ଦିଶାଙ୍କ ଟେନସନ ଏପରି ଦୂର କଲେ ସଲମାନ...

ମୁମ୍ୱାଇ: ବଲିଉଡ଼ ବିୟୁଟି ଦିଶା ପଟାନୀଙ୍କ ଲାଗି ଏବେ ତାଙ୍କ ବୟସ କାଳ ହୋଇଛି। ହାତୀ ମୁଣ୍ଡରେ ସୁନା କଳସ ଢାଳିବା ପରି କ୍ୟାରିଅର ଆରମ୍ଭରେ ଦବଙ୍ଗ ଖାନଙ୍କ ସହ କାମ କରି ଦିଶାଙ୍କ ମନ ଗଗନେ ଉଡୁଥିଲା। ହେଲେ ଉଭୟଙ୍କ ମଧ୍ୟରେ ବୟସ ତାରତମ୍ୟ  ଢେର ଅଧିକ ହୋଇଥିବାରୁ ଏପରି ସୁଯୋଗ ପୁଣି ତାଙ୍କ ଭାଗ୍ୟରେ ଜୁଟିବ କି ନାହିଁ ତାକୁ ନେଇ ଟେନସନରେ ଦିଶା। ସଲମାନ କିନ୍ତୁ ଚୁଟକିରେ ଦିଶାଙ୍କ ଏହି ଟେନସନ ଦୂର […]

salman-2..

Niharika Rout
  • Published: Wednesday, 29 May 2019
  • , Updated: 29 May 2019, 10:43 AM IST

ମୁମ୍ୱାଇ: ବଲିଉଡ଼ ବିୟୁଟି ଦିଶା ପଟାନୀଙ୍କ ଲାଗି ଏବେ ତାଙ୍କ ବୟସ କାଳ ହୋଇଛି। ହାତୀ ମୁଣ୍ଡରେ ସୁନା କଳସ ଢାଳିବା ପରି କ୍ୟାରିଅର ଆରମ୍ଭରେ ଦବଙ୍ଗ ଖାନଙ୍କ ସହ କାମ କରି ଦିଶାଙ୍କ ମନ ଗଗନେ ଉଡୁଥିଲା। ହେଲେ ଉଭୟଙ୍କ ମଧ୍ୟରେ ବୟସ ତାରତମ୍ୟ  ଢେର ଅଧିକ ହୋଇଥିବାରୁ ଏପରି ସୁଯୋଗ ପୁଣି ତାଙ୍କ ଭାଗ୍ୟରେ ଜୁଟିବ କି ନାହିଁ ତାକୁ ନେଇ ଟେନସନରେ ଦିଶା। ସଲମାନ କିନ୍ତୁ ଚୁଟକିରେ ଦିଶାଙ୍କ ଏହି ଟେନସନ ଦୂର କରି ଦେଇଛନ୍ତି।

ବୟସ ତାରତମ୍ୟ ଏକ ବଡ ସମସ୍ୟା ନୁହେଁ ବୋଲି କହିଛନ୍ତି ସଲମାନ । ମୁଁ ଏବେବି ଜଣେ ୧୭ ବର୍ଷୀୟା ଯୁବତୀଙ୍କ ସହ କାମ କରୁଛି ବୋଲି ସେ କହିଛନ୍ତି । ସଲମାନ, କ୍ୟାଟ୍ରିନା ଓ ଦିଶାଙ୍କ ଅଭିନୀତ ‘ଭାରତ’ ଜୁନ ୫ରେ ରିଲିଜ ହେବାକୁ ଯାଉଛି। ଏହା ପୂର୍ବରୁ ସଲମାନ ଓ ଦିଶାଙ୍କ ଗୀତ ‘ସ୍ଲୋ-ମୋଶନ’ ୟୁ-ଟୁବ୍‌ର ଟପ୍‌ ଟ୍ରେଣ୍ଡରେ ରହିଛି।

ସଲମାନ ଏହାପରେ ସଞ୍ଜୟ ଲୀଳା ଭନଶାଲୀଙ୍କ ଫିଲ୍ମ ‘ଇନଶଆଲହା’ରେ ୨୬ ବର୍ଷୀୟା ଆଲିଆଙ୍କ ସହ କାମ କରିବେ।  ଏଠାରେ କହି ରଖୁଯେ, ବଲିଉଡ଼ର ୩ ଖାନ ସଲମାନ, ଶାହାରୁଖ ଓ ଅମୀର ୫୦ ବର୍ଷ ଅତିକ୍ରମ କରି ସାରିଥିବା ବେଳେ ଏବେ ବି ୟଙ୍ଗ ହିରୋଇନଙ୍କ ସହ ସେମାନଙ୍କ ଯୋଡି ହିଟ୍‌ ସାବ୍ୟସ୍ତ ହେଉଛି।

ଦର୍ଶକ ବି ଏମାନଙ୍କ ଯୋଡିକୁ ଖୁବ୍‌ ପ୍ରଶଂସା କରୁଛନ୍ତି। ସେମାନେ ୩୧ ବର୍ଷୀୟା ଅନୁଷ୍କା, ୩୩ ବର୍ଷୀୟା ସୋନମ କପୁର ଓ  ଦୀପିକା ପାଦୁକୋନଙ୍କ ସହ ବହୁ ହିଟ୍‌ ଫିଲ୍ମ ଦେଇ ସାରିଛନ୍ତି। ଏହି ଦୌଡରେ ୨ ପାଦ ଆଗରେ ଅଛନ୍ତି ସାଉଥ ସୁପରଷ୍ଟାର ରଜନୀକାନ୍ତ । ୬୮ ବର୍ଷୀୟ ରଜନୀକାନ୍ତ ୨୭ ବର୍ଷୀୟ ଏମି ଜ୍ୟାକସନଙ୍କ ସହ ଫିଲ୍ମ ୨.୦ରେ କାମ କରି ସାରିଛନ୍ତି।

Related story