ସଲମାନଙ୍କୁ ଘାଇଲା କରି ଦେଲେ କୁନି ସାମ୍ବାଦିକ; ପଚାରି ଦେଲେ ଏଇ ପ୍ରଶ୍ନଟି

ମୁମ୍ବାଇ:  ଇଦ୍ ଅବସରରେ ରିଲିଜ୍ ହେବ ସଲମାନ ଖାନଙ୍କ ଫିଲ୍ମ ‘ଟ୍ୟୁବ୍‌ଲାଇଟ୍‌’। ତେଣୁ ସେ ଏବେ ଫିଲ୍ମଟିର ପ୍ରମୋସନ୍‌ ନେଇ ଭାରି ବ୍ୟସ୍ତ ରହୁଛନ୍ତି।  ବିଭିନ୍ନ ରିଏଲିଟି ଶୋ’ରେ ବି ସେ ଫିଲ୍ମର ପ୍ରଚାର କରୁଛନ୍ତି। ନିକଟରେ ସଲମାନ ‘ଟ୍ୟୁବ୍‌ଲାଇଟ୍‌’ର ପ୍ରଚାର କରିବା ପାଇଁ ସୋନୀ ଟିଭିରେ ଚାଲିଥିବା ‘ସବ୍‌ସେ ବଡ଼ା କଳାକାର’ ଶୋକୁ ଆସିଥିଲେ। ଏଥିରେ ଛୋଟ ଛୋଟ ଛୁଆମାନେ ଏମିତି ସବୁ ପ୍ରଶ୍ନ ପ୍ରଚାରିଲେ ଯେ ଦବଙ୍ଗ ଖାନ୍‌ଙ୍କ ବୋଲ୍‌ତି ବନ୍ଦ ହୋଇଯାଇଥିଲା। ଶୋ’ରେ […]

salman

salman

Rakesh Mallick
  • Published: Thursday, 15 June 2017
  • Updated: 15 June 2017, 09:50 AM IST

ମୁମ୍ବାଇ:  ଇଦ୍ ଅବସରରେ ରିଲିଜ୍ ହେବ ସଲମାନ ଖାନଙ୍କ ଫିଲ୍ମ ‘ଟ୍ୟୁବ୍‌ଲାଇଟ୍‌’। ତେଣୁ ସେ ଏବେ ଫିଲ୍ମଟିର ପ୍ରମୋସନ୍‌ ନେଇ ଭାରି ବ୍ୟସ୍ତ ରହୁଛନ୍ତି।  ବିଭିନ୍ନ ରିଏଲିଟି ଶୋ’ରେ ବି ସେ ଫିଲ୍ମର ପ୍ରଚାର କରୁଛନ୍ତି। ନିକଟରେ ସଲମାନ ‘ଟ୍ୟୁବ୍‌ଲାଇଟ୍‌’ର ପ୍ରଚାର କରିବା ପାଇଁ ସୋନୀ ଟିଭିରେ ଚାଲିଥିବା ‘ସବ୍‌ସେ ବଡ଼ା କଳାକାର’ ଶୋକୁ ଆସିଥିଲେ। ଏଥିରେ ଛୋଟ ଛୋଟ ଛୁଆମାନେ ଏମିତି ସବୁ ପ୍ରଶ୍ନ ପ୍ରଚାରିଲେ ଯେ ଦବଙ୍ଗ ଖାନ୍‌ଙ୍କ ବୋଲ୍‌ତି ବନ୍ଦ ହୋଇଯାଇଥିଲା।

ଶୋ’ରେ କୁନି କୁନି ଛୁଆମାନେ ସାମ୍ବାଦିକ ସାଜି ସଲମାନଙ୍କୁ ପ୍ରଶ୍ନ ପରେ ପ୍ରଶ୍ନ ପଚାରିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ପଚାରିଲେ ଯେ ଆପଣ ଛୁଆମାନଙ୍କୁ ବହୁତ ଭଲ ପାଆନ୍ତି। ତା’ହେଲେ ଏହି କଥାର ଜବାବ ଦିଅନ୍ତୁ ଯେ ଆପଣଙ୍କର କେବେ ପିଲାପିଲି ହେବେ। ଏ ପ୍ରଶ୍ନ ଶୁଣି ସଲମାନ ପୂରା ସ୍ତବ୍ଧ ହୋଇଗଲେ। କାରଣ ଏଯାବତ ବିଭିନ୍ନ ସ୍ଥାନରେ ଲୋକେ ତାଙ୍କୁ କେବେ ବାହା ହେବ ବୋଲି ପ୍ରଶ୍ନ କରନ୍ତି। ଏ ପ୍ରଶ୍ନଟି ଶୁଣିବା ତାଙ୍କର ଅଭ୍ୟାସ ହୋଇଗଲାଣି। ହେଲେ କୁନି ସାମ୍ବାଦିକଙ୍କ ପ୍ରଶ୍ନ ଥିଲା ପୂରା ଅଲଗା। ସେ ଏମିତି ଏକ ପ୍ରଶ୍ନର ସମ୍ମୁଖୀନ ହେବେ ବୋଲି ଆଶା କରି ନ ଥିବେ!

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos