ସଲମାନଙ୍କୁ ଜାମିନ ନମିଳିଲେ ୧୦୦୦ କୋଟିରୁ ଅଧିକ କ୍ଷତି ହେବ

ମୁମ୍ବାଇ: ବହୁଚର୍ଚ୍ଚିତ କୃଷ୍ଣସାର ମୃଗ ଶିକାର ମାମଲାରେ ଆଜି ଯୋଧପୁର ଜିଲ୍ଲା ଓ ସେସନ୍ସ କୋର୍ଟ ସଲମାନଙ୍କୁ ୫ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି। ଏହି ମାମଲାରେ ସଲମାନ ଏକୁଟିଆ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ଅନ୍ୟ ସମସ୍ତ ଅଭିଯୁକ୍ତ ସୈଫ ଅଲୀ ଖାନ୍, ସୋନାଲି ବେନ୍ଦ୍ରେ, ନୀଲମ ଓ ତବୁ ଦୋଷମୁକ୍ତ ହୋଇଛନ୍ତି। ଦଣ୍ଡାଦେଶ ପରେ ସଲମାନଙ୍କୁ ଯୋଧପୁର ସେଣ୍ଟ୍ରାଲ ଜେଲ୍‌କୁ ପଠାଇ ଦିଆଯାଇଛି। ଦଣ୍ଡାଦେଶ ପରେ ତାଙ୍କ ଓକିଲ କୋର୍ଟରେ ଜାମିନ ଆବେଦନ କରିଥିଲେ। ତେବେ […]

salman-khan

Rakesh Mallick
  • Published: Thursday, 05 April 2018
  • , Updated: 05 April 2018, 05:34 PM IST

ମୁମ୍ବାଇ: ବହୁଚର୍ଚ୍ଚିତ କୃଷ୍ଣସାର ମୃଗ ଶିକାର ମାମଲାରେ ଆଜି ଯୋଧପୁର ଜିଲ୍ଲା ଓ ସେସନ୍ସ କୋର୍ଟ ସଲମାନଙ୍କୁ ୫ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି। ଏହି ମାମଲାରେ ସଲମାନ ଏକୁଟିଆ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ଅନ୍ୟ ସମସ୍ତ ଅଭିଯୁକ୍ତ ସୈଫ ଅଲୀ ଖାନ୍, ସୋନାଲି ବେନ୍ଦ୍ରେ, ନୀଲମ ଓ ତବୁ ଦୋଷମୁକ୍ତ ହୋଇଛନ୍ତି। ଦଣ୍ଡାଦେଶ ପରେ ସଲମାନଙ୍କୁ ଯୋଧପୁର ସେଣ୍ଟ୍ରାଲ ଜେଲ୍‌କୁ ପଠାଇ ଦିଆଯାଇଛି। ଦଣ୍ଡାଦେଶ ପରେ ତାଙ୍କ ଓକିଲ କୋର୍ଟରେ ଜାମିନ ଆବେଦନ କରିଥିଲେ। ତେବେ କୋର୍ଟ ଆଜି ତାଙ୍କ ଜାମିନ ଆବେଦନ ଉପରେ ଶୁଣାଣି କରିବାକୁ ମନା କରିଦେଇଥିଲେ।

ଆସନ୍ତାକାଲି କୋର୍ଟ ତାଙ୍କ ଜାମିନ ଆବେଦନ ଉପରେ ଶୁଣାଣି କରିବେ। ତେଣୁ ଆସନ୍ତାକାଲି ସମସ୍ତଙ୍କ ନଜର କୋର୍ଟ ଉପରେ ରହିବ, ବିଶେଷ କରି ବଲିଉଡ୍‌ର କିଛି ପ୍ରଯୋଜକ ଓ ନିର୍ଦ୍ଦେଶକଙ୍କର। କାରଣ ଆଗକୁ ସଲମାନଙ୍କର ତିନୋଟି ଫିଲ୍ମ 'ରେସ୍‌-୩', 'ଭାରତ' ଏବଂ 'ଦବଙ୍ଗ-୩' ରିଲିଜ୍‌ ହେବାକୁ ଅଛି। ରେସ୍‌-୩ର ସୁଟିଂ ସାରି ସଲମାନ ଆବୁଧାବିରୁ ଫେରିଥିଲେ। 'ଭାରତ' ଏବଂ 'ଦବଙ୍ଗ-୩'ର ସୁଟିଂ ଏପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ। ଏଣୁ ଜାମିନ ନମିଳିଲେ ଏ ଦୁଇ ଫିଲ୍ମକୁ ବହୁତ କ୍ଷତି ସହିବାକୁ ପଡିବ।

ସଲମାନ ଖାନ୍‌ଙ୍କ ଦଣ୍ଡାଦେଶର ପ୍ରଭାବ ତାଙ୍କର ୨ଟି ଟିଭି ଶୋ' ଉପରେ ମଧ୍ୟ ପଡିବ। ଆଗକୁ ସୋନି ଟିଭିରେ ତାଙ୍କର ଶୋ' 'ଦସ କା ଦମ୍‌' ଆସିବାକୁ ଥିଲା। ଶୋ'ର ପ୍ରୋମୋ ରିଲିଜ୍‌ ହୋଇଯାଇଛି। ସୁଟିଂ ଆରମ୍ଭ ହୋଇ ନଥିଲା। ସେମିତି ସେପ୍ଟେମ୍ବର ମାସରେ କଲର୍ସ ଟିଭିରେ ପ୍ରସାରିତ ହେଉଥିବା ରିଆଲିଟି ଶୋ' 'ବିଗ୍ ବସ୍‌'ର ହୋଷ୍ଟ କରନ୍ତି ସଲମାନ। ଗତ କିଛିବର୍ଷ ହେବ ସଲମାନ ଏହି ଶୋ'ର ହୋଷ୍ଟ ରହି ଆସିଛନ୍ତି। ତେବେ ଏଥର ବି ସେ ଏହି ଶୋ' ହୋଷ୍ଟ କରିବେ କି ନାହିଁ ତାହା କିଛି ସ୍ପଷ୍ଟ ହୋଇପାରିନି।
ପିଲ୍ମ ଏବଂ ଟିଭି ବ୍ୟତୀତ ସଲମାନ ଖାନଙ୍କୁ ବ୍ରାଣ୍ଡର ଏଣ୍ଡୋର୍ସମେଣ୍ଟ କରନ୍ତି। ତେଣୁ ସେହି କଂପାନୀ ମାନେ ମଧ୍ୟ କ୍ଷତି ସହିବେ। କୁହାଯାଉଛି ସଲମାନଙ୍କ ଜାମିନ ନମିଲିଲେ ୧୦୦୦ କୋଟି ଟଙ୍କାର କ୍ଷତି ହେବ।

Related story