କାହିଁକି ଡିଲିଟ୍‌ ହୋଇଗଲା ସଲମାନଙ୍କର ଏ ଭାଇରାଲ୍ ଫଟୋ? କିଏ ଥିଲେ କି ସେଥିରେ?

ମୁମ୍ବାଇ: କିଛି ଦିନ ହେବ ବି-ଟାଉନ୍‌ରେ ବଲିଉଡ ଟାଇଗର ସଲମାନ୍ ଓ ଲୁଲିଆ ଭନ୍ତୁରଙ୍କୁ ନେଇ ଚର୍ଚ୍ଚା ଚାଲିଛି। ସଲମାନ୍ କୁଆଡ଼େ ଲୁଲିଆଙ୍କୁ ଡେଟ୍‌ କରୁଛନ୍ତି ବୋଲି ଚର୍ଚ୍ଚା ହେଉଛି। ତେବେ ସଲମାନଙ୍କର ତାଙ୍କର ଏହି ତଥା କଥିତ ଗର୍ଲଫ୍ରେଣ୍ଡ ଲୁଲିଆଙ୍କ ସହ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଛି। ଏ ଫଟୋରେ ସଲମାନ୍ ଓ ଲୁଲିଆଙ୍କ ବ୍ୟତୀତ ଅଭିନେତ୍ରୀ ଏଲି ଅଭରାମ୍ ମଧ୍ୟ ଅଛନ୍ତି। ଏଲି ସଲମାନ୍‌ଙ୍କର ଜଣେ  ବହୁତ ଭଲ ବନ୍ଧୁ। ଏଲି […]

salma

Rakesh Mallick
  • Published: Tuesday, 24 April 2018
  • , Updated: 24 April 2018, 10:00 PM IST

ମୁମ୍ବାଇ: କିଛି ଦିନ ହେବ ବି-ଟାଉନ୍‌ରେ ବଲିଉଡ ଟାଇଗର ସଲମାନ୍ ଓ ଲୁଲିଆ ଭନ୍ତୁରଙ୍କୁ ନେଇ ଚର୍ଚ୍ଚା ଚାଲିଛି। ସଲମାନ୍ କୁଆଡ଼େ ଲୁଲିଆଙ୍କୁ ଡେଟ୍‌ କରୁଛନ୍ତି ବୋଲି ଚର୍ଚ୍ଚା ହେଉଛି। ତେବେ ସଲମାନଙ୍କର ତାଙ୍କର ଏହି ତଥା କଥିତ ଗର୍ଲଫ୍ରେଣ୍ଡ ଲୁଲିଆଙ୍କ ସହ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଛି। ଏ ଫଟୋରେ ସଲମାନ୍ ଓ ଲୁଲିଆଙ୍କ ବ୍ୟତୀତ ଅଭିନେତ୍ରୀ ଏଲି ଅଭରାମ୍ ମଧ୍ୟ ଅଛନ୍ତି। ଏଲି ସଲମାନ୍‌ଙ୍କର ଜଣେ  ବହୁତ ଭଲ ବନ୍ଧୁ।

ଏଲି ସ୍ୱିଡେନ୍‌ରେ ନିଜ ପରିବାର ସହ ସମୟ ବିତେଇବାକୁ ଯାଇଥିଲେ। ସେଠାରୁ ଫେରି ସେ ସଲମାନ୍‌ଙ୍କୁ ଦେଖା କରିବାକୁ ପହଞ୍ଚିଥିଲେ। ଏଲିଙ୍କୁ ସଲମାନ୍‌ଙ୍କ ସମସ୍ତ ପାର୍ଟିରେ ମଧ୍ୟ ଦେଖିବାକୁ ମିଳିଥାଏ। ସଲମାନଙ୍କ ସହ ଦେଖା କରି ସେ ତାଙ୍କ ସହ ଏକ ସେଲଫି ନେଇଥିଲେ। ଏଥିରେ ଲୁଲିଆ ମଧ୍ୟ ଥିଲେ। ଏଲି ଏହି ଫଟୋକୁ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଥଲେ। ଫଟୋଟି ସେୟାର ହେବାର କିଛି ସମୟ ଭିତରେ ଭାଇରାଲ ହୋଇଯାଇଥିଲା। ପରେ ସେ ଏହି ଫଟୋଟିକୁ ନିଜ ଆକାଉଣ୍ଟରୁ ଡିଲିଟ୍ କରିଦେଇଥିଲେ। ଆଉ ଶେଷରେ କେବଳ ନିଜର ଓ ସଲମାନ୍‌ଙ୍କ ଫଟୋ ପୋଷ୍ଟ କରିଥିଲେ।

ସଲମାନ୍ ଏବେ ଫିଲ୍ମ ‘ରେସ୍-୩’ର ସୁଟିଂରେ ବ୍ୟସ୍ତ ଅଛନ୍ତି। ଫିଲ୍ମଟି ଜୁନ୍ ୧୫ରେ ରିଲିଜ୍ ହେବ। ଫିଲ୍ମରେ ତାଙ୍କ ସହ ବବି ଦେୱଲ, ଜ୍ୟାକଲିନ୍ ଫର୍ଣ୍ଣାଣ୍ଡେଜ, ଡେଜି ଶାହ ଓ ଅନିଲ୍ କପୁର ମଧ୍ୟ କରିଛନ୍ତି।

Related story