ଛାଡ଼ପତ୍ର ପରେ ପୁଣି ଏକାଠି ହେଲେ ନାଗା-ସମନ୍ଥା

ହାଇଦ୍ରାବାଦ: ପୁଣି ଏକାଠି ହେଲେ ସାଉଥର ସୁପରହିଟ୍‌ ଯୋଡି ସମନ୍ଥା ଓ ନାଗା ଚୈତନ୍ୟ। ଛାଡପତ୍ର ପରେ ଦୁହେଁ ପ୍ରଥମଥର ପାଇଁ ଏକାଠି ହୋଇଛନ୍ତି। ନିକଟରେ ସମନ୍ଥା ଓ ନାଗା ପରସ୍ପରଠାରୁ ଛାଡପତ୍ର ନେବାକୁ ଘୋଷଣା କରିଥିଲେ। ଏହି ଖବର ତାଙ୍କର ଲକ୍ଷ ଲକ୍ଷ ଫ୍ୟାନ୍‌ମାନଙ୍କୁ ବଡ ଝଟ୍‌କା ଦେଇଥିଲା। ଦୁହେଁ ଛାଡପତ୍ର ଘୋଷଣା କରିବା ପରେ ଅଲଗା ହୋଇଯାଇଥିଲେ। ଏପରିକି ସେମାନଙ୍କୁ କୌଣସି ସ୍ଥାନରେ ଏକାଠି ଦେଖିବାକୁ ମିଳିନଥିଲା। କିନ୍ତୁ ନିକଟରେ ଦୁହିଁଙ୍କୁ ଗୋଟିଏ ସ୍ଥାନରେ […]

Naga and Samantha

Naga and Samantha

Madhupriya Mistry
  • Published: Tuesday, 28 December 2021
  • Updated: 28 December 2021, 05:33 PM IST

Sports

Latest News

ହାଇଦ୍ରାବାଦ: ପୁଣି ଏକାଠି ହେଲେ ସାଉଥର ସୁପରହିଟ୍‌ ଯୋଡି ସମନ୍ଥା ଓ ନାଗା ଚୈତନ୍ୟ। ଛାଡପତ୍ର ପରେ ଦୁହେଁ ପ୍ରଥମଥର ପାଇଁ ଏକାଠି ହୋଇଛନ୍ତି। ନିକଟରେ ସମନ୍ଥା ଓ ନାଗା ପରସ୍ପରଠାରୁ ଛାଡପତ୍ର ନେବାକୁ ଘୋଷଣା କରିଥିଲେ। ଏହି ଖବର ତାଙ୍କର ଲକ୍ଷ ଲକ୍ଷ ଫ୍ୟାନ୍‌ମାନଙ୍କୁ ବଡ ଝଟ୍‌କା ଦେଇଥିଲା।

ଦୁହେଁ ଛାଡପତ୍ର ଘୋଷଣା କରିବା ପରେ ଅଲଗା ହୋଇଯାଇଥିଲେ। ଏପରିକି ସେମାନଙ୍କୁ କୌଣସି ସ୍ଥାନରେ ଏକାଠି ଦେଖିବାକୁ ମିଳିନଥିଲା। କିନ୍ତୁ ନିକଟରେ ଦୁହିଁଙ୍କୁ ଗୋଟିଏ ସ୍ଥାନରେ ଦେଖିବାକୁ ମିଳିଥିଲା। ହାଇଦ୍ରାବାଦର ରାମନାଇଡୁଙ୍କ ଷ୍ଟୁଡିଓରେ ସାମନ୍ଥା ଏବଂ ନାଗା ଚୈତନ୍ୟ ସ୍ପଟ୍‌ ହୋଇଥିଲେ।

ଖବର ଅନୁଯାୟୀ, ଗତ ସପ୍ତାହରେ ସମନ୍ଥା ଓ ନାଗା ଚୈତନ୍ୟ ନିଜ ନିଜ ଫିଲ୍ମର ଶୁଟିଂ ପାଇଁ ହାଇଦ୍ରାବାଦର ରାମାନାଇଡୁଙ୍କ ଷ୍ଟୁଡିଓ ପହଞ୍ଚିଥିଲେ। ଦୁହେଁ ସେମାନଙ୍କର ଫିଲ୍ମର ସୁଟିଂ ହେତୁ ଏଠାକୁ ଆସିଥିଲେ। ନାଗା ତାଙ୍କ ଫିଲ୍ମ ‘ବଙ୍ଗାରରାଜୁ’ର ସୁଟିଂ ପାଇଁ ସେଠାରେ ପହଞ୍ଚିଥିବାବେଳେ ସାମନ୍ଥା ତାଙ୍କ ଫିଲ୍ମ’ ଯଶୋଦା’ର ସୁଟିଂ ପାଇଁ ପହଞ୍ଚିଥିଲେ। ହେଲେ ଏଠାରେ ପରସ୍ପର ଭେଟାଭେଟି ହେବା ପରେ ଉଭୟ ଦୂରେଇ ଯାଇଥିଲେ। ଏପରିକି ପରସ୍ପର ଠାରୁ ଲୁଚିବାକୁ ଚେଷ୍ଟା କରିଥିଲେ।

ନାଗା-ସାମନ୍ଥା ହୁଏତ ଗୋଟିଏ ସ୍ଥାନରେ ଉପସ୍ଥିତ ଥିଲେ କିନ୍ତୁ ଉଭୟ ନିଜ କାର୍ଯ୍ୟରେ ବ୍ୟସ୍ତ ଥିଲେ। ଏହି ସମୟରେ ଉଭୟଙ୍କ ମଧ୍ୟରେ କୌଣସି ବାର୍ତ୍ତାଳାପ ହୋଇନଥିଲା। ସୁଟିଂ ପରେ ଉଭୟ ନିଜ ନିଜ ଗାଡିରେ ବସି ସେହି ସ୍ଥାନ ଛାଡି ଚାଲି ଯାଇଥିଲେ। ଛାଡପତ୍ର ଘୋଷଣା ପରେ ଦୁହେଁ ଭଲ ବନ୍ଧୁ ରହିବେ ବୋଲି କହିଥିଲେ। କିନ୍ତୁ ଏବେ ଏମାନଙ୍କୁ ଦେଖିଲା ପରେ ଏଭଳି କିଛି ଥିଲା ଭଳି ମନେ ହେଉନାହିଁ।

ସୂଚନା ମୁତାବକ, ଅକ୍ଟୋବର ୨ ତାରିଖରେ ନାଗା ଚୈତନ୍ୟ ଓ ସମନ୍ଥା ଛାଡପତ୍ର ନେଇ ଘୋଷଣା କରିଥିଲେ। ସମନ୍ଥା ଓ ନାଗା ୩ ବର୍ଷ ପରସ୍ପରକୁ ଡେଟ୍‌ କରିବା ପରେ ୨୦୧୭ରେ ବିବାହ କରିଥିଲେ। ତେବେ ବିବାହର ୪ ବର୍ଷ ପୂର୍ତ୍ତି ପୂର୍ବରୁ ଏହି ଦମ୍ପତ୍ତି ଅଲଗା ହୋଇଯାଇଥିଲେ। ସମନ୍ଥା ନିଜ ସରନେମ୍‌ରୁ ଅକ୍କିନେନି ମଧ୍ୟ ହଟାଇ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos