ସଲମାନଙ୍କ ଫିଲ୍ମରୁ କାଟ୍ରିନା ଆଉଟ୍‌

ମୁମ୍ବାଇ: ଦବଙ୍ଗ ଖାନ୍ ସଲମାନ କରଣ ଜୋହରଙ୍କ ‘ଧର୍ମା ପ୍ରଡକ୍ସନ’ ସହ ମିଶି ଏକ ଫିଲ୍ମ କରିବାକୁ ଯାଉଛନ୍ତି। ଏହି ଫିଲ୍ମକୁ ନେଇ ସବୁଠାରୁ ବଡ଼ କଥା ହେଲା ଏଥିରେ ଲିଡ୍ ହିରୋଇନ ହେବାକୁ ଥିବା ଏକ୍ସ ଗାର୍ଲଫ୍ରେଣ୍ଡ କାଟ୍ରିନା କୈଫ୍‌ଙ୍କୁ ସଲ୍ଲୁ ମିଆଁ ବାହାରର ରାସ୍ତା ଦେଖାଇ ଦେଇଛନ୍ତି। ସଲ୍ଲୁ ମିଆଁ ଏହି ଫିଲ୍ମରେ କାଟ୍ରିନାଙ୍କ ସ୍ଥାନରେ ଜାକଲିନ୍ ଫର୍ଣ୍ଣାଣ୍ଡିଜ୍‌ଙ୍କୁ ନେବାକୁ ମନ ସ୍ଥିର କରିସାରିଛନ୍ତି। ତରୁଣ ମୁଖାର୍ଜୀ ନିର୍ଦ୍ଦେଶିତ ଏହି ଫିଲ୍ମରେ ସୁଶାନ୍ତ ସିଂ […]

SalmanKatrinajackline

Rakesh Mallick
  • Published: Saturday, 30 April 2016
  • , Updated: 01 May 2016, 06:34 AM IST

ମୁମ୍ବାଇ: ଦବଙ୍ଗ ଖାନ୍ ସଲମାନ କରଣ ଜୋହରଙ୍କ ‘ଧର୍ମା ପ୍ରଡକ୍ସନ’ ସହ ମିଶି ଏକ ଫିଲ୍ମ କରିବାକୁ ଯାଉଛନ୍ତି। ଏହି ଫିଲ୍ମକୁ ନେଇ ସବୁଠାରୁ ବଡ଼ କଥା ହେଲା ଏଥିରେ ଲିଡ୍ ହିରୋଇନ ହେବାକୁ ଥିବା ଏକ୍ସ ଗାର୍ଲଫ୍ରେଣ୍ଡ କାଟ୍ରିନା କୈଫ୍‌ଙ୍କୁ ସଲ୍ଲୁ ମିଆଁ ବାହାରର ରାସ୍ତା ଦେଖାଇ ଦେଇଛନ୍ତି। ସଲ୍ଲୁ ମିଆଁ ଏହି ଫିଲ୍ମରେ କାଟ୍ରିନାଙ୍କ ସ୍ଥାନରେ ଜାକଲିନ୍ ଫର୍ଣ୍ଣାଣ୍ଡିଜ୍‌ଙ୍କୁ ନେବାକୁ ମନ ସ୍ଥିର କରିସାରିଛନ୍ତି। ତରୁଣ ମୁଖାର୍ଜୀ ନିର୍ଦ୍ଦେଶିତ ଏହି ଫିଲ୍ମରେ ସୁଶାନ୍ତ ସିଂ ରାଜପୁତ ମୁଖ୍ୟ ଭୂମିକାରେ ଅଭିନୟ କରିବେ।

ରଣବୀର କାପୁରଙ୍କ ସହ ବ୍ରେକ୍‌ଅପ୍‌ ପରେ କାଟ୍ରିନାଙ୍କ ଫିଲ୍ମ କ୍ୟାରିୟର ଆଉ ଆଗ ଭଳି ଦୌଡୁ ନାହିଁ। ଏହି ଫିଲ୍ମ ଜରିଆରେ କାଟ୍ରିନା କମ୍‌ବ୍ୟାକ୍‌ କରିବା ଆଶା ରଖିଥିଲେ।

ଅନ୍ୟପକ୍ଷରେ ବ୍ୟସ୍ତ ସିଡ୍ୟୁଲ କାରଣରୁ କାଟ୍ରିନା ଏହି ଫିଲ୍ମ ନିଜ ଆଡୁ ଛାଡି ଦେଇଥିବା ଶୁଣିବାକୁ ମିଳୁଛି।

Related story