘୧୯୨୦ ଲଣ୍ଡନ’, ‘ଟ୍ରାଫିକ୍’ ଏବଂ ସନି ଲିଅନଙ୍କ ଲଭ୍‌ ରୋମାନ୍ସ ଫିଲ୍ମ  ‘ୱାନ୍‌ ନାଇଟ୍‌ ଷ୍ଟାଣ୍ଡ୍’।  ଟିନୁ ସୁରେଶ ଦେଶାଇ ଫିଲ୍ମ ‘୧୯୨୦ ଲଣ୍ଡନ’ର ନିର୍ଦ୍ଦେଶନା ଦେଇଛନ୍ତି। ଫିଲ୍ମରେ ମୁଖ୍ୟ ଭୂମିକାରେ ଅଛନ୍ତି ସର୍ମନ ଯୋଶୀ,  ମୀର ଚୋପ୍ରା ଓ ବିଶାଲ୍ କରୱାଲ୍। ଭୂତ ପ୍ରେତକୁ ନେଇ ଫିଲ୍ମର କାହାଣୀ ଗତିଶୀଳ ହୋଇଛି।

ସେହିପରି ଫିଲ୍ମ ‘ଟ୍ରାଫିକ୍’ ହେଉଛି ୨୦୧୧ ମସିହାରେ ରିଲିଜ୍ ହୋଇଥିବା ମାଲୟାଲମ୍ ଫିଲ୍ମ ଟ୍ରାଫିକ୍‌ର ରିମେକ୍। ମନୋଜ ବାଜପେୟୀ, ଜିମ୍ମି ସେରଗିଲ୍‌, ପ୍ରସନଜିତ୍ ଚାଟାର୍ଜୀ, ଦିବ୍ୟା ଦତ୍ତା ଏବଂ ନିକିତା ଥକୁରାଲ୍‌ଙ୍କୁ ଏହି ଫିଲ୍ମରେ ଦେଖିବାକୁ ମିଳିବ। ଫିଲ୍ମଟି ଜଣେ ଟ୍ରାଫିକ୍ ପୋଲିସ୍‌ର ଜୀବନୀକୁ ନେଇ ଆଧାରିତ।

ଏହି ଦୁଇଟି ଫିଲ୍ମକୁ ଟକ୍କର ଦେବ ରୋମାଣ୍ଟିକ୍ ଡ୍ରାମା ଫିଲ୍ମ ‘ୱାନ୍‌ ନାଇଟ୍‌ ଷ୍ଟାଣ୍ଡ’। ସନି ଲିଅନ୍‌ ଏବଂ ତନୁଜ ଭିରୱାନିଙ୍କୁ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଦେଖିପାରିବେ ଦର୍ଶକ। ଜସ୍‌ମିନ୍‌ ଡି.ସୌଜା ଏହି ଫିଲ୍ମକୁ ନିର୍ଦ୍ଦେଶନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos