ସଲମାନଙ୍କ ‘ରେପ୍‌’ ବୟାନ ପାଇଁ ପିତା ସଲିମ୍‌ଙ୍କ କ୍ଷମା ପ୍ରାର୍ଥନା

ମୁମ୍ବାଇ:  ଦବଙ୍ଗ ଷ୍ଟାର ସଲମାନ ଖାଁଙ୍କର ବିବାଦୀୟ ‘ରେପ୍‌’ ବୟାନ ପାଇଁ ତାଙ୍କ ପିତା ସଲିମ୍‌ ସମସ୍ତଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି। ସଲମାନଙ୍କ ଏହି ବିବାଦୀୟ ବୟାନ ଆସିବା ପରେ ତାଙ୍କୁ ବିଭିନ୍ନ ମହଲରୁ ସମାଲୋଚନାର ଶୀକାର ହେବାକୁ ପଡୁଛି। ଜାତୀୟ ମହିଳା ଆୟୋଗ ପକ୍ଷରୁ ସଲମାନଙ୍କୁ ନୋଟିସ୍‌ ଜାରି କରାଯାଇ ୭ ଦିନ ଭିତରେ କ୍ଷମା ମାଗିବାକୁ କୁହାଯାଇଛି। ନିକଟରେ ସଲମାନ ଏକ ୱେବସାଇଟ୍‌କୁ ଦେଇଥିବା ଇଣ୍ଟରଭ୍ୟୁରେ କହିଥିଲେ, “ସୁଲତାନ ଫିଲ୍ମର ସୁଟିଂ ବେଳେ ରିଙ୍ଗରେ […]

salman

Rakesh Mallick
  • Published: Tuesday, 21 June 2016
  • , Updated: 23 June 2016, 10:05 AM IST

ମୁମ୍ବାଇ:  ଦବଙ୍ଗ ଷ୍ଟାର ସଲମାନ ଖାଁଙ୍କର ବିବାଦୀୟ ‘ରେପ୍‌’ ବୟାନ ପାଇଁ ତାଙ୍କ ପିତା ସଲିମ୍‌ ସମସ୍ତଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି। ସଲମାନଙ୍କ ଏହି ବିବାଦୀୟ ବୟାନ ଆସିବା ପରେ ତାଙ୍କୁ ବିଭିନ୍ନ ମହଲରୁ ସମାଲୋଚନାର ଶୀକାର ହେବାକୁ ପଡୁଛି। ଜାତୀୟ ମହିଳା ଆୟୋଗ ପକ୍ଷରୁ ସଲମାନଙ୍କୁ ନୋଟିସ୍‌ ଜାରି କରାଯାଇ ୭ ଦିନ ଭିତରେ କ୍ଷମା ମାଗିବାକୁ କୁହାଯାଇଛି।

ନିକଟରେ ସଲମାନ ଏକ ୱେବସାଇଟ୍‌କୁ ଦେଇଥିବା ଇଣ୍ଟରଭ୍ୟୁରେ କହିଥିଲେ, “ସୁଲତାନ ଫିଲ୍ମର ସୁଟିଂ ବେଳେ ରିଙ୍ଗରେ ବିଭିନ୍ନ ଆଙ୍ଗଲରେ ୧୨୦ କେଜି ଓଜନର ଜଣେ ବ୍ୟକ୍ତିଙ୍କୁ ୧୦ ଥର ଉଠାଇବାକୁ ପଡୁଥିଲା। ରିଙ୍ଗରୁ ବାହାରିବା ପରେ ତାଙ୍କୁ ବଳାତ୍କାର ଶୀକାର ମହିଳାଙ୍କ ପରି ଲାଗୁଥିଲା।”

ସଲମାନଙ୍କ ଏପରି ବୟାନ ବିବାଦୀୟ ହେଉଥିବା ବେଳେ ତାଙ୍କ ପିତା ସମସ୍ତଙ୍କୁ କ୍ଷମା ମାଗିଛନ୍ତି। ସେ କହିଛନ୍ତି, “ସେ (ସଲମାନ) ଯାହା ବି କହିଛନ୍ତି, ଭୁଲ କହିଛନ୍ତି। ମୁଁ ସମସ୍ତଙ୍କୁ କ୍ଷମା ମାଗୁଛି। ପ୍ରକୃତରେ ତାଙ୍କର ଏଭଳି କହିବା ଉଦ୍ଦେଶ୍ୟ ନ ଥିଲା।”

Related story