ବନ୍ଦ ହୋଇଗଲା ଫିଲ୍ମ 'ଇନ୍‌ଶାଲ୍ଲାହ'!

ମୁମ୍ବାଇ: ସଲ୍‌ମାନ୍ ଖାନ୍‌ ଓ ଆଲିଆ ଭଟ୍ଟଙ୍କ ଫ୍ୟାନ୍‌ଙ୍କ ପାଇଁ ଏକ ଦୁଃଖ ଖବର। ସୂଚନା ମିଳିଛି, ‘ଇନ୍‌ଶାଲ୍ଲାହ’ ଫିଲ୍ମ ବନ୍ଦ ହୋଇଯାଇଛି। ସଞ୍ଜୟ ଲୀଲା ଭଂସାଲିଙ୍କ ପ୍ରଡକ୍ସନ୍ସ ହାଉସ୍ ପକ୍ଷରୁ ଟ୍ୱିଟ୍ କରି ଏ କଥା କୁହାଯାଇଛି। ବର୍ତ୍ତମାନ ପାଇଁ ଏହା ଆଗକୁ ବଢ଼ୁ ନାହିଁ ବୋଲି ସଂସ୍ଥା ପକ୍ଷରୁ ଟ୍ୱିଟ୍ କରାଯାଇଥିବା ବେଳେ ଖୁବ୍‌ଶୀଘ୍ର ପରବର୍ତ୍ତୀ ଘୋଷଣା କରାଯିବ ବୋଲି କୁହାଯାଇଛି। ତେବେ ବର୍ତ୍ତମାନ ପାଇଁ ଫିଲ୍ମଟିକୁ ବନ୍ଦ କରିବା ପଛର କାରଣ ସଂପର୍କରେ […]

SALMAN

Chinmayee Roy
  • Published: Tuesday, 27 August 2019
  • , Updated: 27 August 2019, 04:57 PM IST

ମୁମ୍ବାଇ: ସଲ୍‌ମାନ୍ ଖାନ୍‌ ଓ ଆଲିଆ ଭଟ୍ଟଙ୍କ ଫ୍ୟାନ୍‌ଙ୍କ ପାଇଁ ଏକ ଦୁଃଖ ଖବର। ସୂଚନା ମିଳିଛି, ‘ଇନ୍‌ଶାଲ୍ଲାହ’ ଫିଲ୍ମ ବନ୍ଦ ହୋଇଯାଇଛି। ସଞ୍ଜୟ ଲୀଲା ଭଂସାଲିଙ୍କ ପ୍ରଡକ୍ସନ୍ସ ହାଉସ୍ ପକ୍ଷରୁ ଟ୍ୱିଟ୍ କରି ଏ କଥା କୁହାଯାଇଛି। ବର୍ତ୍ତମାନ ପାଇଁ ଏହା ଆଗକୁ ବଢ଼ୁ ନାହିଁ ବୋଲି ସଂସ୍ଥା ପକ୍ଷରୁ ଟ୍ୱିଟ୍ କରାଯାଇଥିବା ବେଳେ ଖୁବ୍‌ଶୀଘ୍ର ପରବର୍ତ୍ତୀ ଘୋଷଣା କରାଯିବ ବୋଲି କୁହାଯାଇଛି। ତେବେ ବର୍ତ୍ତମାନ ପାଇଁ ଫିଲ୍ମଟିକୁ ବନ୍ଦ କରିବା ପଛର କାରଣ ସଂପର୍କରେ କିଛି କୁହାଯାଇ ନାହିଁ।

ଶୁଣିବାକୁ ମିଳିଛି, ସଲ୍‌ମାନ୍ କୁଆଡ଼େ ଏ ଫିଲ୍ମରୁ ଓହରି ଯାଇଛନ୍ତି। ଯଦି ଏହା ସତ ହୋଇଥାଏ, ତା’ହେଲେ ଏ ଦୁହିଁଙ୍କୁ ପ୍ରଥମ ଥର ପାଇଁ ରୁପେଲି ପରଦାରେ ଏକାଠି ଦେଖିବା ପାଇଁ ଫ୍ୟାନ୍‌ମାନଙ୍କୁ ଆହୁରି ଅପେକ୍ଷା କରିବାକୁ ପଡ଼ିବ।

ସୂଚନା ଅନୁଯାୟୀ, ସଲମାନ୍‌ ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲିଙ୍କୁ ଏହି ଫିଲ୍ମ ପାଇଁ ୧୨୫ ଦିନ ଦେବାକୁ କଥା ଦେଇଥିଲେ। ଏଥିସହ ସବୁଥର ପରି ଏହି ଫିଲ୍ମକୁ ମଧ୍ୟ ସଲମାନ୍ ଇଦ୍‌ ଅବସରରେ ରିଲିଜ୍‌ କରିବାକୁ ଚାହୁଁଥିଲେ। ହେଲେ ଭଂସାଲି ଫିଲ୍ମଟିକୁ ଇଦ୍‌ରେ ରିଲିଜ୍‌ କରିବାକୁ ମନା କରି ଦେଇଥିଲେ। କାରଣ ତାଙ୍କ କହିବା ମୁତାବକ, ଫିଲ୍ମଟିକୁ ପୂରା କରିବାକୁ ପାଖାପାଖି ୮ ମାସ ସମୟ ଲାଗିବ। ତେଣୁ ଇଦ୍‌ରେ ଏହା ରିଲିଜ୍ କରିବା ସମ୍ଭବ ନୁହେଁ।

https://twitter.com/bhansali_produc/status/1165896098394886144

ଭଂସାଲିଙ୍କ ଏହି କଥା କୁଆଡ଼େ ସଲ୍‌ମାନ୍‌ଙ୍କୁ ପସନ୍ଦ ଆସିଲା ନାହିଁ। ତେଣୁ ସେ ଏହି ଫିଲ୍ମରୁ ଓହରିଗଲେ। ତେବେ ସଲ୍‌ମାନ୍‌ ଏ କଥା ଭଂସାଲିଙ୍କୁ କହି ନଥିଲେ। ସେ କହିଥିଲେ ଯେ, ସେ ଅନ୍ୟ ପ୍ରୋଜେକ୍ଟ ପାଇଁ ଡେଟ୍ ଦେଇ ସାରିଥିବାରୁ ଏଥିରେ ଅଭିନୟ କରିପାରିବେ ନାହିଁ। ସେ ୧୨୫ ଦିନରୁ ଅଧିକ ସମୟ ଦେଇ ପାରିବେ ନାହିଁ।

ଅବଶ୍ୟ ସଲ୍‌ମାନ୍ ଏ ଫିଲ୍ମ ଛାଡ଼ିବାକୁ ନେଇ ଆଉ ଏକ କଥା ମଧ୍ୟ ଶୁଣିବାକୁ ମିଳିଛି। ଫିଲ୍ମରେ ତାଙ୍କର ଅଧିକ ହସ୍ତକ୍ଷେପକୁ କୁଆଡ଼େ ଭଂସାଲି ପସନ୍ଦ କରି ନଥିଲେ।

https://twitter.com/aliaa08/status/1107877792790659072

ସୂଚନାଯୋଗ୍ୟ, ସଞ୍ଜୟ ଲୀଲା ଭଂସାଲି ଓ ‘ଦବଙ୍ଗ ଖାନ୍‌’ ସଲ୍‌ମାନ୍‌ଙ୍କ ସହ ଆଲିଆ ଭଟ୍ଟ କାମ କରିବା ପାଇଁ ବହୁଦିନରୁ ସ୍ୱପ୍ନ ଦେଖୁଥିଲେ। ବଲିଉଡ୍‌ରେ ସେ ୭ ବର୍ଷ ଅଭିନୟ କରିବା ପରେ ତାଙ୍କର ଏହି ସ୍ୱପ୍ନ ଏବେ ପୂରା ହେବାକୁ ଯାଉଥିଲା। ଏ ନେଇ ସେ ଏକ ଟ୍ୱିଟ୍‌ କରି ନିଜ ଖୁସି ମଧ୍ୟ ଜାହିର୍‌ କରିଥିଲେ। ତେଣୁ ଯଦି ସତରେ ସଲ୍‌ମାନ୍ ଫିଲ୍ମଟିରୁ ଓହରି ଯା’ନ୍ତି. ତା’ହେଲେ ଆଲିଆଙ୍କ ସ୍ୱପ୍ନ ଭାଙ୍ଗିଯିବ। ତାଙ୍କୁ ପୁଣି ଅପେକ୍ଷା କରିବାକୁ ପଡ଼ିବ।

Related story