ଭାଇ ପାଇଁ ଭାବବିହ୍ୱଳ ଚିଠି ଲେଖିଲେ ଅର୍ପିତା

ମୁମ୍ବାଇ: କୃଷ୍ଣସାର ମୃଗ ଶିକାର ମାମଲାରେ ସଲମାନ ଖାନ୍ ଜାମିନରେ ଆସିଛନ୍ତି। ତାଙ୍କର ଏହି ଖରାପ ସମୟରେ ତାଙ୍କର ଦୁଇ ଭଉଣୀ ଅର୍ପିତା ଖାନ୍ ଓ ଅଲଭିରା ଖାନ୍ ତାଙ୍କ ସହ ଛିଡ଼ା ହୋଇଥିଲେ। ସଲମାନଙ୍କୁ ୫ବର୍ଷର ଦଣ୍ଡାଦେଶ ହୋଇଥିଲା। ସଲମାନଙ୍କର ଶୁଣାଣି ପାଇଁ ଯୋଧପୁର ଯିବାଠୁ ନେଇ ମୁମ୍ବାଇ ଫେରିବା ପର୍ଯନ୍ତ ତାଙ୍କ ସାଙ୍ଗରେ ଥିଲେ ଏହି ଦୁଇ ଭଉଣୀ। ଆଉ ଏବେ ସଲମାନଙ୍କ ପାଇଁ ଅର୍ପିତା ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭାବବିହ୍ୱଳ ପୋଷ୍ଟ ସେୟାର […]

arpita-khan_650x400_51471935067

Rakesh Mallick
  • Published: Tuesday, 10 April 2018
  • , Updated: 11 April 2018, 07:33 AM IST

ମୁମ୍ବାଇ: କୃଷ୍ଣସାର ମୃଗ ଶିକାର ମାମଲାରେ ସଲମାନ ଖାନ୍ ଜାମିନରେ ଆସିଛନ୍ତି। ତାଙ୍କର ଏହି ଖରାପ ସମୟରେ ତାଙ୍କର ଦୁଇ ଭଉଣୀ ଅର୍ପିତା ଖାନ୍ ଓ ଅଲଭିରା ଖାନ୍ ତାଙ୍କ ସହ ଛିଡ଼ା ହୋଇଥିଲେ। ସଲମାନଙ୍କୁ ୫ବର୍ଷର ଦଣ୍ଡାଦେଶ ହୋଇଥିଲା। ସଲମାନଙ୍କର ଶୁଣାଣି ପାଇଁ ଯୋଧପୁର ଯିବାଠୁ ନେଇ ମୁମ୍ବାଇ ଫେରିବା ପର୍ଯନ୍ତ ତାଙ୍କ ସାଙ୍ଗରେ ଥିଲେ ଏହି ଦୁଇ ଭଉଣୀ। ଆଉ ଏବେ ସଲମାନଙ୍କ ପାଇଁ ଅର୍ପିତା ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭାବବିହ୍ୱଳ ପୋଷ୍ଟ ସେୟାର କରିଛନ୍ତି।

ଏହି ପୋଷ୍ଟରେ ଅର୍ପିତା ଲେଖିଛନ୍ତି,  “ମୋ ବଳ, ମୋ ଦୁର୍ବଳତା, ମୋର ଗୌରବ, ମୋର ଜୀବନ, ମୋର ସଂସାର। ଭଗବାନ ସେ ସମସ୍ତଙ୍କ ଉପରେ କୃପା କରନ୍ତୁ ଯେଉଁମାନେ ତୁମ ସଫଳତାକୁ ହଜମ କରିପାରୁ ନାହାଁନ୍ତି। ମୁଁ ତୁମ ପାଇଁ ଖୁସି କାମନା କରୁଛି। ତୁମ ଆଖପାଖରେ ବଢୁଥିବା ଘୃଣା ଓ ଇର୍ଷା ସବୁ ଦୂରେଇଯାଉ। ମୁଁ ପ୍ରାର୍ଥନା କରୁଛି ଯେ,  ତୁମେ ଆହୁରି ସଫଳତା ପାଅ ଓ ସମସ୍ତଙ୍କୁ ଅନ୍ଧ କରିଦିଅ। ଲଭ୍ ୟୁ ଭାଇ।”

୧୯୯୮ ମସିହାର କୃଷ୍ଣସାର ମୃଗ ହତ୍ୟା ମାମଲାରେ ସଲମାନ ଖାନ୍‌ଙ୍କୁ ଗତ ଗୁରୁବାର ଦିନ ଯୋଧପୁର ଅଦାଲତ ୫ ବର୍ଷର ଜେଲ୍‌ ଦଣ୍ଡାଦେଶ ଶୁଣାଇଥିଲା। ସଲମାନ ଖାନଙ୍କୁ ଜାମିନ୍ ପୂର୍ବରୁ ୨ ଦିନ ଜେଲ୍‌ରେ ରହିବାକୁ ପଡ଼ିଥିଲା। ମାମଲାର ଅନ୍ୟ ଅଭିଯୁକ୍ତ ସୋନାଲି ବେନ୍ଦ୍ରେ, ତବୁ, ନିଲମ ଓ ସୈଫ୍ଅଲ୍ଲି ଖାନ୍‌ଙ୍କୁ ଅଦାଲତ ଦୋଷମୁକ୍ତ ଘୋଷଣା କରିଥିଲେ। ଆପଣଙ୍କୁ ଜଣେଇ ଦେବାକୁ ଚାହୁଁଛୁ ଯେ, ପ୍ରିତି ଝିଣ୍ଟା ଏକମାତ୍ର ଅଭିନେତ୍ରୀ ଯିଏ କି ସଲମାନଙ୍କୁ ଭେଟିବାକୁ ଯୋଧପୁର ଜେଲ୍ ଯାଇଥିଲେ।

Related story