ଫିଲ୍ମ ‘ସଞ୍ଜୁ’ରେ ରଣବୀରଙ୍କ ଅଭିନୟକୁ ନାପସନ୍ଦ କଲେ ସଲମାନ୍!

ମୁମ୍ବାଇ: ସଞ୍ଜୟ ଦତ୍ତଙ୍କ ଜୀବନୀକୁ ନେଇ ତିଆରି ହୋଇଥିବା ଫିଲ୍ମ ‘ସଞ୍ଜୁ’ ଜୁନ୍‌ ୨୯ରେ ରିଲିଜ୍‌ ହେବ। ଏଥିରେ ଅଭିନେତା ରଣବୀର କପୁର ସଞ୍ଜୟଙ୍କ ଚରିତ୍ରରେ ଅଭିନୟ କରିଛନ୍ତି। ଫିଲ୍ମରେ ରଣବୀରଙ୍କୁ ଭିନ୍ନ ଭିନ୍ନ ଲୁକ୍‌ରେ ଦେଖିବାକୁ ମିଳିବ। କାରଣ ସେ ସଞ୍ଜୟଙ୍କର ବିଭିନ୍ନ ବୟସରେ ଅଭିନୟ କରିଛନ୍ତି। ତାଙ୍କର ଲୁକ୍‌ ଏବଂ ଅଭିନୟକୁ ନେଇ ଚାରିଆଡୁ ପ୍ରଶଂସା ଶୁଣିବାକୁ ମିଳୁଥିବା ବେଳେ ସଲ୍ଲୁ ଭାଇ ଏହି ଫିଲ୍ମକୁ ନେଇ ଅଲଗା ମତ ରଖିଛନ୍ତି। ନିଜ ଫିଲ୍ମ […]

ranbir

Rakesh Mallick
  • Published: Thursday, 07 June 2018
  • , Updated: 07 June 2018, 02:33 PM IST

ମୁମ୍ବାଇ: ସଞ୍ଜୟ ଦତ୍ତଙ୍କ ଜୀବନୀକୁ ନେଇ ତିଆରି ହୋଇଥିବା ଫିଲ୍ମ ‘ସଞ୍ଜୁ’ ଜୁନ୍‌ ୨୯ରେ ରିଲିଜ୍‌ ହେବ। ଏଥିରେ ଅଭିନେତା ରଣବୀର କପୁର ସଞ୍ଜୟଙ୍କ ଚରିତ୍ରରେ ଅଭିନୟ କରିଛନ୍ତି। ଫିଲ୍ମରେ ରଣବୀରଙ୍କୁ ଭିନ୍ନ ଭିନ୍ନ ଲୁକ୍‌ରେ ଦେଖିବାକୁ ମିଳିବ। କାରଣ ସେ ସଞ୍ଜୟଙ୍କର ବିଭିନ୍ନ ବୟସରେ ଅଭିନୟ କରିଛନ୍ତି।

ତାଙ୍କର ଲୁକ୍‌ ଏବଂ ଅଭିନୟକୁ ନେଇ ଚାରିଆଡୁ ପ୍ରଶଂସା ଶୁଣିବାକୁ ମିଳୁଥିବା ବେଳେ ସଲ୍ଲୁ ଭାଇ ଏହି ଫିଲ୍ମକୁ ନେଇ ଅଲଗା ମତ ରଖିଛନ୍ତି।
ନିଜ ଫିଲ୍ମ ‘ରେସ୍‌-୩’ର ପ୍ରମୋସନ୍‌ ବେଳେ ସଲ୍‌ମାନ କହିଛନ୍ତି, “ସଞ୍ଜୁ ଫିଲ୍ମର ଶେଷ ଭାଗରେ ସଞ୍ଜୟ ଦତ୍ତ ନିଜେ ଅଭିନୟ କରିବା ଉଚିତ ହୋଇଥାଆନ୍ତା। ଆଉ କେହି ଏହାକୁ ନ୍ୟାୟ ଦେଇ ପାରିବେ ନାହିଁ। ନିଜେ ସଞ୍ଜୟ ଫିଲ୍ମର ଶେଷ ଭାଗକୁ ପ୍ଲାନ୍ କରିଥିଲେ ଭଲ ହୋଇଥାଆନ୍ତା।”

ସଲମାନ କହିଛନ୍ତି, “ମୁଁ ଫିଲ୍ମର ଟ୍ରେଲର୍‌ ଦେଖିସାରିଛି। ନିର୍ଦ୍ଦେଶକ ରାଜକୁମାର ହିରାନୀଙ୍କୁ ମୁଁ ଭଲ ଭାବେ ଜାଣିଛି। ସେ ଜଣେ ସମ୍ବେଦନଶୀଳ ଫିଲ୍ମ ନିର୍ମାତା। କିଛି ଭାବିଚିନ୍ତି ସେ ଏହାକୁ ନିର୍ମାଣ କରିଥିବେ।”
ଏହି ଫିଲ୍ମରେ ରଣବୀରଙ୍କ ବ୍ୟତୀତ ଅନୁଷ୍କା ଶର୍ମା, ପରେଶ ରାୱଲ, ଜିମ୍‌ ସରଭ, ମନୀଷା କୋଇରାଲା ଏବଂ ସୋନମ୍ କପୁର ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି।

Related story