୩୦ ବର୍ଷ ପରେ ଏହି ଅଭିନେତ୍ରୀଙ୍କ ସହ ଅଭିନୟ କରିବେ ସଲମାନ

ମୁମ୍ବାଇ: ନୂଆ ହୁଅନ୍ତୁ କି ପୁରୁଣା, ବଲିଉଡ୍‌ ଦବଙ୍ଗଖାନ୍‌ ସଲମାନ ପରଦାରେ ଅନେକ ଅଭିନେତ୍ରୀଙ୍କ ସହ ରୋମାନ୍ସ କରିଛନ୍ତି। ଏବେ ପୁଣି ସେ ଏମିତି ଜଣେ ଅଭିନେତ୍ରୀଙ୍କ ସହ ଅଭିନୟ କରିବାକୁ ଯାଉଛନ୍ତି ଯାହାଙ୍କ ସହ  ୩୦ ବର୍ଷ ତଳେ ‘ବିୱି ହୋତୋ ଐସି’ ଫିଲ୍ମରେ ଅଭିନୟ କରିଥିଲେ। ଆପଣ ହୁଏତ ଏବେ ଜାଣିପାରୁଥିବେ ଆମେ କାହା କଥା କହୁଛୁ। ଆମେ କହୁଛୁ ଅଭିନେତ୍ରୀ ରେଖାଙ୍କ ବିଷୟରେ। ସେହି ଫିଲ୍ମରେ ରେଖା ମୂଖ୍ୟ ଭୂମିକାରେ ଥିଲେ। ତା’ପରେ […]

salman1

Rakesh Mallick
  • Published: Saturday, 10 March 2018
  • , Updated: 10 March 2018, 01:21 PM IST

ମୁମ୍ବାଇ: ନୂଆ ହୁଅନ୍ତୁ କି ପୁରୁଣା, ବଲିଉଡ୍‌ ଦବଙ୍ଗଖାନ୍‌ ସଲମାନ ପରଦାରେ ଅନେକ ଅଭିନେତ୍ରୀଙ୍କ ସହ ରୋମାନ୍ସ କରିଛନ୍ତି। ଏବେ ପୁଣି ସେ ଏମିତି ଜଣେ ଅଭିନେତ୍ରୀଙ୍କ ସହ ଅଭିନୟ କରିବାକୁ ଯାଉଛନ୍ତି ଯାହାଙ୍କ ସହ  ୩୦ ବର୍ଷ ତଳେ ‘ବିୱି ହୋତୋ ଐସି’ ଫିଲ୍ମରେ ଅଭିନୟ କରିଥିଲେ। ଆପଣ ହୁଏତ ଏବେ ଜାଣିପାରୁଥିବେ ଆମେ କାହା କଥା କହୁଛୁ।

ଆମେ କହୁଛୁ ଅଭିନେତ୍ରୀ ରେଖାଙ୍କ ବିଷୟରେ। ସେହି ଫିଲ୍ମରେ ରେଖା ମୂଖ୍ୟ ଭୂମିକାରେ ଥିଲେ। ତା’ପରେ ସେ ସଲମାନଙ୍କ ସହ ଆଉ କୌଣସି ଫିଲ୍ମରେ ଅଭିନୟ କରି ନଥିଲେ।  ଦୀର୍ଘ ୩୦ବର୍ଷ ପରେ ଏବେ ପୁଣି ଦୁହେଁ ଏକାଠି ହେବେ।

କଥା ହେଉଛି,  ଫିଲ୍ମ ‘ୟମଲା ପଗଲା ଦିୱାନା-୩’ ତିଆରି ହେବାକୁ ଯାଉଛି। ଏହି ଫିଲ୍ମରେ ଏକ ଡ୍ୟାନ୍ସ ନମ୍ବରରେ ରେଖା ଓ ସଲମାନ୍‌ ଏକାଠି ନଜର ଆସିବେ।

ରେଖାଙ୍କ ଘର ସଲମାନଙ୍କ ଘର ପାଖରେ। ରେଖା କୁହନ୍ତି, ପିଲାବେଳେ ସେ ଯେତେବେଳେ ବୁଲିବାକୁ ଯାଉଥିଲେ ସଲମାନ ନିଜ ସାଇକେଲ୍‌ରେ ତାଙ୍କୁ ଫଲୋ କରୁଥିଲେ।  ଏମିତି କି ସେତେବେଳେ ସଲମାନ୍‌ ନିଜ ସାଙ୍ଗମାନଙ୍କୁ କହିଥିଲେ ଯେ ବଡ଼ ହେଲା ପରେ ସେ ରେଖାଙ୍କୁ ହିଁ ବାହା ହେବେ।

 

 

Related story