ଜେଲ୍‌ରେ ସଲମାନଙ୍କ ଦ୍ୱିତୀୟ ଦିନ ଏମିତି କଟିଲା

ଯୋଧପୁର: ବହୁଚର୍ଚ୍ଚିତ କୃଷ୍ଣସାର ମୃଗ ଶିକାର ମାମଲାରେ ସଲମାନଙ୍କୁ ୫ବର୍ଷ ଜେଲ୍‌ ଦଣ୍ଡାଦେଶ ହୋଇଛି। ଦଣ୍ଡାଦେଶ ପରେ ସଲମାନଙ୍କୁ ଯୋଧପୁର ସେଣ୍ଟ୍ରାଲ ଜେଲ୍‌ରେ ରଖାଯାଇଛି। ଦଣ୍ଡାଦେଶ ପରେ ତାଙ୍କ ଓକିଲ କୋର୍ଟରେ ଜାମିନ ଆବେଦନ କରିଥିଲେ। ତେବେ ଜାମିନ ନେଇ କୋର୍ଟଙ୍କ ରାୟ ଆସିପାରିନି। ତାଙ୍କ ଜାମିନ୍‌ ଆବେଦନ ଉପରେ ଆଜି ରାୟ ଆସବକି ନାହିଁ କିଛି ଜଣା ପଡ଼ିନି। କାରଣ ତାଙ୍କର ଜାମିନ ଆବେଦନ ଉପରେ ରାୟ ଦେବାକୁ ଥିବା ବିଚାରପତିଙ୍କର ବଦଳି ହୋଇଯାଇଛି। ତେବେ […]

salman4

salman4

Rakesh Mallick
  • Published: Saturday, 07 April 2018
  • Updated: 07 April 2018, 10:25 AM IST

Sports

Latest News

ଯୋଧପୁର: ବହୁଚର୍ଚ୍ଚିତ କୃଷ୍ଣସାର ମୃଗ ଶିକାର ମାମଲାରେ ସଲମାନଙ୍କୁ ୫ବର୍ଷ ଜେଲ୍‌ ଦଣ୍ଡାଦେଶ ହୋଇଛି। ଦଣ୍ଡାଦେଶ ପରେ ସଲମାନଙ୍କୁ ଯୋଧପୁର ସେଣ୍ଟ୍ରାଲ ଜେଲ୍‌ରେ ରଖାଯାଇଛି। ଦଣ୍ଡାଦେଶ ପରେ ତାଙ୍କ ଓକିଲ କୋର୍ଟରେ ଜାମିନ ଆବେଦନ କରିଥିଲେ। ତେବେ ଜାମିନ ନେଇ କୋର୍ଟଙ୍କ ରାୟ ଆସିପାରିନି। ତାଙ୍କ ଜାମିନ୍‌ ଆବେଦନ ଉପରେ ଆଜି ରାୟ ଆସବକି ନାହିଁ କିଛି ଜଣା ପଡ଼ିନି। କାରଣ ତାଙ୍କର ଜାମିନ ଆବେଦନ ଉପରେ ରାୟ ଦେବାକୁ ଥିବା ବିଚାରପତିଙ୍କର ବଦଳି ହୋଇଯାଇଛି। ତେବେ ଚାଲନ୍ତୁ ଜାଣିବା ଜେଲ୍‌ରେ ସଲମାନଙ୍କର ଦ୍ୱିତୀୟ ଦିନ କେମିତି କଟିଥିଲା। ସେ କ’ଣ ଖାଇଥିଲେ ଓ କେମିତି କାଟିଥିଲେ ସମୟ?

ଜେଲ ପ୍ରଶାସନଙ୍କ ଠାରୁ ମିଳିଥିବା ସୂଚନା ମୁତାବକ  ସେ ଜେଲ୍‌ରେ କୌଣସି କଥାକୁ ନେଇ ଡିମାଣ୍ଡ କରି ନ ଥିଲେ। ତାଙ୍କୁ ଯାହା ଦିଆଯାଇଥିଲା ସେ ଖାଇଥିଲେ। ଏମିତି କି ନର୍ମାଲ ସପ୍ଲାଏ ପାଣି ମଧ୍ୟ ପିଇଥିଲେ।

  • ସଲମାନ ଦିନରେ ବିଶ୍ରାମ ନେଇଥିଲେ।
  • ସେ ସକାଳେ ଜଳଖିଆ ଖାଇ ନ ଥିଲେ। କିନ୍ତୁ ମଧ୍ୟାହ୍ନରେ ସେ ରୁଟି,ଚଣା ତରକାରି, ଡାଲି ଓ ବନ୍ଧା କୋବି ତରକାରି ଖାଇଥିଲେ।
  • ଖାଇବା ପରେ ସେ ଶୋଇପଡ଼ିଥିଲେ। ଉଠିବା ପରେ ସେ ଏକ୍ସରସାଇଜ୍‌ କରିଥିଲେ। ସଂଧ୍ୟାରେ ଚାହା ମଧ୍ୟ ପିଇଥିଲେ।
  • ରାତିରେ ତାଙ୍କୁ ରୁଟି, ଚଣା ତରକାରି, ଡାଲି ଓ କାକୁଡି ତରକାରି ଦିଆଯାଇଥିଲା। ସେ ଖାଇଥିଲେ। କିନ୍ତୁ ଗୁରୁବାର ରାତିରେ ସେ ଖାଇନଥିଲେ।
  • ସେ ତାଙ୍କ ବାପାମା’ଙ୍କ ସହ ଫୋନ୍‌ରେ କଥା ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos