ରିଲିଜ୍ ହେଲା ‘ଶାଲା ମୁଁ ପ୍ୟାରବାଲା’ର ଭିଡିଓ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦଶହରାରେ ରିଲିଜ୍ ହେବାକୁ ଯାଉଥିବା ଓଡ଼ିଆ ଫିଲ୍ମ ‘ଶିବା ନଟ୍ ଆଉଟ୍’ର ଗୀତ ଗୁଡ଼ିକ ଖୁବ୍ ଦମଦାର ହୋଇଛି। ନିକଟରେ ଏହାର ଅଡିଓ ରିଲିଜ୍ ହୋଇସାରିଛି। ଗୀତ ଗୁଡ଼ିକର ଡ୍ୟାନ୍ସ କୋରିଓଗ୍ରାଫି ମଧ୍ୟ ଆକର୍ଷଣୀୟ ହୋଇଛି। ସୁମଧୁର ମ୍ୟୁଜିକ୍ ଓ ଭଲ ଡ୍ୟାନ୍ସ କୋରିଓଗ୍ରାଫି ରହିଲେ ଦର୍ଶକ ଆକର୍ଷିତ ହେବା ନିଶ୍ଚିତ। ତେବେ ଶ୍ରୋତାଙ୍କ ଦୃଷ୍ଟିକୋଣରୁ ଫିଲ୍ମର ସବୁଠୁ ଦମଦାର ଗୀତ ହେଉଛି ‘ଶାଲା ମୁଁ ପ୍ୟାରବାଲା’। ଏହି ରୋମାଣ୍ଟିକ ଗୀତଟି ଏବେ ରିଲିଜ ହୋଇଛି। ଏଥିରେ ଅରିନ୍ଦମ ଓ ଅର୍ଚ୍ଚିତାଙ୍କ ବଡି ଲାଙ୍ଗୁଏଜ୍ ଖୁବ୍ ସୁନ୍ଦର ରହିଛି। ଗୀତଟିକୁ ଗାଇଛନ୍ତି ଦୀପ୍ତିରେଖା ଓ ଶିବାଶିଷ। ଡ୍ୟାନ୍ସ କୋରିଓଗ୍ରାଫି କରିଛନ୍ତି ସୁଧାକର ବସନ୍ତ।

https://www.youtube.com/watch?v=nulAxrkezR4