ନୂଆ ଲୁକ୍‌ରେ ଆସୁଛନ୍ତି ସବ୍ୟସାଚୀ ମିଶ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବେଳାଭୂମିର କୋଳରେ ଠିଆ ହୋଇଛି ଭଙ୍ଗା ଦଦରା ଟିଣ ଛପର ଘରଟିଏ। ଆଉ ତା’ରି ଛାଇ ତଳେ ନିଘୋଡ଼ ନିଦରେ ଶୋଇଛନ୍ତି ଜଣେ ଯୁବକ। ରୁପ ଦେଖିଲେ ଲାଗିଛି ସେ କୌଣସି ପାଗଳ ବା ପାଗଳ ପ୍ରେମୀ ହୋଇଥିବେ। ନାଇଁ ଆଜ୍ଞା ସେମିତି ଭାବିବା ଭୁଲ୍‌। ସେ କୌଣସି ପାଗଳ ନୁହଁନ୍ତି, ସେ ହେଉଛନ୍ତି ପାଗଳ ପ୍ରେମୀ…। ଓଲିଉଡ୍‌ର ଚକ୍‌ଲେଟ୍‌ ବୟ ସବ୍ୟସାଚୀ ମିଶ୍ର। ନିର୍ମାଣ ଚାଲିଥିବା ନୂଆ ଓଡ଼ିଆ ଫିଲ୍ମରେ ସେ ଏହି […]

SABYASACHI MISHRA

SABYASACHI MISHRA

Manoranjan Sial
  • Published: Wednesday, 29 June 2022
  • Updated: 29 June 2022, 09:40 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବେଳାଭୂମିର କୋଳରେ ଠିଆ ହୋଇଛି ଭଙ୍ଗା ଦଦରା ଟିଣ ଛପର ଘରଟିଏ। ଆଉ ତା’ରି ଛାଇ ତଳେ ନିଘୋଡ଼ ନିଦରେ ଶୋଇଛନ୍ତି ଜଣେ ଯୁବକ। ରୁପ ଦେଖିଲେ ଲାଗିଛି ସେ କୌଣସି ପାଗଳ ବା ପାଗଳ ପ୍ରେମୀ ହୋଇଥିବେ। ନାଇଁ ଆଜ୍ଞା ସେମିତି ଭାବିବା ଭୁଲ୍‌। ସେ କୌଣସି ପାଗଳ ନୁହଁନ୍ତି, ସେ ହେଉଛନ୍ତି ପାଗଳ ପ୍ରେମୀ...। ଓଲିଉଡ୍‌ର ଚକ୍‌ଲେଟ୍‌ ବୟ ସବ୍ୟସାଚୀ ମିଶ୍ର। ନିର୍ମାଣ ଚାଲିଥିବା ନୂଆ ଓଡ଼ିଆ ଫିଲ୍ମରେ ସେ ଏହି ଗେଟ୍‌ଅପରେ ଆସୁଛନ୍ତି। ସବ୍ୟ ନିଜେ ଏନେଇ ଟ୍ୱିଟରରେ ସେୟାର କରିଛନ୍ତି।

ଓଡ଼ିଶାର ଲୋକପ୍ରିୟ ଔପନ୍ୟାସିକ ଶଙ୍କର ତ୍ରିପାଠୀଙ୍କ ପୁସ୍ତକ “ନାଦ ବିନ୍ଦୁ” ଉପନ୍ୟାସକୁ ନେଇ ଓଡ଼ିଆ ଫିଲ୍ମ ତିଆରି ହେଉଛି। ଫିଲ୍ମର ନାଁ ରହିଛି “ପୁସ୍କରା”। ଏଥିରେ “ନୀଲକଣ୍ଠ” ଚରିତ୍ରରେ ଅଭିନୟ କରୁଛନ୍ତି ସବ୍ୟ। ତରଙ୍ଗ ସିନେ ପ୍ରଡକ୍ସନ୍‌ ଦ୍ୱାରା ପ୍ରସ୍ତୁତ ଏହି ଫିଲ୍ମର ପ୍ରଥମ ଭାଗ ସୁଟିଂ ଶେଷ ହୋଇଛି। ଅଗଷ୍ଟ ମାସରେ ଦ୍ୱିତୀୟ ପର୍ଯ୍ୟାୟ ସୁଟିଂ ଆରମ୍ଭ ହେବ ବୋଲି ସବ୍ୟ ଟ୍ୱିଟ୍‌ରରେ ଲେଖିଛନ୍ତି। ଏଥିପାଇଁ ସେ ସମସ୍ତଙ୍କ ଆଶୀର୍ବାଦ ଲୋଡ଼ିଛନ୍ତି।

https://twitter.com/sabyaactor/status/1541863854241628163?s=20&t=t9BYK7-JVsPW18IeSOt5wg

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos