ସଲମାନ୍‌ ମୋର ଭଲ ବନ୍ଧୁ: ଲୁଲିୟା

ମୁମ୍ବାଇ:ଦବଙ୍ଗ୍ ଷ୍ଟାର ସଲମାନଙ୍କ ବାନ୍ଧବୀ ଲୁଲିୟା ଭନ୍ତୁର ବିବାହକୁ ନେଇ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, “ସଲମାନ ମୋର ଭଲ ବନ୍ଧୁ। ସବୁ ଜିନିଷ ଠିକ୍ ସମୟ ଆସିଲେ ହୋଇଥାଏ। ମୁଁ ସେ ସମୟକୁ ଅପେକ୍ଷା କରିଛି।” ସେପ୍ଟେମ୍ବର ୨୭ ତାରିଖରେ ୫୧ତମ ଜନ୍ମଦିନ ଅବସରରେ ସଲମାନ ଲୁଲିଆଙ୍କୁ ବିବାହ କରିବେ ବୋଲି ବି-ଟାଉନ୍‌ରେ ଚର୍ଚ୍ଚା ଜୋର ଧରିଛି। କିଛିଦିନ ହେବ ସଲମାନ୍ ଓ ଲୁଲିଆଙ୍କ ଏକାଠି ଦେଖିବାକୁ ମିଳୁଛି। ଏପରିକି ସଲମାନଙ୍କ ସହ ଲୁଲିଆଙ୍କୁ ସୁଟିଂ ସେଟରେ […]

iulia_

Rakesh Mallick
  • Published: Thursday, 25 August 2016
  • , Updated: 25 August 2016, 04:44 PM IST

ମୁମ୍ବାଇ:ଦବଙ୍ଗ୍ ଷ୍ଟାର ସଲମାନଙ୍କ ବାନ୍ଧବୀ ଲୁଲିୟା ଭନ୍ତୁର ବିବାହକୁ ନେଇ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, “ସଲମାନ ମୋର ଭଲ ବନ୍ଧୁ। ସବୁ ଜିନିଷ ଠିକ୍ ସମୟ ଆସିଲେ ହୋଇଥାଏ। ମୁଁ ସେ ସମୟକୁ ଅପେକ୍ଷା କରିଛି।”

ସେପ୍ଟେମ୍ବର ୨୭ ତାରିଖରେ ୫୧ତମ ଜନ୍ମଦିନ ଅବସରରେ ସଲମାନ ଲୁଲିଆଙ୍କୁ ବିବାହ କରିବେ ବୋଲି ବି-ଟାଉନ୍‌ରେ ଚର୍ଚ୍ଚା ଜୋର ଧରିଛି। କିଛିଦିନ ହେବ ସଲମାନ୍ ଓ ଲୁଲିଆଙ୍କ ଏକାଠି ଦେଖିବାକୁ ମିଳୁଛି। ଏପରିକି ସଲମାନଙ୍କ ସହ ଲୁଲିଆଙ୍କୁ ସୁଟିଂ ସେଟରେ ମଧ୍ୟ ଦେଖିବାକୁ ମିଳୁଛି।

କିଛିଦିନ ପୂର୍ବରୁ ଲୁଲିଆଙ୍କୁ ମୁମ୍ବାଇ ବିମାନ ବନ୍ଦରରେ ସଲମାନଙ୍କ ମା’ ଓ ଭଉଣୀଙ୍କ ସହ ଦେଖିବାକୁ ମିଳିଥିଲା। ସେହିପରି ଡିମ୍ପଲ ଗାର୍ଲ ପ୍ରୀତି ଜିଣ୍ଟାଙ୍କ ରିସେପ୍ସନ୍ ପାର୍ଟିକୁ ସଲମାନ୍ ଓ ଲୁଲିଆ ଏକାଠି ଆସିଥିଲେ। ପ୍ରଥମ ଥର ପାଇଁ ସଲମାନ୍ କୌଣସି ପାର୍ଟିରେ ତାଙ୍କ ବାନ୍ଧବୀଙ୍କୁ ଧରି ଯାଇଥିବା ନଜରକୁ ଆସିଥିଲା।

 ଚଳିତବର୍ଷ ଶେଷ ସୁଦ୍ଧା ସଲମାନଙ୍କୁ ବିବାହ କରାଇବାକୁ ତାଙ୍କ ମା’ ଚାହୁଁଛନ୍ତି।

Related story