‘ଭଗବାନ ମୋ ରୋଗ ଆଉ କାହାକୁ ନ ଦିଅନ୍ତୁ’

ଚେନ୍ନାଇ: ‘ମୁଁ ମାୟୋସାଇଟିସ୍ ରୋଗରେ ପୀଡ଼ିତ। ହେଲେ ଭଗବାନ ନ କରନ୍ତୁ ଆଉ କିଏ ଏହି ରୋଗରେ ଆକ୍ରାନ୍ତ ହୁଅନ୍ତୁ। ମାସାଧିକ କାଳ ଚିକିତ୍ସିତ ରହିବା ସହ ଔଷଧ ସେବନ କରିବା କଷ୍ଟ ଭଗବାନ କାହାକୁ ନ ଦିଅନ୍ତୁ।’ ନିଜ ରୋଗକୁ ନେଇ ସମାଲୋଚନାର ଶିକାର ହେବା ପରେ ଏପରି ମୁହଁତୋଡ଼ ଜବାବ ରଖିଛନ୍ତି ସାଉଥ ସୁନ୍ଦରୀ ସାମନ୍ଥା ରୁଥ। ସାଉଥ ଇଣ୍ଡଷ୍ଟ୍ରିର ସୁପରହିଟ୍ ଅଭିନେତ୍ରୀ ସାମନ୍ଥା ରୁଥ କିଛି ଦିନ ହେବ ନିଜ ସ୍ୱାସ୍ଥ୍ୟ ପାଇଁ […]

pic

  • Published: Tuesday, 10 January 2023
  • , Updated: 10 January 2023, 01:33 PM IST

ଚେନ୍ନାଇ: ‘ମୁଁ ମାୟୋସାଇଟିସ୍ ରୋଗରେ ପୀଡ଼ିତ। ହେଲେ ଭଗବାନ ନ କରନ୍ତୁ ଆଉ କିଏ ଏହି ରୋଗରେ ଆକ୍ରାନ୍ତ ହୁଅନ୍ତୁ। ମାସାଧିକ କାଳ ଚିକିତ୍ସିତ ରହିବା ସହ ଔଷଧ ସେବନ କରିବା କଷ୍ଟ ଭଗବାନ କାହାକୁ ନ ଦିଅନ୍ତୁ।’ ନିଜ ରୋଗକୁ ନେଇ ସମାଲୋଚନାର ଶିକାର ହେବା ପରେ ଏପରି ମୁହଁତୋଡ଼ ଜବାବ ରଖିଛନ୍ତି ସାଉଥ ସୁନ୍ଦରୀ ସାମନ୍ଥା ରୁଥ।

ସାଉଥ ଇଣ୍ଡଷ୍ଟ୍ରିର ସୁପରହିଟ୍ ଅଭିନେତ୍ରୀ ସାମନ୍ଥା ରୁଥ କିଛି ଦିନ ହେବ ନିଜ ସ୍ୱାସ୍ଥ୍ୟ ପାଇଁ ହେଡଲାଇନରେ ଅଛନ୍ତି। ମାୟୋସାଇଟିସ୍ ନାମକ ଏକ ଗୁରୁତର ରୋଗରେ ପୀଡ଼ିତ ଥିବା କିଛି ଦିନ ପୂର୍ବରୁ ସୋଶାଲ ମିଡିଆରେ ସାମନ୍ଥା ନିଜ ଫ୍ୟାନ୍ସଙ୍କୁ ଜଣାଇଥିଲେ। ହେଲେ ଏହି ରୋଗ ଯୋଗୁ ସେ ନିଜ ଚେହେରାର ଚମକ ଓ ଗ୍ଲୋ ହରାଇ ସାରିଥିବା ନେଇ ସୋଶାଲ ମିଡିଆରେ ପୋଷ୍ଟ ହେବା ପରେ ଏହାର କଡ଼ା ଜବାବ ରଖିଛନ୍ତି ଅଭିନେତ୍ରୀଜଣକ ।

ସାମନ୍ଥା ପୋଷ୍ଟ କରି କହିଛନ୍ତି ଯେ ସେ ଚାହୁଁ ନାହାନ୍ତି ଯେ ଏହି ରୋଗରେ କେହି କେବେ ପୀଡିତ ହୁଅନ୍ତୁ।  କାହାକୁ ଏହାର ଚିକିତ୍ସା ପ୍ରଣାଳୀ ଦେଇ ଗତି କରିବାକୁ ନ ପଡ଼ୁ। ଏଥିସହ ତୁମମାନଙ୍କ ଚେହେରାର ଗ୍ଲୋ ବଢ଼ାଇବା ପାଇଁ ମୋ’ ତରଫରୁ ଢେର ସାରା ଭଲ ପାଇବା ବୋଲି କହିଛନ୍ତି ସାମନ୍ଥା ।

ନାଗା ଚୈତନ୍ୟଙ୍କ ସହ ନିଜ ବିବାହ ବିଚ୍ଛେଦ ପରେ ପୁଣି ଥରେ ନିଜ ବେମାର ପାଇଁ ମିଡିଆରେ ଚର୍ଚ୍ଚାରେ ଅଛନ୍ତି ସାମନ୍ଥା  । ନିଜ ବେମାର ସମ୍ପର୍କରେ ଫ୍ୟାନ୍ସଙ୍କୁ ଜଣାଇବା ପରେ ଫ୍ୟାନ୍ସ ବି ତାଙ୍କ ମନୋବଳ ବଢ଼ାଇବାରେ ଲାଗିଛନ୍ତି। କେବଳ ଆପଣ ନୁହନ୍ତି ଆପଣଙ୍କ ହୃଦୟ ବି ବହୁତ ସୁନ୍ଦର ବୋଲି ଫ୍ୟାନ୍ସମାନେ ଟ୍ୱିଟ କରିଛନ୍ତି। ଆପଣଙ୍କ ଚେହେରାର ଚମକ ହଜିନି ବରଂ ତାହା ଅଧିକ ଚମକୁଛି ବୋଲି କହିଛନ୍ତି ପ୍ରଶଂସକ।

Related story