ମୁମ୍ୱାଇ: ବଲିଉଡ କୋରିଓଗ୍ରାଫର ରେମୋ ଡିସୌଜା ହୃଦଘାତର ଶିକାର ହୋଇଛନ୍ତି। ଆଜି ଅପରାହ୍ନରେ ସେ ହୃଦଘାତର ଶିକାର ହୋଇଛନ୍ତି। ସେ ଏବେ ମୁମ୍ୱାଇର ଏକ ସିଟି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି। ଏ ନେଇ ତାଙ୍କ ସ୍ତ୍ରୀ ଲିଜେଲି ସୂଚନା ଦେଇଛନ୍ତି। ନିକଟରେ ରେମୋଙ୍କର ଆନଜିଓଗ୍ରାଫି ଅପରେସନ ହୋଇଥିଲା।
କୋରିଓଗ୍ରାଫି ବ୍ୟତୀତ ରେମୋ ଅନେକ ଫିଲ୍ମର ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି। ଫାଲତୁ, ଏବିସିଡି, ଏବିସିଡି2, ରେସ୍ 3, ଷ୍ଟ୍ରୀଟ୍ ଡାନ୍ସର ଭଳି ସିନେମା ତିଆରି କରିଛନ୍ତି ରେମୋ।