ମୁମ୍ବାଇ: ଦବଙ୍ଗ ଷ୍ଟାର ସଲମାନ ଖାଁଙ୍କର ବିବାଦୀୟ ‘ରେପ୍’ ବୟାନ ପାଇଁ ତାଙ୍କ ପିତା ସଲିମ୍ ସମସ୍ତଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି। ସଲମାନଙ୍କ ଏହି ବିବାଦୀୟ ବୟାନ ଆସିବା ପରେ ତାଙ୍କୁ ବିଭିନ୍ନ ମହଲରୁ ସମାଲୋଚନାର ଶୀକାର ହେବାକୁ ପଡୁଛି। ଜାତୀୟ ମହିଳା ଆୟୋଗ ପକ୍ଷରୁ ସଲମାନଙ୍କୁ ନୋଟିସ୍ ଜାରି କରାଯାଇ ୭ ଦିନ ଭିତରେ କ୍ଷମା ମାଗିବାକୁ କୁହାଯାଇଛି।
ନିକଟରେ ସଲମାନ ଏକ ୱେବସାଇଟ୍କୁ ଦେଇଥିବା ଇଣ୍ଟରଭ୍ୟୁରେ କହିଥିଲେ, “ସୁଲତାନ ଫିଲ୍ମର ସୁଟିଂ ବେଳେ ରିଙ୍ଗରେ ବିଭିନ୍ନ ଆଙ୍ଗଲରେ ୧୨୦ କେଜି ଓଜନର ଜଣେ ବ୍ୟକ୍ତିଙ୍କୁ ୧୦ ଥର ଉଠାଇବାକୁ ପଡୁଥିଲା। ରିଙ୍ଗରୁ ବାହାରିବା ପରେ ତାଙ୍କୁ ବଳାତ୍କାର ଶୀକାର ମହିଳାଙ୍କ ପରି ଲାଗୁଥିଲା।”
ସଲମାନଙ୍କ ଏପରି ବୟାନ ବିବାଦୀୟ ହେଉଥିବା ବେଳେ ତାଙ୍କ ପିତା ସମସ୍ତଙ୍କୁ କ୍ଷମା ମାଗିଛନ୍ତି। ସେ କହିଛନ୍ତି, “ସେ (ସଲମାନ) ଯାହା ବି କହିଛନ୍ତି, ଭୁଲ କହିଛନ୍ତି। ମୁଁ ସମସ୍ତଙ୍କୁ କ୍ଷମା ମାଗୁଛି। ପ୍ରକୃତରେ ତାଙ୍କର ଏଭଳି କହିବା ଉଦ୍ଦେଶ୍ୟ ନ ଥିଲା।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Tollywood
'ଛୁପାନା ଭି ନେହିଁ ଆତା, ଜତାନା ଭି ନେହିଁ ଆତା...' ରଶ୍ମୀକା-ବିଜୟଙ୍କ ଡେଟିଂ ଫଟୋ ଭାଇରାଲ୍
ଉଭୟ ଡେଟିଂ ଚର୍ଚ୍ଚାକୁ ଖଣ୍ଡନ କରି ଆସୁଥିଲେ ମଧ୍ୟ ସେମାନଙ୍କର କିଛି ଫଟୋ ସେଶାଲ ମିଡିଆରେ ଭାଇରାଲ୍ ହେଉଛି।
Bollywood
ରାଗିଗଲେ ଏଆର୍ ରହମାନ, ନୋଟିସ୍ ପଠାଇଲେ, ଚେତାବନୀ ଦେଲେ
ଦୀର୍ଘ ୨୯ ବର୍ଷର ବିବାହ ପରେ ଏଆର୍ ରହମାନ ନିଜ ପତ୍ନୀ ସାଇରା ବାନୁଙ୍କ ଠାରୁ ଅଲଗା ହୋଇଛନ୍ତି। ଦୁହିଁଙ୍କ ଛାଡପତ୍ରକୁ ନେଇ ଅନେକ ପ୍ରକାରର ଖବର ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
Entertainment
ଫିଲ୍ମ ନିର୍ଦ୍ଦେଶକ ବବି ଇସଲାମଙ୍କୁ ହତ୍ୟା ଧମକ, କାହିଁକି କହିଲେ ମନୋଜ ଓ ତାଙ୍କ ଟିମ୍ ଦାୟୀ ରହିବେ
ଯଦି ତାଙ୍କର କିଛି କ୍ଷତି ହେଲା, ତା’ହେଲେ ମନୋଜ ମିଶ୍ର ଓ ତାଙ୍କ ଟିମ୍ ଦାୟୀ ରହିବେ ବୋଲି କାହିଁକି କହିଲେ ବବି?
Bollywood
ଭୋଟ ଦେଉଛି ବଲିଉଡ; ସବୁଠୁ ଆଗରେ ଖିଲାଡ଼ି କୁମାର
ବଲିଉଡର ଖିଲାଡି କୁମାର ଭୋଟ ଦେବାରେ ଆଗୁଆ ରହିଛନ୍ତି। ଆଜି ସକାଳୁ ସକାଳୁ ସେ ଜୁହୁ ବୁଥ୍ରେ ପହଞ୍ଚି ସେଠାରେ ଭୋଟ ଦେଇଛନ୍ତି।
Bollywood
ନିକାର ୨୯ ବର୍ଷ ପରେ ଏଆର ରହମାନଙ୍କ ଠାରୁ ଅଲଗା ହେଲେ ସାଇରା
ସାଇରାଙ୍କ କହିବା କଥା ଯେ ରହମାନଙ୍କ ସହ ତାଙ୍କ ସମ୍ପର୍କ ଯୋଗୁ ସେ ଅନେକ କଷ୍ଟ ସହ୍ୟ କରି ଆସୁଥିଲେ। ଏହାକୁ ସମ୍ଭାଳିବା ଆଉ ତାଙ୍କ ପକ୍ଷେ ସମ୍ଭବ ହେଉନାହିଁ।