ସଲମାନ୍ ଖାନଙ୍କ ଘରେ ପଶିଲା କରୋନା

ମୁମ୍ବାଇ: ବଲିଉଡ୍ ସୁପରଷ୍ଟାର୍ ସଲମାନ୍ ଖାନଙ୍କ ଘରେ ପଶିଲା କରୋନା। ସଲମାନଙ୍କ ଡ୍ରାଇଭର୍ ଓ ତାଙ୍କର ଦୁଇ ଷ୍ଟାଫଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଛି। ଯାହା ପରେ ସଲମାନ୍ ନିଜକୁ ଆଇସୋଲେଟ୍ କରିଛନ୍ତି। କରୋନା ଯୋଗୁ ସଲମାନଙ୍କର ଆଗାମୀ ଫିଲ୍ମ ଶୁଟିଂରେ ବାଧା ଉପୁଜିଥିଲା। କିନ୍ତୁ ଏବେ ପୁଣିଥରେ ଶୁଟିଂ ଆରମ୍ଭ ହେବା ସହ ସେ ନିଜର କାମରେ ବ୍ୟସ୍ତ ହୋଇପଡ଼ିଛନ୍ତି। ଏହାସହ ସେ ‘ବିଗ୍ ବସ୍-୧୪’ର ହୋଷ୍ଟ ମଧ୍ୟ କରୁଛନ୍ତି। ଏଭଳି ସ୍ଥିତିରେ ସଲମାନଙ୍କୁ ଆଗାମୀ […]

alman

Ranjit Kumar Jena
  • Published: Thursday, 19 November 2020
  • , Updated: 19 November 2020, 09:55 AM IST

ମୁମ୍ବାଇ: ବଲିଉଡ୍ ସୁପରଷ୍ଟାର୍ ସଲମାନ୍ ଖାନଙ୍କ ଘରେ ପଶିଲା କରୋନା। ସଲମାନଙ୍କ ଡ୍ରାଇଭର୍ ଓ ତାଙ୍କର ଦୁଇ ଷ୍ଟାଫଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଛି। ଯାହା ପରେ ସଲମାନ୍ ନିଜକୁ ଆଇସୋଲେଟ୍ କରିଛନ୍ତି। କରୋନା ଯୋଗୁ ସଲମାନଙ୍କର ଆଗାମୀ ଫିଲ୍ମ ଶୁଟିଂରେ ବାଧା ଉପୁଜିଥିଲା। କିନ୍ତୁ ଏବେ ପୁଣିଥରେ ଶୁଟିଂ ଆରମ୍ଭ ହେବା ସହ ସେ ନିଜର କାମରେ ବ୍ୟସ୍ତ ହୋଇପଡ଼ିଛନ୍ତି। ଏହାସହ ସେ 'ବିଗ୍ ବସ୍-୧୪'ର ହୋଷ୍ଟ ମଧ୍ୟ କରୁଛନ୍ତି। ଏଭଳି ସ୍ଥିତିରେ ସଲମାନଙ୍କୁ ଆଗାମୀ ଏପିସୋଡ ଗୁଡ଼ିକରେ ଦେଖିବାକୁ ମିଳିବ କି ନାହିଁ, ତାକୁ ନେଇ ସନ୍ଦେହ ଦେଖା ଦେଇଛି।

ସଲମାନଙ୍କ ଡ୍ରାଇଭରଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତିଙ୍କର କୋଭିଡ୍ ଟେଷ୍ଟ କରାଯାଇଥିଲା। ଯାହା ପରେ ସଲମାନଙ୍କର ଦୁଇଜଣ କର୍ମଚାରୀଙ୍କ ରିପୋର୍ଟ ପଜିଟିଭ୍ ଆସିଛି। ଏବେ ସଲମାନ୍ ନିଜେ ଆଇସୋଲେଟ୍ ହେବା ସହ ଅନ୍ୟମାନଙ୍କୁ ଟେଷ୍ଟ କରାଇବା ପାଇଁ ଅନୁରୋଧ କରିଛନ୍ତି।

ସୂଚନାଯୋଗ୍ୟ, ବଲିଉଡର ଅନେକ ସେଲିବ୍ରିଟୀ ଗତ ଦୁଇତିନି ମାସ ହେବ ପୁଣିଥରେ କାମ କରିବା ଆରମ୍ଭ କରିଛନ୍ତି। କରୋନା ମହାମାରୀ ଏବଂ ଲକଡାଉନ୍ ଯୋଗୁ ଫିଲ୍ମର ଶୁଟିଂରେ ବ୍ରେକ୍ ଲାଗିଥିଲା। ଏବେବି କରୋନାର ଭୟ ଜାରି ରହିଛି। କରୋନା କେବଳ ମନୋରଞ୍ଜନ ଦୁନିଆ ପାଇଁ ନୁହେଁ ବରଂ ପୂରା ଦେଶ ପାଇଁ ବିପଦ ସୃଷ୍ଟି କରିଛି। ଏଭଳି ସ୍ଥିତିରେ ସମସ୍ତଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଉଛି। ମହାରାଷ୍ଟ୍ରରେ କରୋନା ପଜିଟିଭ୍ ସଂଖ୍ୟା ୧୭ଲକ୍ଷ ଟପିସାରିଥିବା ବେଳେ ୪୬ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି।

Related story