ସଲମାନଙ୍କ ଓକିଲଙ୍କୁ ପାକିସ୍ତାନରୁ ମିଳୁଛି ଧମକ: କେସ୍‌ ଛାଡ଼ି ଦିଅ ନଚେତ୍...

ଯୋଧପୁର: କୃଷ୍ଣସାର ମୃଗ ଶିକାର ମାମଲାରେ ସଲମାନଙ୍କୁ ଜାମିନ୍‌ ମିଳିଛି। ଶନିବାର ଯୋଧପୁର ସେସନ କୋର୍ଟରେ ସଲମାନଙ୍କ ଓକିଲ ଏ ସମ୍ପର୍କିତ ଦଲିଲ୍‌ ରଖିବା ପରେ କୋର୍ଟ ତାଙ୍କ ଜାମିନ୍‌ ମଞ୍ଜୁର କରିଛନ୍ତି। ଅପରାହ୍ନ ୩ଟାରେ ୫୦ ହଜାର ଟଙ୍କାର ଦୁଇଟି ବେଲ୍ ବଣ୍ଡ ଉପରେ ତାଙ୍କୁ ଜାମିନ୍‌ ଦିଆଯାଇଛି। ଏହି ଖବର ମିଳିବା ପରେ କୋର୍ଟ ବାହାରେ ଛିଡ଼ା ହୋଇଥିବା ସଲମାନଙ୍କ ପ୍ରଶଂସକମାନେ ଖୁସିରେ ଝୁମି ଉଠିଥିଲେ। ପ୍ରକାଶ ଥାଉକି ଗତ ଗୁରୁବାର ଯୋଧପୁର କୋର୍ଟ […]

Salman-1

Salman-1

Rakesh Mallick
  • Published: Saturday, 07 April 2018
  • Updated: 07 April 2018, 06:09 PM IST

Sports

Latest News

ଯୋଧପୁର: କୃଷ୍ଣସାର ମୃଗ ଶିକାର ମାମଲାରେ ସଲମାନଙ୍କୁ ଜାମିନ୍‌ ମିଳିଛି। ଶନିବାର ଯୋଧପୁର ସେସନ କୋର୍ଟରେ ସଲମାନଙ୍କ ଓକିଲ ଏ ସମ୍ପର୍କିତ ଦଲିଲ୍‌ ରଖିବା ପରେ କୋର୍ଟ ତାଙ୍କ ଜାମିନ୍‌ ମଞ୍ଜୁର କରିଛନ୍ତି। ଅପରାହ୍ନ ୩ଟାରେ ୫୦ ହଜାର ଟଙ୍କାର ଦୁଇଟି ବେଲ୍ ବଣ୍ଡ ଉପରେ ତାଙ୍କୁ ଜାମିନ୍‌ ଦିଆଯାଇଛି। ଏହି ଖବର ମିଳିବା ପରେ କୋର୍ଟ ବାହାରେ ଛିଡ଼ା ହୋଇଥିବା ସଲମାନଙ୍କ ପ୍ରଶଂସକମାନେ ଖୁସିରେ ଝୁମି ଉଠିଥିଲେ। ପ୍ରକାଶ ଥାଉକି ଗତ ଗୁରୁବାର ଯୋଧପୁର କୋର୍ଟ ସଲମାନଙ୍କୁ ୫ ବର୍ଷ ଜେଲ ଦଣ୍ଡ ଶୁଣାଇଥିଲେ। ତେବେ କ’ଣ ଏହି ଘଟଣା ଆସନ୍ତୁ ବିସ୍ତାରରେ ଜାଣିବା।

ଜେଲ୍‌ରେ କଣ ଘଟିଥିଲା: ଦ୍ୱିତୀୟ ଦିନ ମଧ୍ୟ ଜେଲ ପ୍ରଶାସନ ସଲମାନଙ୍କୁ କଏଦୀର ପୋଷାକ ପିନ୍ଧିବା ପାଇଁ ଦେଇ ନଥିଲେ କି କଏଦୀ ଖାଉଥିବା ଖାଦ୍ୟ ଖାଇବାକୁ ଦିଆଯାଇ ନଥିଲା। ଜେଲ୍‌ରେ ଥିବା ବେଳେ ୧୫ ଦିନରେ ୩ ଜଣ ଲୋକଙ୍କ ସହ ଦେଖା କରିବାର ନିୟମ ରହିଛି। ଏହି ନିୟମ ମଧ୍ୟ ପାଳନ କରିନଥିଲା ଜେଲ୍‌ ପ୍ରଶାସନ। ମାତ୍ର ଦୁଇ ଦିନରେ ସଲମାନ ଏକାଧିକ ଲୋକଙ୍କୁ ସାକ୍ଷାତ କରିଥିଲେ।

ଣ ଥିଲା ସେଦିନର ଘଟଣା: ୧୯୯୮ ମସିହା ଅକ୍ଟୋବର ୧ ତାରିଖ ରାତିରେ କାଙ୍କାଣି ଗାଁରେ ଘଟିଥିଲା ଏହି ଘଟଣା। ସଲମାନ ବନ୍ଧୁମାନଙ୍କ ସହିତ ମିଶି ଜଙ୍ଗଲରୁ ଦୁଇଟି କୃଷ୍ଣସାର ମୃଗକୁ ଶିକାର କରିଥିଲେ। ଗାଁ ଲୋକମାନେ ବନ୍ଧୁକର ଶବ୍ଦ ଶୁଣି ସଙ୍ଗେ ସଙ୍ଗେ ସେମାନଙ୍କର ପିଛା କରିଥିଲେ। କେତେକ ଲୋକ ସଲମାନଙ୍କୁ ଗୁଳି ଚଳାଇଥିବାର ଦେଖିଲେ ବୋଲି କହିଥିଲେ। ଏହି ଘଟଣାରେ ଏକମାତ୍ର ପ୍ରତ୍ୟକ୍ଷଦର୍ଶୀ ଶାଖୀ ଥିଲେ ହରିଶ ଦୁଲାନୀ। ସେ ତାଙ୍କ ବୟାନ ବଦଳାଇଥିବା କୁହାଯାଇଥିଲା। ସେ ସଲମାନଙ୍କ ବ୍ୟତୀତ ଅନ୍ୟ କଳାକାରମାନଙ୍କୁ ଚିହ୍ନି ନାହାଁନ୍ତି ବୋଲି ମନା କରିଦେଇଥିଲେ। ସବୁଠାରୁ ବଡ଼କଥା ହେଲା ଘଟଣା ଘଟିବା ପରେ  ହରିଣର ମୃତ ଦେହ ମିଳି ନଥିଲା। ଯାହା କେସ୍‌କୁ ଅଧିକ ସୁଦୃଢ଼ କରିଦେଲା।

ଶିକାର ମାମଲାରେ କେତୋଟି କେସ୍‌ ଲାଗିଥିଲା: ଏହି ମାମଲାରେ ସଲମାନଙ୍କ ଉପରେ ମୋଟ ୪ଟି କେସ୍‌ ଫାଇଲ୍‌ ହୋଇଥିଲା। ତିନୋଟି କେସ୍ ହରିଣ ଶିକାର ପାଇଁ ଓ ଚତୁର୍ଥ କେସଟି ଆର୍ମ୍ସ ଆକ୍ଟର ଥିଲା। ସଲମାନ ରହୁଥିବା ଘରୁ ଲାଇସେନ୍ସ ଅବଧି ସରିଯାଇଥିବା ପିସ୍ତଲ ଜବତ୍‌ କରାଯାଇଥିଲା। ଆର୍ମ୍ସ ଆକ୍ଟ ଲାଗିବା କାରଣରୁ ଏହି ମାମଲା ଜୁଲାଇ ୨୦୧୨ ପର୍ଯ୍ୟନ୍ତ ପଡ଼ିରହିଲା।

୨୦ ବର୍ଷରେ ୧୮ ଦିନ ଜେଲ୍‌: ହରିଣ ଶିକାର ଘଟଣାର ୩ଟି ମାମଲାରେ ସଲମାନ ମାତ୍ର ୧୮ ଦିନ ଜେଲ୍‌ରେ ରହିଛନ୍ତି। ପ୍ରଥମେ ସେ ୧୯୯୮ମସିହା ଅକ୍ଟୋବର ୧୨ ତାରିଖରେ ଗିରଫ ହୋଇ ୧୭ ଅକ୍ଟୋବର ପର୍ଯ୍ୟନ୍ତ ଜେଲ୍‌ରେ ଥିଲେ। ସେହିପରି ଘୋଡ଼ା ଫାର୍ମ ମାମଲାରେ ୨୦୦୬ ମସିହା ‌ଏପ୍ରିଲ୍‌ ୧୦ ତାରିଖ ନିମ୍ନ ଅଦାଲତ କୋର୍ଟ ସଲମାନଙ୍କୁ ୫ ବର୍ଷ ଜେଲ୍ ଦଣ୍ଡ ଶୁଣାଇଥିଲେ। ସେତେବେଳେ ସେ ଏପ୍ରିଲ୍ ୧୫ ତାରିଖ ପର୍ଯ୍ୟନ୍ତ ଜେଲ୍‌ରେ ବିତାଇଥିଲେ। ପୁଣି ୨୦୦୭ରେ ଅଗଷ୍ଟ ୨୬ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ଜେଲ୍‌ ଯାଇଥିଲେ।

ସଲମାନଙ୍କ ଓକିଲଙ୍କୁ ଧମକ: ସଲମାମାନଙ୍କ ଓକିଲ ମହେଶ ବୋରାଙ୍କୁ ଅଣ୍ଡର ୱାର୍ଲ୍ଡ ଡନ ରବି ପୂଜାରୀଙ୍କଠାରୁ ମୃତ୍ୟୁ ଧମକ ମିଳିଥିବା ଅଭିଯୋଗ ହୋଇଛି। ମହେଶଙ୍କ କହିବାନୁସାରେ ପ୍ରଥମେ ତାଙ୍କୁ କଲ୍ କରାଯାଇଥିଲା। କିନ୍ତୁ ସେ କଲ୍ ରିସିଭ ନ କରିବାରୁ ସକାଳ ୮ଟାରେ ରବି ପୂଜାରୀ ନାମରେ ତାଙ୍କୁ ୧୦ଟି ମେସେଜ୍‌ ଆସିଥିଲା। ସେଥିରେ ଲେଖାଥିଲା ଯେ, ସଲମାନଙ୍କ କ୍ୟାସ୍‌ ଛାଡ଼ି ଦିଅ ନହେଲେ ତୁମକୁ ମାରିଦେବୁ। ବୋରା ଏ ବିଷୟରେ ପୋଲିସ୍‌ରେ କେସ୍‌ ମଧ୍ୟ କରିସାରିଛନ୍ତି। ସେହିଭଳି ଅନ୍ୟ ଜଣେ ଓକିଲ ହସ୍ତିମଲଙ୍କୁ ମଧ୍ୟ ପାକିସ୍ତାନରୁ କିଛି କଲ୍‌ ଆସିଥିବା ସେ କହିଛନ୍ତି। ପୂର୍ବରୁ ମଧ୍ୟ ପାକିସ୍ତାନର କଲ ଆସି ତାଙ୍କୁ ଧମକ ଦିଆଯାଇଥିବା ସେ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos