ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶଙ୍କ ସ୍ମୃତିରେ ଆରଧାନା ଉନ୍ମୋଚିତ

ଭୁବନେଶ୍ୱର: ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶଙ୍କ କାଳଜୟୀ ଗୀତକୁ ନେଇ ବିଶେଷ ସଙ୍ଗୀତ କାର୍ଯ୍ୟକ୍ରମ ରବିବାର ସଂଧ୍ୟାରେ ଭୁବନେଶ୍ୱର ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବାଳକୃଷ୍ଣ ଦାଶ ଗାଇଥିବା ଓ ତାଙ୍କ ନିର୍ଦ୍ଦେଶିତ ଅନେକ ଲୋକପ୍ରିୟ ଗୀତକୁ ପରିବେଷଣ କରିଥିଲେ ବହୁ  ଯୁବ କଣ୍ଠଶିଳ୍ପୀ। ସୌରଭ ନାୟକ, ମିତାଲି ଚିନ୍ନାରା, ସୁଶାନ୍ତ ପଣ୍ଡା, ମମତା ମହାପାତ୍ର, ବିଦ୍ୟୁତ ପ୍ରଭା, ମୁନମୁନ, ରୋହନ, ନେହା ନିହାରିକା ପ୍ରଭୃତି ମନଛୁଆଁ ସଙ୍ଗୀତ ପରିବେଷଣ କରିଥିଲେ। ବାଳକୃଷ୍ଣ ଦାଶଙ୍କ କାଳଜୟୀ […]

pusaka

Rakesh Mallick
  • Published: Monday, 21 September 2015
  • , Updated: 21 September 2015, 06:25 AM IST

ଭୁବନେଶ୍ୱର: ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶଙ୍କ କାଳଜୟୀ ଗୀତକୁ ନେଇ ବିଶେଷ ସଙ୍ଗୀତ କାର୍ଯ୍ୟକ୍ରମ ରବିବାର ସଂଧ୍ୟାରେ ଭୁବନେଶ୍ୱର ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବାଳକୃଷ୍ଣ ଦାଶ ଗାଇଥିବା ଓ ତାଙ୍କ ନିର୍ଦ୍ଦେଶିତ ଅନେକ ଲୋକପ୍ରିୟ ଗୀତକୁ ପରିବେଷଣ କରିଥିଲେ ବହୁ  ଯୁବ କଣ୍ଠଶିଳ୍ପୀ। ସୌରଭ ନାୟକ, ମିତାଲି ଚିନ୍ନାରା, ସୁଶାନ୍ତ ପଣ୍ଡା, ମମତା ମହାପାତ୍ର, ବିଦ୍ୟୁତ ପ୍ରଭା, ମୁନମୁନ, ରୋହନ, ନେହା ନିହାରିକା ପ୍ରଭୃତି ମନଛୁଆଁ ସଙ୍ଗୀତ ପରିବେଷଣ କରିଥିଲେ। ବାଳକୃଷ୍ଣ ଦାଶଙ୍କ କାଳଜୟୀ ଗୀତକୁ ଲୋକଲୋଚନକୁ ଆଣିବା ପାଇଁ ରୋଟାରି କ୍ଲବ ଅଫ୍ ଭୁବନେଶ୍ୱର ହେରିଟେଜ ଓ ସୁଷମା ସଙ୍ଗୀତ ସଦନ ଏହି କାର୍ଯ୍ୟକ୍ରମର ଆୟୋଜନ କରିଥିଲେ। ମୁଖ୍ୟ ଶାସନ ସଚିବ ଗୋକୁଳ ଚନ୍ଦ୍ର ପତି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ସଙ୍ଗୀତ ପ୍ରତିଯୋଗିତାର କୃତ୍ତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ ସହ ବନ୍ଦିଶ ପାଲିତ ଓ ରଣଦିପ ପାଲିତ ଗାଇଥିବା ଗୀତଗୋବିନ୍ଦ ସିଡି ‘ଆରାଧନା’ର ଉନ୍ମୋଚନ ହୋଇଥିଲା। କାର୍ଯ୍ୟକ୍ରମ ଅବସରରେ ଅବନିକାନ୍ତ ଦାସଙ୍କୁ ବାଦ୍ୟଭାରତୀ ସମ୍ମାନରେ ସମ୍ମାନିତ କରାଯାଇଥିଲା।

Related story