ଧମାଲ ମଚାଇଲା ‘ଟ୍ୟୁବଲାଇଟ୍‌’ର ଗୀତ, ଆୟ କଲା ୨୦କୋଟି

ମୁମ୍ବାଇ: ଦବଙ୍ଗ ଷ୍ଟାର ସଲମାନ୍‌ ଖାନ୍‌ଙ୍କ ଅପ୍‌କମିଂ ଫିଲ୍ମ ‘ଟ୍ୟୁବଲାଇଟ୍‌’ ରିଲିଜ୍‌ ପୂର୍ବରୁ ୨୦କୋଟି ଟଙ୍କା ଆୟ କରିସାରିଲାଣି। ଫିଲ୍ମର ସମସ୍ତ ଗୀତକୁ ସୋନି ୨୦ କୋଟି ଟଙ୍କାରେ କିଣିନେଇଛି। ଫିଲ୍ମରେ ମାତ୍ର ୩ଟି ଗୀତ ଥିବା ବେଳେ ଏତେ ଟଙ୍କାରେ ବିକ୍ରି ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ନିର୍ଦ୍ଦେଶକ କବୀର ଖାନ୍‌ ଜାଣିଶୁଣି କମ୍‌ ଗୀତ ରଖିଥିବା କୁହାଯାଉଛି। ସଲମାନଙ୍କ ଫିଲ୍ମ ‘ପ୍ରେମ୍ ରତ୍ନ ଧନ ପାୟୋ’ର  ଗୀତ ୭ରୁ ୮କୋଟି ଟଙ୍କାରେ ବିକ୍ରି ହୋଇଥିଲା। […]

t

Rakesh Mallick
  • Published: Wednesday, 29 March 2017
  • , Updated: 30 March 2017, 12:39 PM IST

ମୁମ୍ବାଇ: ଦବଙ୍ଗ ଷ୍ଟାର ସଲମାନ୍‌ ଖାନ୍‌ଙ୍କ ଅପ୍‌କମିଂ ଫିଲ୍ମ ‘ଟ୍ୟୁବଲାଇଟ୍‌’ ରିଲିଜ୍‌ ପୂର୍ବରୁ ୨୦କୋଟି ଟଙ୍କା ଆୟ କରିସାରିଲାଣି। ଫିଲ୍ମର ସମସ୍ତ ଗୀତକୁ ସୋନି ୨୦ କୋଟି ଟଙ୍କାରେ କିଣିନେଇଛି। ଫିଲ୍ମରେ ମାତ୍ର ୩ଟି ଗୀତ ଥିବା ବେଳେ ଏତେ ଟଙ୍କାରେ ବିକ୍ରି ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ନିର୍ଦ୍ଦେଶକ କବୀର ଖାନ୍‌ ଜାଣିଶୁଣି କମ୍‌ ଗୀତ ରଖିଥିବା କୁହାଯାଉଛି।

ସଲମାନଙ୍କ ଫିଲ୍ମ ‘ପ୍ରେମ୍ ରତ୍ନ ଧନ ପାୟୋ’ର  ଗୀତ ୭ରୁ ୮କୋଟି ଟଙ୍କାରେ ବିକ୍ରି ହୋଇଥିଲା। ହେଲେ ‘ଟ୍ୟୁବଲାଇଟ୍‌’ର ଗୀତ ବିକ୍ରି ନୂଆ ରେକର୍ଡ ସୃଷ୍ଟି କରିଛି। ଫିଲ୍ମର ରିଲିଜ୍‌ ତାରିଖ ଯେତେ ପାଖେଇ ଆସୁଛି ସିନେ ପ୍ରେମୀଙ୍କ ଉତ୍କଣ୍ଠା ବଢ଼ିବାରେ ଲାଗିଛି।

‘ଟ୍ୟୁବଲାଇଟ୍‌’ରେ ସଲମାନଙ୍କୁ ଯବାନ ଭୂମିକାରେ ଅଭିନୟ କରୁଛନ୍ତି। ଫିଲ୍ମର ଅଧିକ ସୁଟିଂ ଲଦାଖ ଓ ମନାଲି କରାଯାଇଛି।

Related story