ସଲମାନଙ୍କୁ ଫସାଇ କେମିତି ଖସି ଯାଇଥିଲେ ସାଥି କଳାକାର , ପଢନ୍ତୁ ସେଦିନ ରାତିରେ କ’ଣ ଘଟିଥିଲା

ଯୋଧପୁର: ରାଜସ୍ଥାନ  ଯୋଧପୁରର  କାଂକଣି ଅଭୟାରଣ୍ୟରେ  କୃଷ୍ଣସାର ମୃଗ ଶିକାର ମାମଲାରେ ସିଜେଏମ୍‌ କୋର୍ଟରେ ୫ ବର୍ଷ ଜେଲ୍‌ ଦଣ୍ଡାଦେଶ ହୋଇଥିବା ସଲମାନଙ୍କୁ ଗତକାଲି ସେସନ୍‌ କୋର୍ଟରୁ ଜାମିନ ମିଳିଛି।  ସେ ଦୁଇଦିନ ଜେଲ୍‌ରେ ରହିବା ପରେ ଗତକାଲି ଯୋଧପୁର ସେଣ୍ଟ୍ରାଲ ଜେଲରୁ ମୁକୁଳିଛନ୍ତି। ସଲମାନ୍‌ ଜେଲରୁ ମୁକୁଳିବା ପରେ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ  ଖୁସିର ବାତାବରଣ ଖେଳି ଯାଇଥିଲା। ଯୋଧପୁରରେ ତାଙ୍କ ଫ୍ୟାନ୍‌ ଫୁଲ ପକାଇ ବାଣ ଫୁଟାଇ ତାଙ୍କୁ ସ୍ୱାଗତ କରିଥିଲେ। ଅନ୍ୟପକ୍ଷରେ  ଯୋଧପୁରର […]

salman

Rakesh Mallick
  • Published: Sunday, 08 April 2018
  • , Updated: 08 April 2018, 08:33 PM IST

ଯୋଧପୁର: ରାଜସ୍ଥାନ  ଯୋଧପୁରର  କାଂକଣି ଅଭୟାରଣ୍ୟରେ  କୃଷ୍ଣସାର ମୃଗ ଶିକାର ମାମଲାରେ ସିଜେଏମ୍‌ କୋର୍ଟରେ ୫ ବର୍ଷ ଜେଲ୍‌ ଦଣ୍ଡାଦେଶ ହୋଇଥିବା ସଲମାନଙ୍କୁ ଗତକାଲି ସେସନ୍‌ କୋର୍ଟରୁ ଜାମିନ ମିଳିଛି।  ସେ ଦୁଇଦିନ ଜେଲ୍‌ରେ ରହିବା ପରେ ଗତକାଲି ଯୋଧପୁର ସେଣ୍ଟ୍ରାଲ ଜେଲରୁ ମୁକୁଳିଛନ୍ତି। ସଲମାନ୍‌ ଜେଲରୁ ମୁକୁଳିବା ପରେ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ  ଖୁସିର ବାତାବରଣ ଖେଳି ଯାଇଥିଲା। ଯୋଧପୁରରେ ତାଙ୍କ ଫ୍ୟାନ୍‌ ଫୁଲ ପକାଇ ବାଣ ଫୁଟାଇ ତାଙ୍କୁ ସ୍ୱାଗତ କରିଥିଲେ। ଅନ୍ୟପକ୍ଷରେ  ଯୋଧପୁରର ବିଷ୍ଣୋଇ ସମାଜ ଏହି ରାୟରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେମାନେ ଏହି ରାୟରେ ନିରାଶ ହୋଇଛନ୍ତି। କାରଣ କୃଷ୍ଣ ସାରମୃଗଙ୍କୁ ସେମାନେ ଭଗବାନମାନି ପୂଜା କରନ୍ତି। କୋର୍ଟର ଏହି ନିଷ୍ପତ୍ତି ସେମାନଙ୍କ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇଛି ବୋଲି ସେମାନେ ଅଭିଯାଗ କରିଛନ୍ତି।

କେମିତି ଥିଲା ଘଟଣାକ୍ରମ

୧୯୯୮ ଅକ୍ଟୋବର ୨ । ସ୍ଥାନୀୟ ଅଞ୍ଚଳର ପୁନମ ଚନ୍ଦ୍ର ବିଷ୍ଣୋଇ ନାମକ ଜଣେ ବ୍ୟକ୍ତି  ରାତି ପ୍ରାୟ ୧.୩୦ରେ ସୌଚାଳୟ ଯିବାକୁ ଉଠିଥିଲେ। ଏହି ସମୟରେ ତାଙ୍କ ଘର ପାଖ ରାସ୍ତାରେ ଏକ କାର ଚକ୍କର କାଟୁଥିବା ଜାଣିବାକୁ ପାଇଥିଲେ। ରାତିଅଧରେ କାର ଉକ୍ତ ଅଞ୍ଚଳରେ ବୁଲିବାରୁ କିଛି ଗୋଟେ ଘଟୁଥିବା ସେ ସନ୍ଦେହ କରିଥିଲେ। କାରରେ କିଛି ବ୍ୟକ୍ତି ଶିକାର କରିବାକୁ ଆସିଥିବା ସେ ସନ୍ଦେହ କରି ତୁରନ୍ତ ତାଙ୍କ ସାଙ୍ଗ ଛୋଗାରାମ୍‌ଙ୍କୁ ଜଣାଇଥିଲେ। ତା’ପରେ ଉଭୟେ ପୁନମ ଚନ୍ଦ୍ର ବିଷ୍ଣୋଇ ଏବଂ ଛୋଗାରାମ୍‌ ଏକ୍‌ ବାଇକରେ ବସି ଉକ୍ତ କାରକୁ ପିଛା କରିଥିଲେ। ସେମାନେ ଯେତେବେଳେ ସେହି ଯାନଟିର ନିକଟବର୍ତ୍ତୀ ହେଲେ ତାହା କାର ନଥିଲା ବରଂ ଗୋଟିଏ ଜିପ୍‌ ଥିଲା ବୋଲି ଜାଣିବାକୁ ପାଇଥିଲେ। ତାର ନଂ ଥିଲା 'RJ 19 - C-2201'। ଜିପ୍‌ ପାଖକୁ ଯିବା ସମୟରେ ସେ କିଛି ପରିଚିତ ଚେହେରା ଦେଖିପାରିଥିଲେ। ଯେଉଁମାନଙ୍କୁ ସେମାନେ ସିନେମା ହଲରେ ଦେଖନ୍ତି।

ଜିପ୍‌ରେ ମୋଟ ୭ ଜଣ ଥିବା ସେମାନେ ଜାଣିବାକୁ ପାଇଥିଲେ।  ଅଧିକ ପାଖକୁ ଯିବାରୁ ସଲମାନ ଗାଡି ଚଲାଉଥିଲେ। ସୈଫ୍‌ ତାଙ୍କ ପାଖରେ ବସିଥିଲେ। ତିନିଜଣ ମହିଳା ଓ ଦୁଇ ଜଣ ପୁରୁଷ ପଛରେ ବସିଥିଲେ। ସେମାନଙ୍କୁ ମଧ୍ୟରୁ ଜଣେ ମହିଳା ଚଷମା ମଧ୍ୟ ପିନ୍ଧିଥିଲେ। ଏହି ସମୟରେ  ବିଷ୍ଣୋଇ କିଛି ଭାବିବା ପୂର୍ବରୁ ଜିପରେ ବସିଥିବା ବ୍ୟକ୍ତିଙ୍କ ମଧ୍ୟରୁ କେହି ଜଣେ ସଲମାନଙ୍କୁ ବନ୍ଧୁକ ଦେଇଥିବା ଉଭୟ ନିରୀକ୍ଷଣ କରିଥିଲେ। ଜିପ୍‌ ଭିତରୁ ଜଣେ ଯୁବତୀ ଫାୟାର କରୋ ବୋଲି କହିଥିଲେ।  ଏହି ସମୟରେ ସଲମାନ୍‌ ଗୁଳି କରିଥିଲେ। ଆଉ ଏଥିରେ ଏକ ହରିଣ ଟଳିପଡ଼ିଥିବା  ପୁନମ ଏବଂ ଛୋଗାରାମ ଦେଖିବାକୁ ପାଇଥିଲେ। ତେବେ ଗୁଳିର ଶବ୍ଦ ଶୁଣି  ବଣର ଅନ୍ୟ ଯନ୍ତୁମାନେ ଭୟରେ ଥରହର ହୋଇ ଏପଟ ସେପଟ ହୋଇଯାଇଥିଲେ। କିନ୍ତୁ ସଲମାନଙ୍କ ସେହି ଗୁଳି ଗୋଟିଏ କୃଷ୍ଣସାର ମୃଗର ଗୋଡ଼ରେ ବାଜିଥିଲା। ଏହା ପରେ  ଜିପଟି ହରିଣପଲ ଥିବା ଅନ୍ୟ ଏକ ସ୍ଥାନକୁ ମାଡ଼ି ଯାଇଥିଲା।  ପୁଣି ଉକ୍ତ ଗାଡ଼ି ଭିତରୁ ସଲମାନ୍‌ ଫାୟାର କରୋ ବୋଲି ଶୁଣିବାକୁ ମିଳିଥିଲା।  ଆଉ ପୁଣିଥରେ ସଲମାନ୍‌ ଗୁଳି ମାରିବାରୁ ଆଉ ଗୋଟିଏ ହରିଣ ଟଳିପଡ଼ିଥିଲା।  ତେବେ ଦ୍ୱିତୀୟ ଗୁଳି ପରେ  ପୁନମ ଚନ୍ଧ୍ର ବିଷ୍ଣୋଇ ଜୋରରେ ବଡ଼ ପାଟି କରିଥିଲେ। ଆଉ ଚିତ୍କାର ଶୁଣି ଜିପଟି ଖସିଯାଉଥିବା ବେଳେ ଉଭୟେ ଏହି ଗାଡ଼ି ପିଛା କରିଥିଲେ।

ହେଲେ ଜିପ୍‌ଟି ଦ୍ରୁତଗତିରେ ଘଟଣାସ୍ଥଳରୁ ଖସିଯାଇଥିଲା । ପରେ ଘଟଣା ସମ୍ପର୍କରେ ସ୍ଥାନୀୟ ବନବିଭାଗ ଅଧିକାରୀଙ୍କୁ ଜଣାଇଥିଲେ ପୁନମ ଏବଂ ତାଙ୍କ ସାଙ୍ଗ। ଏହା ପରେ ବନବିଭାଗରେ ଏକ ମାମଲା ରୁଜୁ ହୋଇ କେସ ଚାଲିଥିଲା। ଆଉ ଏହି ମାମଲାର ଦୁଇ ଦଶନ୍ଧି ପରେ ଯୋଧପୁର ସେସନ କୋର୍ଟ ସଲମାନ୍‌ ଖାନଙ୍କୁ ୫ ବର୍ଷ ଜେଲ ଦଣ୍ଡ ଶୁଣାଇଥିଲେ।  ସଲମାନ୍‌ଙ୍କ ବ୍ୟତୀତ ବଲିଉଡ୍ ଅଭିନେତା ସୈଫ ଅଲ୍ଲୀ ଖାନ୍, ବଲିଉଡ  ଅଭିନେତ୍ରୀ ନିଲମ୍, ତବୁ ଏବଂ ସୋନାଲି ବେନ୍ଦ୍ରେଙ୍କ ନାଁରେ ମଧ୍ୟ ଏହି  ମାମଲାରେ ଅଭିଯୋଗ ହୋଇଥିଲା ଏହାଛଡ଼ା ଅଭିନେତା ଦୁଷ୍କନ୍ତ  ସିଂହ ଏବଂ ଦୀନେଶ ସିଂହଙ୍କ ନାଁରେ ବି ଥିଲା ଅଭିଯୋଗ ।  ହେଲେ ସଲମନଙ୍କ ବ୍ୟତୀତ ଅନ୍ୟମାନେ ନିର୍ଦ୍ଦୋଶରେ ଖଲାସ ହୋଇଥିଲେ।

Related story