ଫୁରସତ୍ ବେଳେ ୟୁଲିଆଙ୍କ ସହ ସମୟ କାଟୁଛନ୍ତି ସଲ୍ଲୁ

ମୁମ୍ୱାଇ: ଦବଙ୍ଗ୍‌ ଷ୍ଟାର ସଲମାନ୍ ଖାଁ ଏବେ ତାଙ୍କ ଆଗାମୀ ଫିଲ୍ମ ‘ସୁଲତାନ୍‌’ର ସୁଟିଂରେ ବ୍ୟସ୍ତ ଅଛନ୍ତି। ତେବେ ସୁଟିଂରୁ ସମୟ ବାହାର କରି ସଲମାନ୍ ତାଙ୍କ ବାନ୍ଧବୀ ୟୁଲିଆ ଭନ୍ତୁରଙ୍କ ସହ ସମୟ କଟାଉଥିବା ବି-ଟାଉନ୍‌ରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସଲମାନ୍ ତାଙ୍କ ଭାଇ ସୋହେଲ୍‌ ଖାଁଙ୍କ ଫିଲ୍ମ ସେଟ୍‌କୁ ଯାଇଥିଲେ। ତାଙ୍କ ସହ ୟୁଲିଆ ମଧ୍ୟ ଉପସ୍ଥିତ ଥିଲେ। ସଲମାନଙ୍କ ମା’ ବୀଣା ୟୁଲିଆ ଓ ସଲମାନଙ୍କ ଫଟୋ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରିଥିଲେ। […]

salman-Iulia-Vantur

Rakesh Mallick
  • Published: Sunday, 24 April 2016
  • , Updated: 24 April 2016, 09:34 AM IST

ମୁମ୍ୱାଇ: ଦବଙ୍ଗ୍‌ ଷ୍ଟାର ସଲମାନ୍ ଖାଁ ଏବେ ତାଙ୍କ ଆଗାମୀ ଫିଲ୍ମ ‘ସୁଲତାନ୍‌’ର ସୁଟିଂରେ ବ୍ୟସ୍ତ ଅଛନ୍ତି। ତେବେ ସୁଟିଂରୁ ସମୟ ବାହାର କରି ସଲମାନ୍ ତାଙ୍କ ବାନ୍ଧବୀ ୟୁଲିଆ ଭନ୍ତୁରଙ୍କ ସହ ସମୟ କଟାଉଥିବା ବି-ଟାଉନ୍‌ରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ସଲମାନ୍ ତାଙ୍କ ଭାଇ ସୋହେଲ୍‌ ଖାଁଙ୍କ ଫିଲ୍ମ ସେଟ୍‌କୁ ଯାଇଥିଲେ। ତାଙ୍କ ସହ ୟୁଲିଆ ମଧ୍ୟ ଉପସ୍ଥିତ ଥିଲେ।

ସଲମାନଙ୍କ ମା’ ବୀଣା ୟୁଲିଆ ଓ ସଲମାନଙ୍କ ଫଟୋ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରିଥିଲେ। ଏହା ପରେ ୟୁଲିଆଙ୍କ ସହ ସଲମାନ ଡେଟିଂ କରୁଥିବା ଜଣାପଡ଼ିଥିଲା।

 ଗତ ସପ୍ତାହରେ ଦୁବାଇରେ ଉଭୟଙ୍କୁ ଦେଖିବାକୁ ମିଳିଥିଲା।

Related story