ସଲମାନ୍‌ ଖାନଙ୍କ ଉଉଣୀ ଅର୍ପିତାଙ୍କ ଘରୁ ଚୋରି

ମୁମ୍ବାଇ: ଦବଙ୍ଗ ଖାନ୍‌ ସଲମାନ୍‌ ଉଉଣୀ ଅର୍ପିତା ଘରୁ ପ୍ରାୟ ତିନି ଲକ୍ଷ ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି। ଅର୍ପିତା ଓ ତାଙ୍କ ସ୍ୱାମୀ ଆୟୁଷଙ୍କ ସହ ବାନ୍ଦ୍ରା ସ୍ଥିତ ପାସିଫିକ୍‌ ଆପାର୍ଟମେଣ୍ଟରେ ରୁହନ୍ତି। ଅର୍ପିତା ଓ ତାଙ୍କ ସ୍ୱାମୀ  ଛୁଟି କଟାଇବା ପାଇଁ ବାହାରକୁ ଯାଇଥିବା ବେଳେ ଏହି ଚୋରି ହୋଇଛି।  ଅର୍ପିତାଙ୍କ ଏ ନେଇ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ଅଗଷ୍ଟ ୨୧ ତାରିଖ ରବିବାର ଦିନ ଅର୍ପିତା ଓ ତାଙ୍କୁ ସ୍ୱାମୀ […]

salman-khan_-arpita_

Rakesh Mallick
  • Published: Tuesday, 23 August 2016
  • , Updated: 23 August 2016, 02:57 PM IST

ମୁମ୍ବାଇ: ଦବଙ୍ଗ ଖାନ୍‌ ସଲମାନ୍‌ ଉଉଣୀ ଅର୍ପିତା ଘରୁ ପ୍ରାୟ ତିନି ଲକ୍ଷ ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି। ଅର୍ପିତା ଓ ତାଙ୍କ ସ୍ୱାମୀ ଆୟୁଷଙ୍କ ସହ ବାନ୍ଦ୍ରା ସ୍ଥିତ ପାସିଫିକ୍‌ ଆପାର୍ଟମେଣ୍ଟରେ ରୁହନ୍ତି। ଅର୍ପିତା ଓ ତାଙ୍କ ସ୍ୱାମୀ  ଛୁଟି କଟାଇବା ପାଇଁ ବାହାରକୁ ଯାଇଥିବା ବେଳେ ଏହି ଚୋରି ହୋଇଛି।  ଅର୍ପିତାଙ୍କ ଏ ନେଇ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ଅଗଷ୍ଟ ୨୧ ତାରିଖ ରବିବାର ଦିନ ଅର୍ପିତା ଓ ତାଙ୍କୁ ସ୍ୱାମୀ ଘରୁକୁ ଫେରିଲାପରେ  ଘରେ ଚୋରି  ହୋଇଥିବା ଜାଣିବାକୁ ପାଇଥିଲେ।

ପୋଲିସ୍ ଅର୍ପିତାଙ୍କ ଘରେ କାମ କରୁଥିବା ଚାକରାଣୀଙ୍କୁ ପଚରାଉଚରା କରୁଛି।ଏହା ସହ ତାଙ୍କ ଡ୍ରାଇଭର ଓ ପୋଡଶୀ ଲୋକଙ୍କୁ ମଧ୍ୟ ପଚରାଉଚରା କରୁଛି। ଅର୍ପିତାଙ୍କ ପରିବାର ଲୋକ ଘରେ କାମ କରୁଥିବା ଚାକର ଓ ଚାକରଣୀ ଏହି ଚୋରି କରିଥିବା ସନ୍ଦେହ କରୁଛନ୍ତି।

ପୋଲିସ୍ ପକ୍ଷରୁ କୁହାଯାଯାଇଛି, ଅର୍ପିତା ଘରକୁ ଫେରିବା ପୂର୍ବରୁ ଏହି ଚୋରି ହୋଇଛି। ଅର୍ପିତାଙ୍କ ଘରୁ ନଗଦ ପ୍ରାୟ ୨.୨୪ ଲକ୍ଷ ଟଙ୍କା,୧୦ ଗ୍ରାମ ସୁନା ସିକା ଓ ଡିଜାଇନ୍‌ କପଡ଼ା ଚୋରି ହୋଇଛି ।

 ୨୦୧୪ ମସିହାରେ ଅର୍ପିତା ଆୟୁଷ ଶର୍ମାଙ୍କୁ ବିବାହ କରିଥିଲେ। ତାଙ୍କର  ଗୋଟିଏ ପୁଅ ଅଛି।

Related story