ସଲମାନଙ୍କ ବଳାତ୍କାର ବୟାନକୁ ନିନ୍ଦା କଲେ କଙ୍ଗନା

ମୁମ୍ବାଇ : ଅଭିନେତ୍ରୀ କଙ୍ଗନା ରଣାୱତ ସୁପରଷ୍ଟାର ସଲମାନ ଖାଁଙ୍କର ବିବାଦୀୟ ‘ରେପ୍‌’ ମନ୍ତବ୍ୟକୁ ନିନ୍ଦା କରିଛନ୍ତି । ସଲମାନ କହିଥିଲେ, “ସୁଲତାନ”ର ସୁଟିଂ ବେଳେ ତାଙ୍କୁ ବଳତ୍କାରର ଶିକାର ହୋଇଥିବା ମହିଳାଙ୍କ ଭଳି ଲାଗୁଥିଲା । ଫିଲ୍ମ ‘କୃତୀ’ ର ପ୍ରିମିୟର ଅବସରରେ କଙ୍ଗନାଙ୍କୁ ସଲମାନଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ମାଗିବାରୁ ସେ କହିଲେ, “ଆମେ ସମସ୍ତେ ମାନୁଛୁ ଯେ, ଏହା ଏକ ଦୁର୍ଭାଗ୍ୟପୂର୍ଣ୍ଣ ମନ୍ତବ୍ୟ ଥିଲା। ଅନ୍ୟ ଉପରେ କେହି ଆଙ୍ଗୁଳି ଉଠାଇବାକୁ ପ୍ରଶ୍ରୟ […]

kangana

Rakesh Mallick
  • Published: Thursday, 23 June 2016
  • , Updated: 23 June 2016, 11:03 PM IST

ମୁମ୍ବାଇ : ଅଭିନେତ୍ରୀ କଙ୍ଗନା ରଣାୱତ ସୁପରଷ୍ଟାର ସଲମାନ ଖାଁଙ୍କର ବିବାଦୀୟ ‘ରେପ୍‌’ ମନ୍ତବ୍ୟକୁ ନିନ୍ଦା କରିଛନ୍ତି । ସଲମାନ କହିଥିଲେ, “ସୁଲତାନ”ର ସୁଟିଂ ବେଳେ ତାଙ୍କୁ ବଳତ୍କାରର ଶିକାର ହୋଇଥିବା ମହିଳାଙ୍କ ଭଳି ଲାଗୁଥିଲା ।

ଫିଲ୍ମ ‘କୃତୀ’ ର ପ୍ରିମିୟର ଅବସରରେ କଙ୍ଗନାଙ୍କୁ ସଲମାନଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ମାଗିବାରୁ ସେ କହିଲେ, “ଆମେ ସମସ୍ତେ ମାନୁଛୁ ଯେ, ଏହା ଏକ ଦୁର୍ଭାଗ୍ୟପୂର୍ଣ୍ଣ ମନ୍ତବ୍ୟ ଥିଲା। ଅନ୍ୟ ଉପରେ କେହି ଆଙ୍ଗୁଳି ଉଠାଇବାକୁ ପ୍ରଶ୍ରୟ ଦିଆଯିବା ଉଚିତ ନୁହେଁ।”

ସେ କହିଛନ୍ତି, “ସମାଜର ଅଂଶ ହିସାବରେ ଆମେ ସମସ୍ତଙ୍କୁ ଦାୟିତ୍ୱର ସହ କାମ କରିବାକୁ ପଡିବ। ଏପରି ମନ୍ତବ୍ୟ ସମାଜ ପାଇଁ ଅପମାନଜନକ, କୌଣସି ବ୍ୟକ୍ତି ପାଇଁ ନୁହେଁ। ସେହି ଭାବନା ପାଇଁ ଆମେ ସମସ୍ତେ କ୍ଷମା ମାଗୁଛୁ।”

Related story