ମାଆଙ୍କ ପରେ ଝିଅ ସହିତ ରୋମାନ୍ସ କରିବେ ଭାଇଜାନ୍‌

ମୁମ୍ୱାଇ: ବଲିଉଡ୍‌ରେ ଭାଇଜାନ୍‌ ଭାବେ ପରିଚିତ ହେଉଛନ୍ତି ସଲମାନ୍‌ ଖାନ। ତାଙ୍କର ଚଳଚ୍ଚିତ୍ର ଭଲ ହେଉ ବା ଖରାପ ସବୁବେଳେ ହିଟ୍‌ ରହିଥାଏ। ସେଥିପାଇଁ ସବୁ ନିର୍ଦ୍ଦେଶକଙ୍କ ପ୍ରଥମ ପସନ୍ଦ ହେଉଛନ୍ତି ଭାଇଜାନ୍‌। ନିଜର ଚଳଚ୍ଚିତ୍ର ଜୀନରେ ସେ ଅନେକ ଅଭିନେତ୍ରୀଙ୍କ କ୍ୟାରିୟର ଗଢ଼ିଛନ୍ତି। ଏବେ ଶୁଣିବାକୁ ମିଳୁଛି ତାଙ୍କ ସହିତ କାମ କରିଥିବା ଭାଗ୍ୟଶ୍ରୀଙ୍କ ଝିଅଙ୍କ ସହିତ ସେ ରୋମାନ୍ସ କରିବେ। ୯୦ ଦଶକରେ ‘ମୈନେ ପ୍ୟାର କିଆ’ ଫିଲ୍ମ ହିଟ୍‌ ହୋଇଥିଲା। ୧୯୮୯ ମସିହା […]

qqq

Rakesh Mallick
  • Published: Sunday, 01 July 2018
  • , Updated: 01 July 2018, 07:38 AM IST

ମୁମ୍ୱାଇ: ବଲିଉଡ୍‌ରେ ଭାଇଜାନ୍‌ ଭାବେ ପରିଚିତ ହେଉଛନ୍ତି ସଲମାନ୍‌ ଖାନ। ତାଙ୍କର ଚଳଚ୍ଚିତ୍ର ଭଲ ହେଉ ବା ଖରାପ ସବୁବେଳେ ହିଟ୍‌ ରହିଥାଏ। ସେଥିପାଇଁ ସବୁ ନିର୍ଦ୍ଦେଶକଙ୍କ ପ୍ରଥମ ପସନ୍ଦ ହେଉଛନ୍ତି ଭାଇଜାନ୍‌। ନିଜର ଚଳଚ୍ଚିତ୍ର ଜୀନରେ ସେ ଅନେକ ଅଭିନେତ୍ରୀଙ୍କ କ୍ୟାରିୟର ଗଢ଼ିଛନ୍ତି। ଏବେ ଶୁଣିବାକୁ ମିଳୁଛି ତାଙ୍କ ସହିତ କାମ କରିଥିବା ଭାଗ୍ୟଶ୍ରୀଙ୍କ ଝିଅଙ୍କ ସହିତ ସେ ରୋମାନ୍ସ କରିବେ।

୯୦ ଦଶକରେ ‘ମୈନେ ପ୍ୟାର କିଆ’ ଫିଲ୍ମ ହିଟ୍‌ ହୋଇଥିଲା। ୧୯୮୯ ମସିହା ଡିସେମ୍ୱର ୨୯ ତାରିଖରେ ଏହି ଫିଲ୍ମ ରିଲିଜ ହୋଇଥିଲା। ଏହି ଫିଲ୍ମ ମାଧ୍ୟମରେ ମୟାନଗରୀରେ ହିରୋ ଭାବେ ପ୍ରବେଶ କରିଥିଲେ ଭାଇଜାନ୍‌। ତାଙ୍କ ସହିତ ଅଭିନୟ କରିଥିଲେ ଭାଗ୍ୟଶ୍ରୀ। ପରବର୍ତ୍ତୀ ସମୟରେ ଏହି ଫିଲ୍ମ ହିଟ୍‌ ହୋଇଥିଲା। ରାତାରାତି ଭାଇଜାନ ଓ ଭାଗ୍ୟଶ୍ରୀ ଷ୍ଟାର ହୋଇଯାଇଥିଲେ। ଭାଇଜାନ୍‌ଙ୍କ ଅପେକ୍ଷା ଭାଗ୍ୟଶ୍ରୀଙ୍କ ପାଉଣା ବଢ଼ିଯାଇଥିଲା। ଗୋଟିଏ ପରେ ଗୋଟିଏ ହିଟ୍‌ ଫିଲ୍ମ ଦେଇଥିଲେ ଭାଗ୍ୟଶ୍ରୀ। ପରେ କୌଣସି କାରଣରୁ ମାୟାନଗରୀଠାରୁ ଦୂରେଇ ଗଲେ ଭାଗ୍ୟଶ୍ରୀ। ଆଉ ଭାଇଜାନ୍‌ ଗୋଟିଏ ପରେ ଗୋଟିଏ ହିଟ୍‌ ଫିଲ୍ମ ଦେଇ ଚାଲିଥିଲେ।

କିଛି ଦିନ ତଳେ ଭାଗ୍ୟଶ୍ରୀ ଓ ତାଙ୍କ ଝିଅ ଅବନ୍ତିଙ୍କାଙ୍କୁ ଭାଇଜାନଙ୍କ ଘର ପାଖରେ ଦେଖିବାକୁ ମିଳିଥିଲା। ଝିଅର ଫିଲ୍ମ କ୍ୟାରିୟର ଗଢ଼ିବା ପାଇଁ ସେ ଭାଇଜାନ୍‌ଙ୍କ ପାଖକୁ ଯାଇଥିବା ଇଣ୍ଡଷ୍ଟ୍ରିରେ ଚର୍ଚ୍ଚା ହେଉଛି। ଏହା କେତେଦୂର ସତ, ତାହା ଜଣାପଡ଼ିନାହିଁ। ଅନ୍ୟପକ୍ଷରେ ଏନେଇ କୌଣସି ବିଧିବଦ୍ଧ ଭାବେ ଘୋଷଣା କରାଯାଇନାହିଁ।

କଛି ଦିନ ତଳେ ଭାଗ୍ୟଶ୍ରୀ କହିଥିଲେ,“ବଲିଉଡ୍‌ରେ ଯେଉଁ ସମ୍ମାନ ପାଇବାକୁ ଚାହିଁଥିଲେ, ତାହା ପାଇନଥିଲେ। ଏଥିରେ ଭୁଲ ଥିଲା ତାହା ଜାଣିପାରିଛନ୍ତି। ମୋ ଜୀବନରେ ଯେଉଁ ଭୁଲ୍‌ କରିଛି, ତାହା ଝିଅ ଭାଗ୍ୟରେ ଘଟିବାକୁ ଦେବିନାହିଁ। ବଲିଉଡ୍‌ରେ ପ୍ରତିଷ୍ଠିତ କରିବାକୁ ଚେଷ୍ଟା କରିବି।”

Related story