ଏମିତି ରେକର୍ଡିଂ ହୋଇଥିଲା ‘ଶିବା ନଟ୍ ଆଉଟ୍’ର ‘ଶାଲା ମୁଁ ପ୍ୟାରବାଲା’ ଗୀତ

ଭୁବନେଶ୍ୱର (ଓଡିଶା ରିପୋର୍ଟର): ପୂଜା ବଜାରକୁ ଆସିବାକୁ ଯାଉଛି ରତ୍ନା ଫିଲ୍ମସ୍ର ‘ଶିବା ନଟ୍ ଆଉଟ୍’।  ଏହି ଚଳଚ୍ଚିତ୍ରର ନିଦ୍ଦେର୍ଶନା ଭାର ସମ୍ଭାଳିଛନ୍ତି ସୁଧାଂଶୁ ସାହୁ। ଏଥିରେ ପ୍ରଥମଥର ପାଇଁ ପ୍ରଯୋଜନା କରିବାକୁ ଯାଉଛନ୍ତି ଅରିନ୍ଦମ। ଏହି ଫିଲ୍ମରେ ଲିଡ୍ ରୋଲରେ ନଜର ଆସିବେ ଅରିନ୍ଦମ ଓ ଅର୍ଚ୍ଚିତା। ପିଲ୍ମଟି ଦଶହରାରେ ରିଲିଜ ହେବାକୁ ଯାଉଛି। ଏବେ ଏହି ଫିଲ୍ମର ଚାଲିଛି ଅଡିଓ ମେକିଂ।

ନିକଟରେ ଫିଲ୍ମଟିର ଏକ ଗୀତ ‘ଶାଲା ମୁଁ ପ୍ୟାରବାଲା ‘ର ମେକିଂ ହୋଇଛି। ଏହି ଗୀତର ମ୍ୟୁଜିକ ତିଆରି କରିଛନ୍ତି ପ୍ରେମ ଆନନ୍ଦ। ଗୀତଟିକୁ ଗାଇଛନ୍ତି ସବିଶେଷ ଓ ଦୀପ୍ତିରେଖା। ଗୀତଟିକୁ ଲେଖିଛନ୍ତି ସୁବ୍ରତ ସ୍ୱାଇଁ। ଏହାର ମେକିଂ ଭିଡିଓରେ ପ୍ରଥମେ ଗାୟିକା ଦୀପ୍ତିରେଖା ଏହି ଗୀତଟି ଏକ ଡିଫରେଣ୍ଟ ରୋମାଣ୍ଟିକ ଟ୍ରାକ ବୋଲି କହିଛନ୍ତି ।

https://www.youtube.com/watch?v=EM3v-Jg1v4s