ରିଲିଜ୍‌ ହେଲା ଫିଲ୍ମ ‘ନିଲ୍‌ ବଟ୍ଟେ ସନ୍ନାଟ୍ଟା’ର ଟ୍ରେଲର

ମୁମ୍ୱାଇ: ମା’ ଓ ଝିଅର ସମ୍ପର୍କକୁ ନେଇ ଆଧାରିତ ଫିଲ୍ମ ‘ନିଲ୍‌ ବଟ୍ଟେ ସନ୍ନାଟ୍ଟା’ ଟ୍ରେଲର ରିଲିଜ୍‌ ହୋଇଛି। ସ୍ୱରା ଭାସ୍କରଙ୍କୁ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ। ଜଣେ  ଗୃହିଣୀ ମା’ର ଚରିତ୍ରରେ ସେ ଅଭିନୟ କରୁଛନ୍ତି।  ସେ ନିଜ ଝିଅକୁ ପାଠ ପଢାଇ ବଡ଼ ମଣିଷ କରାଇବାକୁ ଆଶା ରଖିଛନ୍ତି। ସ୍ୱରାଙ୍କ ଝିଅ ଚରିତ୍ରରେ ରିଆ ଶୁକ୍ଳା ଅଭିନୟ କରିଛନ୍ତି। ଅଶ୍ୱିନୀ ଅୟର ତିୱାରୀ  ଫିଲ୍ମଟିକୁ ନିର୍ଦ୍ଦେଶନା ଦେଇଛନ୍ତି। ସ୍ୱରା ଭାସ୍କର କହିଛନ୍ତି,“ […]

-nil-battey-sannata

Rakesh Mallick
  • Published: Tuesday, 22 March 2016
  • , Updated: 22 March 2016, 12:07 PM IST

ମୁମ୍ୱାଇ: ମା’ ଓ ଝିଅର ସମ୍ପର୍କକୁ ନେଇ ଆଧାରିତ ଫିଲ୍ମ ‘ନିଲ୍‌ ବଟ୍ଟେ ସନ୍ନାଟ୍ଟା’ ଟ୍ରେଲର ରିଲିଜ୍‌ ହୋଇଛି। ସ୍ୱରା ଭାସ୍କରଙ୍କୁ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ। ଜଣେ  ଗୃହିଣୀ ମା’ର ଚରିତ୍ରରେ ସେ ଅଭିନୟ କରୁଛନ୍ତି।  ସେ ନିଜ ଝିଅକୁ ପାଠ ପଢାଇ ବଡ଼ ମଣିଷ କରାଇବାକୁ ଆଶା ରଖିଛନ୍ତି। ସ୍ୱରାଙ୍କ ଝିଅ ଚରିତ୍ରରେ ରିଆ ଶୁକ୍ଳା ଅଭିନୟ କରିଛନ୍ତି। ଅଶ୍ୱିନୀ ଅୟର ତିୱାରୀ  ଫିଲ୍ମଟିକୁ ନିର୍ଦ୍ଦେଶନା ଦେଇଛନ୍ତି।

ସ୍ୱରା ଭାସ୍କର କହିଛନ୍ତି,“ ୧୫ ବର୍ଷ ଝିଅର ମା’ ଚରିତ୍ରରେ  ଅଭିନୟ କରିବାକୁ ଯେତେବେଳେ ମୋତେ ଅଫର୍ ମିଳିଥିଲା ଏହା ମୋ’ କ୍ୟାରିୟରକୁ ଶେଷ କରିଦେବ ବୋଲି ଭାବିଥିଲି। ତେବେ ସ୍କ୍ରିପ୍ଟ ପଢ଼ିବା ପରେ ସେହି ଚରିତ୍ରର ଗୁରୁତ୍ୱ ସମ୍ପର୍କରେ ଜାଣି ଏହି ଫିଲ୍ମରେ ଅଭିନୟ କରିବାକୁ ରାଜି ହୋଇଥିଲି।

୨୨ ଏପ୍ରିଲ୍‌ରେ ଏହି ଫିଲ୍ମ ରିଲିଜ୍‌ ହେବ।

Related story