“ସଚୀନ: ଏ ବିଲିୟନ୍ ଡ୍ରିମ୍ସ”ର ଟିଜର୍ ପୋଷ୍ଟର ରିଲିଜ୍

ମୁମ୍ବାଇ: ସଚୀନ ତେନ୍ଦୁଲକର ସୋମବାର ତାଙ୍କ ଜୀବନୀ ଉପରେ ନିର୍ମାଣ ହେଉଥିବା ଫିଲ୍ମ “ସଚୀନ: ଏ ବିଲିୟନ୍ ଡ୍ରିମ୍ସ”ର ଟିଜର୍ ପୋଷ୍ଟର ରିଲିଜ୍ କରିଛନ୍ତି। ଏହି ଫିଲ୍ମରେ ସଚୀନ ଅଭିନୟ ମଧ୍ୟ କରିଛନ୍ତି। ଜେମ୍ସ ଇରସ୍କିନ୍ ହେଉଛନ୍ତି ଏହି ଫିଲ୍ମର ନିର୍ଦ୍ଦେଶକ। ଆଜି ରିଲିଜ୍ ହୋଇଥିବା ଟିଜର୍ ପୋଷ୍ଟରରେ ସଚୀନ ପ୍ୟାଡ୍ ପିନ୍ଧି ବ୍ୟାଟ୍ ଧରି ପଡ଼ିଆରେ ଚାଲୁଥିବାର ଦୃଶ୍ୟ ରହିଛି। ଏହା ତଳେ “55 ଡେଜ୍ ଅଫ୍ ଟ୍ରେନିଂ। ୱାନ୍ ପେୟାର ଅଫ୍ ଟ୍ରାଉଜର୍ସ। ଦ […]

sachin-film

Rakesh Mallick
  • Published: Monday, 11 April 2016
  • , Updated: 11 April 2016, 01:24 PM IST

ମୁମ୍ବାଇ: ସଚୀନ ତେନ୍ଦୁଲକର ସୋମବାର ତାଙ୍କ ଜୀବନୀ ଉପରେ ନିର୍ମାଣ ହେଉଥିବା ଫିଲ୍ମ “ସଚୀନ: ଏ ବିଲିୟନ୍ ଡ୍ରିମ୍ସ”ର ଟିଜର୍ ପୋଷ୍ଟର ରିଲିଜ୍ କରିଛନ୍ତି।

ଏହି ଫିଲ୍ମରେ ସଚୀନ ଅଭିନୟ ମଧ୍ୟ କରିଛନ୍ତି। ଜେମ୍ସ ଇରସ୍କିନ୍ ହେଉଛନ୍ତି ଏହି ଫିଲ୍ମର ନିର୍ଦ୍ଦେଶକ।

ଆଜି ରିଲିଜ୍ ହୋଇଥିବା ଟିଜର୍ ପୋଷ୍ଟରରେ ସଚୀନ ପ୍ୟାଡ୍ ପିନ୍ଧି ବ୍ୟାଟ୍ ଧରି ପଡ଼ିଆରେ ଚାଲୁଥିବାର ଦୃଶ୍ୟ ରହିଛି। ଏହା ତଳେ “55 ଡେଜ୍ ଅଫ୍ ଟ୍ରେନିଂ। ୱାନ୍ ପେୟାର ଅଫ୍ ଟ୍ରାଉଜର୍ସ। ଦ ସଚୀନ ଷ୍ଟୋରୀ” ବୋଲି ଲେଖାଯାଇଛି।

ଫିଲ୍ମଟିର ଟିଜର ଏପ୍ରିଲ୍ ୧୪ ତାରିଖରେ ରିଲିଜ୍ ହେବ।

ମୁମ୍ବାଇର ୨୦୦ନଟ୍‌ଆଉଟ୍ ନାମକ ଏକ କଂପାନୀ ଏଇ ଫିଲ୍ମଟିକୁ ନିର୍ମାଣ କରୁଛି।

ସଚୀନ ୨୦୧୩ରେ କ୍ରିକେଟ୍‌ରୁ ଅବସର ନେଇଥିଲେ। ସେ ୬୬୪ଟି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ୩୪,୩୫୭ ରନ୍ କରିଛନ୍ତି। ସେ ୨୦୦ଟି ଟେଷ୍ଟ୍ ମ୍ୟାଚ୍ ଖେଳିଛନ୍ତି।

ସଚୀନଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ “ଭାରତରତ୍ନ” ପ୍ରଦାନ କରାଯାଇଛି। ସେ ଏବେ ରାଜ୍ୟସଭା ସାଂସଦ ଅଛନ୍ତି।

Related story