ସନ୍ତାନର ନାମକୁ ନେଇ ମୁହଁ ଖୋଲିଲେ ସୈଫ୍

ମୁମ୍ବାଇ: ସୈଫ୍ ଓ କରୀନାଙ୍କ ଫ୍ୟାନ୍‌ ତାଙ୍କ ସନ୍ତାନର ଜନ୍ମକୁ ନେଇ ଯେତିକି ଉତ୍ସାହିତ ଅଛନ୍ତି, ସେତିକି ସନ୍ତାନର ନାମ କ’ଣ ରହିବ ସେ ସଂପର୍କରେ ଜାଣିବା ପାଇଁ ମଧ୍ୟ ସେତିକି ଆଗ୍ରହ ରହିଥିବା ଦେଖିବାକୁ ମିଳୁଛି। ନିକଟରେ ସୈଫ୍‌ ତାଙ୍କ ସନ୍ତାନର ନାମ ସୈଫିନା ରଖିବେ ବୋଲି କହିଥିବାର ଖୁବ୍ ଚର୍ଚ୍ଚା ହୋଇଥିଲା। ତେବେ ଏହା ଏକ ଉଡ଼ା ଖବର ବୋଲି ଏବେ ସୈଫ୍ କହୁଛନ୍ତି। ପିଲାର ନାମକୁ ନେଇ ସେ କିଛି କହି ନାହାନ୍ତି […]

saifalikhan

Rakesh Mallick
  • Published: Monday, 07 November 2016
  • , Updated: 07 November 2016, 02:49 PM IST

ମୁମ୍ବାଇ: ସୈଫ୍ ଓ କରୀନାଙ୍କ ଫ୍ୟାନ୍‌ ତାଙ୍କ ସନ୍ତାନର ଜନ୍ମକୁ ନେଇ ଯେତିକି ଉତ୍ସାହିତ ଅଛନ୍ତି, ସେତିକି ସନ୍ତାନର ନାମ କ’ଣ ରହିବ ସେ ସଂପର୍କରେ ଜାଣିବା ପାଇଁ ମଧ୍ୟ ସେତିକି ଆଗ୍ରହ ରହିଥିବା ଦେଖିବାକୁ ମିଳୁଛି। ନିକଟରେ ସୈଫ୍‌ ତାଙ୍କ ସନ୍ତାନର ନାମ ସୈଫିନା ରଖିବେ ବୋଲି କହିଥିବାର ଖୁବ୍ ଚର୍ଚ୍ଚା ହୋଇଥିଲା। ତେବେ ଏହା ଏକ ଉଡ଼ା ଖବର ବୋଲି ଏବେ ସୈଫ୍ କହୁଛନ୍ତି।

ପିଲାର ନାମକୁ ନେଇ ସେ କିଛି କହି ନାହାନ୍ତି ବୋଲି ଜଣାଇଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଏବେ ପର୍ଯ୍ୟନ୍ତ ଆମ ସନ୍ତାନ ଦୁନିଆକୁ ଆସି ନାହିଁ। ସେ ପୁଅ ହେବ କି ଝିଅ ସେ ନେଇ କୌଣସି ଖବର ମଧ୍ୟ ନାହିଁ, ଏବଂ ଭବିଷ୍ୟତରେ ସନ୍ତାନର ନାମ ସୈଫିନା ଆଦୌ ରଖାଯିବ ନାହିଁ।

Related story