ପରସ୍ପର ମୁହଁ ଦେଖିବାକୁ ଚାହୁଁ ନ ଥିବା ଦୀପିକା-ରୋମିଲ୍ ପରଦାରେ ହେବେ ମୁହାଁମୁହିଁ

ମୁମ୍ବାଇ: ‘ବିଗ୍‌ବସ୍‌-୧୨’ର ବିଜେତା ଦୀପିକା କକ୍କଡ଼ ଇବ୍ରାହିମ୍‌ ଓ ମାଷ୍ଟର ମାଇଣ୍ଡ ରୋମିଲ୍‌ ଚୌଧରୀଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ଶତ୍ରୁତା ବେଶ୍ ଚର୍ଚ୍ଚାରେ ରହୁଥିଲା। ଦୀପିକା ଶୋ’ରୁ ବାହାରିବା ପରେ ଅନେକ ସାକ୍ଷାତକାରରେ କହିଥିଲେ ଯେ, ସେ ରୋମିଲ୍‌ଙ୍କ ଚେହେରା ବି ଦେଖିବାକୁ ଚାହାଁନ୍ତି ନାହିଁ। ହେଲେ ଦୀପିକଙ୍କର ଏହି ଇଚ୍ଛା ପୂରା ହେଇପାରିଲା ନାହିଁ। କାରଣ ଷ୍ଟାରପ୍ଲସ୍‌ରେ ପ୍ରସାରିତ ହେଉଥିବା ଦୀପିକାଙ୍କ ଶୋ’ ‘କାହାଁ ହମ୍‌, କାହାଁ ତୁମ୍‌’ରେ ରୋମିଲ୍ ଚୌଧରୀଙ୍କର ଏଣ୍ଟ୍ରି ହେବାକୁ ଯାଉଛି। […]

romil

Chinmayee Roy
  • Published: Saturday, 29 June 2019
  • , Updated: 29 June 2019, 02:22 PM IST

ମୁମ୍ବାଇ: ‘ବିଗ୍‌ବସ୍‌-୧୨’ର ବିଜେତା ଦୀପିକା କକ୍କଡ଼ ଇବ୍ରାହିମ୍‌ ଓ ମାଷ୍ଟର ମାଇଣ୍ଡ ରୋମିଲ୍‌ ଚୌଧରୀଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ଶତ୍ରୁତା ବେଶ୍ ଚର୍ଚ୍ଚାରେ ରହୁଥିଲା। ଦୀପିକା ଶୋ’ରୁ ବାହାରିବା ପରେ ଅନେକ ସାକ୍ଷାତକାରରେ କହିଥିଲେ ଯେ, ସେ ରୋମିଲ୍‌ଙ୍କ ଚେହେରା ବି ଦେଖିବାକୁ ଚାହାଁନ୍ତି ନାହିଁ। ହେଲେ ଦୀପିକଙ୍କର ଏହି ଇଚ୍ଛା ପୂରା ହେଇପାରିଲା ନାହିଁ। କାରଣ ଷ୍ଟାରପ୍ଲସ୍‌ରେ ପ୍ରସାରିତ ହେଉଥିବା ଦୀପିକାଙ୍କ ଶୋ’ ‘କାହାଁ ହମ୍‌, କାହାଁ ତୁମ୍‌’ରେ ରୋମିଲ୍ ଚୌଧରୀଙ୍କର ଏଣ୍ଟ୍ରି ହେବାକୁ ଯାଉଛି।

ଦୀପିକାଙ୍କ ଆସିବା ପୂର୍ବରୁ ଚର୍ଚ୍ଚା ହେଉଥିଲା ଯେ ରୋମିଲ୍‌ ଏହି ଶୋ’ରେ ଅଭିନୟ କରିବେ। ହେଲେ କେଉଁ ଭୂମିକାରେ ଅଭିନୟ କରିବେ ସେ କଥା ଘୋଷଣା ହୋଇ ନଥିଲା। ସୂଚନା ଅନୁଯାୟୀ ଶୋ’ରେ ଦୀପିକାଙ୍କର ଏକ୍ସ-ବୟପ୍ରେଣ୍ଡ ଭାବେ ରୋମିଲ୍‌ଙ୍କର ଏଣ୍ଟ୍ରି ହେବ। ରୋମିଲ୍‌ ଚୌଧରୀ ଏ ନେଇ ଏକ ପ୍ରୋମୋ ଶେଆର କରିଛନ୍ତି।

ଏଥିରେ ଏକ ଅନ୍ଧାର ରୁମ୍‌ରେ ଦୀପିକା ଓ ରୋମିଲ୍‌ ନଜର ଆସୁଛନ୍ତି ଓ ଦୀପିକା ରୋମିଲ୍‌ଙ୍କୁ ଦେଖି ଭୟଭୀତ ହୋଇ ପଡ଼ୁଥିବା ଦେଖିବାକୁ ମିଳିଛି। ଏହି ଶୋ’ରେ ରୋମିଲଙ୍କ ଏଣ୍ଟ୍ରି ହେବା ପରେ ହିନା ଖାନ୍‌ ସୋଶାଲ ମିଡିଆ ପୋଷ୍ଟରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

https://www.instagram.com/p/BzLONFfFnwb/?utm_source=ig_web_copy_link

ଏବେ ଯାଏ ଶୋ’ରେ କରନ୍‌ ବି ଗ୍ରୋବର ଓ ଦୀପିକାଙ୍କର ଯୋଡି ହିଁ ଦେଖାଯାଉଥିଲା। ଏବେ ଖୁବ୍‌ ଶୀଘ୍ର ତାଙ୍କ ଜୀବନରେ ରୋମିଲ୍‌ ଚୌଧରୀଙ୍କ ଏଣ୍ଟ୍ରି ହେବ। ନେଗେଟିଭ୍‌ ରୋଲ୍‌ରେ ରୋମିଲ୍‌ଙ୍କ ରୋଲ୍‌ ବେଶ୍ ଦମ୍‌ଦାର୍‌ ହେବ। ସବୁଠୁ ବଡ଼ କଥା ହେଉଛି, ଯେଉଁ ଦୁଇଜଣ(ଦୀପିକା ଓ ରୋମିଲ୍) ରିୟଲ୍‌ ଲାଇଫ୍‌ରେ ମଧ୍ୟ ପରସ୍ପରକୁ ଦେଖିବାକୁ ପସନ୍ଦ କରନ୍ତି ନାହିଁ, ସେମାନଙ୍କୁ ପରଦାରେ ମଧ୍ୟ ସେହି ରୋଲ୍‌ କରିବାକୁ ମିଳିଲା। ତେବେ ରୋମିଲ୍‌ଙ୍କ ଏଣ୍ଟ୍ରି ଶୋ’ର ଟିଆର୍‌ପି ବଢ଼ାଇବ ବୋଲି ନିର୍ମାତା ଆଶା ରଖିଛନ୍ତି।

Related story