ଶେଷ ଥର ପାଇଁ ତାଙ୍କୁ କେଉଁ ଉପହାର ଦେଇଥିଲେ ଋଷି କପୁର, ଟ୍ୱିଟ୍‌ କଲେ ନନ୍ଦିତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଲିଉଡ୍‌ର ବର୍ଷିୟାନ ଅଭିନେତା ଋଷି କପୁରଙ୍କୁ ଆଜି ମୁମ୍ବାଇର ମେରାଇନ୍ ଲାଇନ୍ସର ଚନ୍ଦନୱାଡି ଶ୍ମଶାନରେ ଅନ୍ତିମ ବିଦାୟ ଦିଆଯାଇଛି। ପାଞ୍ଚ ଦଶନ୍ଧି ଧରି ପରଦାରେ ରାଜ୍‌ କରି ଆସୁଥିବା ଋଷି ଆଜି ସମସ୍ତଙ୍କୁ ପର କରି ସବୁଦିନ ପାଇଁ ଆରପାରିକୁ ଚାଲିଯାଇଛନ୍ତି। ଇହଧାମରେ ନଥିବା ଋଷି ଯେ, ଦର୍ଶକଙ୍କ ହୃଦୟରେ ଚିର ଅଭୁଲା ହୋଇ ରହିବେ ତାହା ସୋଶାଲ ମିଡିଆରେ ତାଙ୍କୁ ନେଇ ହେଉଥିବା ଚର୍ଚ୍ଚାରୁ ହିଁ ବାରିହେଉଛି। ଝୁରୁଛି ବଲିଉଡ୍‌। ଝୁରୁଛନ୍ତି ଅଗଣିତ […]

u90-1

Tapas Behera
  • Published: Thursday, 30 April 2020
  • , Updated: 01 May 2020, 07:34 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଲିଉଡ୍‌ର ବର୍ଷିୟାନ ଅଭିନେତା ଋଷି କପୁରଙ୍କୁ ଆଜି ମୁମ୍ବାଇର ମେରାଇନ୍ ଲାଇନ୍ସର ଚନ୍ଦନୱାଡି ଶ୍ମଶାନରେ ଅନ୍ତିମ ବିଦାୟ ଦିଆଯାଇଛି। ପାଞ୍ଚ ଦଶନ୍ଧି ଧରି ପରଦାରେ ରାଜ୍‌ କରି ଆସୁଥିବା ଋଷି ଆଜି ସମସ୍ତଙ୍କୁ ପର କରି ସବୁଦିନ ପାଇଁ ଆରପାରିକୁ ଚାଲିଯାଇଛନ୍ତି। ଇହଧାମରେ ନଥିବା ଋଷି ଯେ, ଦର୍ଶକଙ୍କ ହୃଦୟରେ ଚିର ଅଭୁଲା ହୋଇ ରହିବେ ତାହା ସୋଶାଲ ମିଡିଆରେ ତାଙ୍କୁ ନେଇ ହେଉଥିବା ଚର୍ଚ୍ଚାରୁ ହିଁ ବାରିହେଉଛି। ଝୁରୁଛି ବଲିଉଡ୍‌। ଝୁରୁଛନ୍ତି ଅଗଣିତ ଦର୍ଶକ। ଋଷିଙ୍କୁ ନେଇ ଆଜି ସୁର ସାମ୍ରାଙ୍ଗୀ ଲତା ମଙ୍ଗେସ୍କର ପିଲାଦିନର ସାଇତା ସ୍ମୁତିକୁ ସେଆର କରିଛନ୍ତି।

ସେହିପରି ବଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀ ନନ୍ଦିତା ଦାଶ ମଧ୍ୟ ଋଷିଙ୍କ ସହ ବିତେଇଥିବା ଏକ ଅଭୁଲା ଅତୀତକୁ ମନେଇ ପକାଇଛନ୍ତି। ଉଭୟଙ୍କ ମଧ୍ୟରେ ଶେଷଥର ପାଇଁ ହୋଇଥିବା ଭେଟ-ଘାଟରେ ଋଷି ତାଙ୍କୁ ଏକ ବହି ଉପହାର ଦେଇଥିବା ନନ୍ଦିତା ଦାଶ ଟ୍ୱିଟରରେ ଫଟୋ ସହ ସେଆର କରିଛନ୍ତି। ଋଷି କାପୁରଙ୍କୁ ଭେଟିବା ପରେ ସେ ତାଙ୍କୁ ବହିଟିଏ ଦେଇଥିଲେ ବୋଲି ନନ୍ଦିତା ଉଲ୍ଲେଖ କରିଛନ୍ତି।

ମୁଁ ସବୁଦିନ ପାଇଁ ତାଙ୍କୁ ମିସ୍‌ କରିବି ବୋଲି ନନ୍ଦିତା ଲେଖିଛନ୍ତି। ସୂଚନା ଅନୁଯାୟୀ,  ୨ ବର୍ଷ ଧରି କର୍କଟ ରୋଗ ସହ ଲଢିବା ପରେ ଆଜି  ସକାଳ ୮ ଟା ୪୫ରେ ଋଷିଙ୍କ ଦେହାନ୍ତ ହୋଇଥିଲା।  ମୁମ୍ବାଇର ସାର୍ ଏଚ୍‌ ଏନ୍ ରିଲାଏନ୍‌ସ୍ ଫାଉଣ୍ଡେସନ୍ ହସ୍ପିଟାଲ୍‌ରେ ତାଙ୍କର ମୃତ୍ୟୁ ହୋଇଥିଲା।

Related story