‘ବେଫିକ୍ରେ’ ଟ୍ରେଲର ଋଷିଙ୍କୁ ମନେପକାଇ ଦେଲା ଫିଲ୍ମ ‘ଚାନ୍ଦିନୀ’ କଥା

ମୁମ୍ବାଇ: ଡିସେମ୍ବର ୯ରେ ରିଲିଜ ହେବାକୁ ଥିବା ଆଦିତ୍ୟ ଚୋପ୍ରାଙ୍କ ଫିଲ୍ମ ‘ବେଫିକ୍ରେ’ର ଟ୍ରେଲର ନିକଟରେ ରିଲିଜ ହୋଇଯାଇଛି। ଟ୍ରେଲର ଦେଖିବା ପରେ ବଲିଉଡର ଜଣାଶୁଣା ଅଭିନେତା ଋଷି କପୁର ବହୁତ ଖୁସି ଅଛନ୍ତି। ଟ୍ରେଲରଟି ୧୯୮୯ର ଫିଲ୍ମ ‘ଚାନ୍ଦିନୀ’ କଥା ମନେପକାଇ ଦେଇଛି, ଯେଉଁଥିରେ ଶ୍ରୀଦେବୀ ମୋ ହିରୋଇନ ଥିଲେ ବୋଲି ଋଷି ଟ୍ୱିଟ୍ କରି କହିଛନ୍ତି। କେବଳ ସେତିକି ନୁହେଁ ଦୀର୍ଘ ୮ ବର୍ଷ ପରେ ଆଦିତ୍ୟ ଚୋପ୍ରା ଏଭଳି ଏକ ସୁନ୍ଦର ଫିଲ୍ମ […]

rishi-kapoor

rishi-kapoor

Rakesh Mallick
  • Published: Thursday, 13 October 2016
  • Updated: 13 October 2016, 04:06 PM IST

Sports

Latest News

ମୁମ୍ବାଇ: ଡିସେମ୍ବର ୯ରେ ରିଲିଜ ହେବାକୁ ଥିବା ଆଦିତ୍ୟ ଚୋପ୍ରାଙ୍କ ଫିଲ୍ମ ‘ବେଫିକ୍ରେ’ର ଟ୍ରେଲର ନିକଟରେ ରିଲିଜ ହୋଇଯାଇଛି। ଟ୍ରେଲର ଦେଖିବା ପରେ ବଲିଉଡର ଜଣାଶୁଣା ଅଭିନେତା ଋଷି କପୁର ବହୁତ ଖୁସି ଅଛନ୍ତି। ଟ୍ରେଲରଟି ୧୯୮୯ର ଫିଲ୍ମ ‘ଚାନ୍ଦିନୀ’ କଥା ମନେପକାଇ ଦେଇଛି, ଯେଉଁଥିରେ ଶ୍ରୀଦେବୀ ମୋ ହିରୋଇନ ଥିଲେ ବୋଲି ଋଷି ଟ୍ୱିଟ୍ କରି କହିଛନ୍ତି।

କେବଳ ସେତିକି ନୁହେଁ ଦୀର୍ଘ ୮ ବର୍ଷ ପରେ ଆଦିତ୍ୟ ଚୋପ୍ରା ଏଭଳି ଏକ ସୁନ୍ଦର ଫିଲ୍ମ ନେଇ ଆସୁଥିବାରୁ ସେ ବହୁତ ଖୁସି ବୋଲି ପ୍ରକାଶ କରିଛନ୍ତି। ‘ବେଫିକ୍ରେ’କୁ ସେ ‘ଚାନ୍ଦିନୀ’ ଫିଲ୍ମର ଆଡଳ୍ଟ ଭର୍ସନ ବୋଲି କହିଛନ୍ତି।

ଫିଲ୍ମରେ ଲିଡ ରୋଲରେ ରଣବୀର ସିଂ ଏବଂ ବାଣୀ କପୁର ନଜର ଆସିବେ। ଦୁହିଁଙ୍କ ଯୋଡ଼ି ପୂର୍ବରୁ ଚର୍ଚ୍ଚାରେ ଥିବା ବେଳେ ଟ୍ରେଲର ଓ ପୋଷ୍ଟରରେ ଦେଖାଯାଇଥିବା ତାଙ୍କ ରୋମାନ୍ସ ବେଶ ଆକର୍ଷଣୀୟ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos