ସଲ୍ଲୁ ମିଆଁଙ୍କ ପାଗଳାମୀ: ଚାଲିଚାଲି ଗଲେ.. ବାଟରୁ ଅଟୋ ଧରି ଘରକୁ ଫେରିଲେ

Ordigital Desk
  • Published: Wednesday, 14 June 2017
  • , Updated: 14 June 2017, 02:06 PM IST
<p>ଚାଲିଚାଲି ଗଲେ, ପୁଣି ରିକ୍ସାରେ ବି ଗଲେ ସୁପରଷ୍ଟାର। ସେ ପୁଣି ଯାଇତାଇ ଅଭିନେତା ନୁହେଁ, ଦେଶର ଯଙ୍ଗ୍ ହାର୍ଟଥ୍ରବ୍ ସୁପରଷ୍ଟାର ସଲମାନ ଖାନ୍। କଥାଟା ଶୁଣିରେ ଆଶ୍ଚର୍ଯ୍ୟ ଲାଗୁଛୁ, କିନ୍ତୁ ସତ। ଅବଶ୍ୟ ବଲିଉଡରେ ପବ୍ଲିସିଟି ନେବାକୁ ଏମିତି ଅନେତ ବାଟ ବାଛିଥାନ୍ତି ଆମ ହିରୋ ହିରୋଇନ୍। ହେଲେ ସଲ୍ଲୁଭାଇଙ୍କ ଅନ୍ଦାଜ୍ ଥିଲା ଟିକିଏ ଅଲଗା।</p> <p>[vc_video link=&quot;&quot; align=&quot;center&quot;]</p> <p>ତେବେ ପ୍ରଶ୍ନ ଉଠୁଛି ସଲ୍ଲୁ ମିଆଁଙ୍କୁ କାହିଁକି ରିକ୍ସାରେ ଓ ଚାଲିଚାଲି ଯିବାକୁ ପଡ଼ିଲା। ଅବସର ଥିଲା ତାଙ୍କ ଆଗାମୀ ଫିଲ୍ମ &lsquo;ଟ୍ୟୁବଲାଇଟ&rsquo;ର ପ୍ରମୋଶନ। ଏଥିପାଇଁ ସଲମାନ ଯାଇଥିଲେ ମୁମ୍ବାଇର ବାନ୍ଦ୍ରାସ୍ଥିତ ମେହେବୁବ ଷ୍ଚୁଡିଓକୁ। ସେଠି ଥିଲା ଏକ ଇଣ୍ଟରଭ୍ୟୁ। ତାହା ସାରି ଫେରିବା ସମୟରେ ଚଳଚିତ୍ର ନିର୍ମାତା ରମେଶ ତୌରାନୀଙ୍କ ସହ ସେ ଚାଲିଚାଲି ତାଙ୍କ ଗ୍ୟାଲେକ୍ସି ଆପାର୍ଟମେଣ୍ଟକୁ ଯିବାର ଦେଖିବାକୁ ମିଳିଥିଲା।</p> <p>ସଲମାନ ଚାଲିଚାଲି ଯିବେ, ଆଉ ତାଙ୍କ ଫ୍ୟାନ୍ ତାଙ୍କୁ କେମିତି ବା ଛାଡିବେ। ହଠାତ୍ ତାଙ୍କ ପାଖରେ ପହଞ୍ଚି ଗଲେ ଦୁଇଜଣ ମାଆ ଓ ଝିଅ। ହାତ ମିଳେଇଥିଲେ ଓ ଚାଲିଗଲେ। ତା ପରେ ଧୀରେ ଧୀରେ ଗାସ୍ତାରେ ଭିଡ ଜମି ଯାଇଥିଲା। ସ୍ଥିତି ଆଉ ଚାଲିବା ଅବସ୍ଥାରେ ନ ଥିଲା। ତେଣୁ ସଲ୍ଲୁମିଆଁ ପାଖରେ ଥିବା ଅଟୋକୁ ଭଡ଼ାରେ ନେବାକୁ ଚାହିଁଲେ ଓ ତାଙ୍କୁ ଘରେ ଛାଡ଼ିଦେବାକୁ ଚାଳକକୁ ଅନୁରୋଧ କଲେ। ତେବେ ଅଟୋ ଚାଳକ ସଲମାନଙ୍କଠାରୁ ଭଡ଼ା ନେଲେ କି ନାହିଁ ତାହା ଆମକୁ ଜଣାନାହିଁ। ଭଡ଼ା ତ କେବେ ବି ନେଇ ନ ଥିବେ, ବରଂ ଜୀବନରେ ପ୍ରଥମଥର ପାଇଁ ତାଙ୍କୁ ସଲମାନଙ୍କ ପରି ସୁପରଷ୍ଟାରଙ୍କୁ ପାଖରେ ପାଇବାର ସୁଯୋଗ ଜୁଟିଲା ବୋଲି ଭଗବାନଙ୍କୁ ନମସ୍କାର କରିଥିବେ। ଅଟୋ ଚାଳକ ଭାବେ ତାଙ୍କ ଜୀବନ ଧନ୍ୟ ହୋଇଗଲା ବୋଲି ଭାବିଥିବେ।</p>

Related story