ଖୁବ୍‌ ଶୀଘ୍ର ନୂଆ ଫିଲ୍ମ୍ ସହ ଦର୍ଶକଙ୍କୁ ଏଣ୍ଟରଟେନ୍ କରିବାକୁ ଆସୁଛନ୍ତି ସାହିଦ୍‌ କପୁର

ମୁମ୍ବାଇ: ବଲିଉଡ ଷ୍ଟାର ସାହିଦ୍‌ କପୁରଙ୍କ ଫ୍ୟାନ୍‌ଙ୍କ ପାଇଁ ଖୁସି ଖବର। ‘ପଦ୍ମାବତ’ ଫିଲ୍ମ ପରେ ଭିନ୍ନ ଏକ ଚରିତ୍ରରେ ଦର୍ଶକଙ୍କୁ ଏଣ୍ଟରଟେନ୍ କରିବା ପାଇଁ ଆସୁଛନ୍ତି ଏହି ମଲ୍ଟି ଟାଲେଣ୍ଟେଡ ଆକ୍ଟର। ତେଲୁଗୁ ବ୍ଳକ ବଷ୍ଚର ମୁଭି ‘ଅର୍ଜୁନ ରେଡ୍ଡି’ର ହିନ୍ଦୀ ରିମେକ୍‌ ‘କବୀର୍ ସିଂହ’ରେ ନଜର ଆସିବେ ସାହିଦ୍। ବଲିଉଡ୍ ମୁଭି ‘ପଦ୍ମାବତ୍’ ପରେ ସାହିଦ୍‌ଙ୍କ ବଳିଷ୍ଠ ଅଭିନୟ ଏହି ଫିଲ୍ମ ଜରିଆରେ ଦେଖିବାକୁ ପାଇବେ ତାଙ୍କ ଫ୍ୟାନ୍‌ମାନେ । ଫିଲ୍ମଟି ଆସନ୍ତା ବର୍ଷ ଜୁନ୍ […]

kapoor

Chinmayee Roy
  • Published: Saturday, 27 October 2018
  • , Updated: 08 April 2019, 08:41 AM IST

ମୁମ୍ବାଇ: ବଲିଉଡ ଷ୍ଟାର ସାହିଦ୍‌ କପୁରଙ୍କ ଫ୍ୟାନ୍‌ଙ୍କ ପାଇଁ ଖୁସି ଖବର। ‘ପଦ୍ମାବତ’ ଫିଲ୍ମ ପରେ ଭିନ୍ନ ଏକ ଚରିତ୍ରରେ ଦର୍ଶକଙ୍କୁ ଏଣ୍ଟରଟେନ୍ କରିବା ପାଇଁ ଆସୁଛନ୍ତି ଏହି ମଲ୍ଟି ଟାଲେଣ୍ଟେଡ ଆକ୍ଟର। ତେଲୁଗୁ ବ୍ଳକ ବଷ୍ଚର ମୁଭି ‘ଅର୍ଜୁନ ରେଡ୍ଡି’ର ହିନ୍ଦୀ ରିମେକ୍‌ ‘କବୀର୍ ସିଂହ’ରେ ନଜର ଆସିବେ ସାହିଦ୍। ବଲିଉଡ୍ ମୁଭି ‘ପଦ୍ମାବତ୍’ ପରେ ସାହିଦ୍‌ଙ୍କ ବଳିଷ୍ଠ ଅଭିନୟ ଏହି ଫିଲ୍ମ ଜରିଆରେ ଦେଖିବାକୁ ପାଇବେ ତାଙ୍କ ଫ୍ୟାନ୍‌ମାନେ ।

ଫିଲ୍ମଟି ଆସନ୍ତା ବର୍ଷ ଜୁନ୍ ୨୧  ତାରିଖରେ ରିଲିଜ୍‌ ହେବ। ତା’ ପୂର୍ବରୁ ସୋଶାଲ୍ ମିଡିଆରେ ଫିଲ୍ମର ପୋଷ୍ଟର ଶେଆର କରିଛନ୍ତି ନିଜେ ସାହିଦ୍‌।  ଅନେକ ଦିନ ହେବ ସାହିଦ୍‌ ଏହି ଫିଲ୍ମରେ ନିଜ ଚରିତ୍ରକୁ ନାଚୁରାଲ୍‌ ଲୁକ୍‌ ଦେବା ପାଇଁ  କେଶ ଓ ଦାଢି ବଢ଼ାଉଛନ୍ତି।

https://www.instagram.com/p/BpYj780nBuz/?utm_source=ig_web_copy_link

ଏହା ପୂର୍ବରୁ ସାହିଦଙ୍କର ମୁଭି ‘ବତୀ ଗୁଲ୍‌ ମିଟର ଚାଲୁ’ ଆସିଥିଲା। ଏଥିରେ ତାଙ୍କ ସହ ଶ୍ରଦ୍ଧା କପୁର ନଜର ଆସିଥିଲେ। ଫିଲ୍ମଟିକୁ ନେଇ ଉଭୟ ବେଶ୍‌ ଆଶାବାଦୀ ଥିଲେ। ହେଲେ ବକ୍ସ ଅଫିସ୍‌ରେ ଏହା ବିଶେଷ କିଛି କମାଲ୍‌ କରି ପାରିଲା ନାହିଁ। ତେବେ ସାହିଦଙ୍କ ଆଗାମୀ ଫିଲ୍ମ ‘କବୀର୍‌’ ବକ୍ସ ଅଫିସ୍‌ରେ କମାଲ କରୁଛି କି ନାହିଁ ତାହା ଦେଖିବାର ବାକି ରହିଲା।

Related story