ରିଲିଜ୍ ହେଲା ‘ଅଗସ୍ତ୍ୟ’ର ଅଡିଓ

ଭୁବନେଶ୍ୱର: ଗତକାଲି ଓଡ଼ିଆ ଫିଲ୍ମ ‘ଅଗସ୍ତ୍ୟ’ର ଅଡିଓ ରିଲିଜ୍ ହୋଇଛି। ଏହି ଫିଲ୍ମରେ ମୋଟ ୫ଟି ଗୀତର ରହିଛି। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମ ଆନନ୍ଦ। ହ୍ୟୁମାନ୍ ସାଗର, ବିଷ୍ଣୁମୋହନ କବି, ସତ୍ୟଜିତ୍, ଆଶୁତୋଷ, ପ୍ରଜ୍ଞା ଓ ଶିଶୁ କଣ୍ଠଶିଳ୍ପୀ ଆର୍ୟାନ ଗୀତଗୁଡ଼ିକୁ ଗାଇଛନ୍ତି। ତେବେ ପ୍ରଥମ ଥର ପାଇଁ  ଇଣ୍ଡିଆନ୍ ଆଇଡଲ୍‌ ଜୁନିୟର୍ ବିଜେତା ଅନନ୍ୟା ଶ୍ରୀତମ ନନ୍ଦ ଏହି ଫିଲ୍ମରେ କଣ୍ଠଦାନ କରିଛନ୍ତି। ଏହି ଫିଲ୍ମରେ ଲିଡ୍‌ ରୋଲରେ ଅନୁଭବ ମହାନ୍ତି ଓ ଝିଲିକ୍‌ଙ୍କୁ […]

film

Rakesh Mallick
  • Published: Sunday, 01 May 2016
  • , Updated: 01 May 2016, 05:32 AM IST

ଭୁବନେଶ୍ୱର: ଗତକାଲି ଓଡ଼ିଆ ଫିଲ୍ମ ‘ଅଗସ୍ତ୍ୟ’ର ଅଡିଓ ରିଲିଜ୍ ହୋଇଛି। ଏହି ଫିଲ୍ମରେ ମୋଟ ୫ଟି ଗୀତର ରହିଛି। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମ ଆନନ୍ଦ। ହ୍ୟୁମାନ୍ ସାଗର, ବିଷ୍ଣୁମୋହନ କବି, ସତ୍ୟଜିତ୍, ଆଶୁତୋଷ, ପ୍ରଜ୍ଞା ଓ ଶିଶୁ କଣ୍ଠଶିଳ୍ପୀ ଆର୍ୟାନ ଗୀତଗୁଡ଼ିକୁ ଗାଇଛନ୍ତି। ତେବେ ପ୍ରଥମ ଥର ପାଇଁ  ଇଣ୍ଡିଆନ୍ ଆଇଡଲ୍‌ ଜୁନିୟର୍ ବିଜେତା ଅନନ୍ୟା ଶ୍ରୀତମ ନନ୍ଦ ଏହି ଫିଲ୍ମରେ କଣ୍ଠଦାନ କରିଛନ୍ତି।

ଏହି ଫିଲ୍ମରେ ଲିଡ୍‌ ରୋଲରେ ଅନୁଭବ ମହାନ୍ତି ଓ ଝିଲିକ୍‌ଙ୍କୁ ଦେଖିବାକୁ ମିଳିବ। ଅତିଥି କଳାକାର ଭାବେ ଆକାଶ ଦାସ ନାୟକ ଅଭିନୟ କରିଥିବା ବେଳେ ଅନୁଭବ ଓ ଆକାଶଙ୍କ ଏହା ହେଉଛି ପ୍ରଥମ କମ୍ୱିନେସନ୍ ଫିଲ୍ମ।

କେ.ମୂରଲୀ କ୍ରିଷ୍ଣା ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି।

ଆସନ୍ତା ରଜରେ ଓଡ଼ିଶା ସହିତ ବେଙ୍ଗାଲୁରୁ, ହାଇଦ୍ରାବଦ, ମୁମ୍ୱାଇ, ଦିଲ୍ଲୀ ଓ ଦୁବାଇ ଆଦି ସ୍ଥାନରେ ଏହି ଫିଲ୍ମ ରିଲିଜ୍ ହେବ ବୋଲି ପ୍ରଯୋଜକ କହିଛନ୍ତି।

Related story