ଏମିତି ରେକର୍ଡିଂ ହୋଇଥିଲା ‘ଶିବା ନଟ୍ ଆଉଟ୍’ର ‘ଶାଲା ମୁଁ ପ୍ୟାରବାଲା’ ଗୀତ
- Published: Wednesday, 20 September 2017
- , Updated: 20 September 2017, 04:57 PM IST
<p>ଭୁବନେଶ୍ୱର (ଓଡିଶା ରିପୋର୍ଟର): ପୂଜା ବଜାରକୁ ଆସିବାକୁ ଯାଉଛି ରତ୍ନା ଫିଲ୍ମସ୍ର 'ଶିବା ନଟ୍ ଆଉଟ୍'। ଏହି ଚଳଚ୍ଚିତ୍ରର ନିଦ୍ଦେର୍ଶନା ଭାର ସମ୍ଭାଳିଛନ୍ତି ସୁଧାଂଶୁ ସାହୁ। ଏଥିରେ ପ୍ରଥମଥର ପାଇଁ ପ୍ରଯୋଜନା କରିବାକୁ ଯାଉଛନ୍ତି ଅରିନ୍ଦମ। ଏହି ଫିଲ୍ମରେ ଲିଡ୍ ରୋଲରେ ନଜର ଆସିବେ ଅରିନ୍ଦମ ଓ ଅର୍ଚ୍ଚିତା। ପିଲ୍ମଟି ଦଶହରାରେ ରିଲିଜ ହେବାକୁ ଯାଉଛି। ଏବେ ଏହି ଫିଲ୍ମର ଚାଲିଛି ଅଡିଓ ମେକିଂ।</p>
<p>ନିକଟରେ ଫିଲ୍ମଟିର ଏକ ଗୀତ 'ଶାଲା ମୁଁ ପ୍ୟାରବାଲା 'ର ମେକିଂ ହୋଇଛି। ଏହି ଗୀତର ମ୍ୟୁଜିକ ତିଆରି କରିଛନ୍ତି ପ୍ରେମ ଆନନ୍ଦ। ଗୀତଟିକୁ ଗାଇଛନ୍ତି ସବିଶେଷ ଓ ଦୀପ୍ତିରେଖା। ଗୀତଟିକୁ ଲେଖିଛନ୍ତି ସୁବ୍ରତ ସ୍ୱାଇଁ। ଏହାର ମେକିଂ ଭିଡିଓରେ ପ୍ରଥମେ ଗାୟିକା ଦୀପ୍ତିରେଖା ଏହି ଗୀତଟି ଏକ ଡିଫରେଣ୍ଟ ରୋମାଣ୍ଟିକ ଟ୍ରାକ ବୋଲି କହିଛନ୍ତି ।</p>