ଏକ୍ସ ହଜବ୍ୟାଣ୍ଡଙ୍କ ସହ ଅଛି କି ବନ୍ଧୁତା? କରନଙ୍କ ପ୍ରଶ୍ନର ଉତ୍ତର ଦେଲେ ସାମନ୍ଥା

ମୁମ୍ବାଇ: ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରହିଟ୍‌ କପଲ ନାଗା ଚୈତନ୍ୟ ଓ ସାମନ୍ଥା ରୁଥ ପ୍ରଭୁଙ୍କ ମଧ୍ୟରେ ବିଚ୍ଛେଦ ହୋଇ ସାରିଥିଲେ ମଧ୍ୟ ଏହାକୁ ନେଇ ଚର୍ଚ୍ଚା ଥମିବା ନାଁ ଧରୁନି। ଉଭୟଙ୍କ ହାଇ ପ୍ରୋଫାଇଲ ଡିଭୋର୍ସକୁ ନେଇ ଗଣମାଧ୍ୟମରେ ନାନା ଅନୁମାନ କରାଯାଉଥିବା ବେଳେ ଏବେ ମୁହଁ ଖୋଲିଛନ୍ତି ସାମନ୍ଥା। ‘କଫି ଉଇଥ୍‌ କରନ’ ଶୋ’କୁ ଖିଲାଡି କୁମାରଙ୍କ ସହ ଯାଇଥିବା ସାମନ୍ଥା ନିଜ ବିନ୍ଦାସ ଅନ୍ଦାଜ ପାଇଁ ଲାଇମଲାଇଟ୍‌ରେ ରହିଛନ୍ତି। ଏପରିକି ନାଗାଙ୍କ ସହ […]

samantha

samantha

Niharika Rout
  • Published: Friday, 22 July 2022
  • Updated: 22 July 2022, 01:37 PM IST

Sports

Latest News

ମୁମ୍ବାଇ: ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରହିଟ୍‌ କପଲ ନାଗା ଚୈତନ୍ୟ ଓ ସାମନ୍ଥା ରୁଥ ପ୍ରଭୁଙ୍କ ମଧ୍ୟରେ ବିଚ୍ଛେଦ ହୋଇ ସାରିଥିଲେ ମଧ୍ୟ ଏହାକୁ ନେଇ ଚର୍ଚ୍ଚା ଥମିବା ନାଁ ଧରୁନି। ଉଭୟଙ୍କ ହାଇ ପ୍ରୋଫାଇଲ ଡିଭୋର୍ସକୁ ନେଇ ଗଣମାଧ୍ୟମରେ ନାନା ଅନୁମାନ କରାଯାଉଥିବା ବେଳେ ଏବେ ମୁହଁ ଖୋଲିଛନ୍ତି ସାମନ୍ଥା। ‘କଫି ଉଇଥ୍‌ କରନ’ ଶୋ’କୁ ଖିଲାଡି କୁମାରଙ୍କ ସହ ଯାଇଥିବା ସାମନ୍ଥା ନିଜ ବିନ୍ଦାସ ଅନ୍ଦାଜ ପାଇଁ ଲାଇମଲାଇଟ୍‌ରେ ରହିଛନ୍ତି। ଏପରିକି ନାଗାଙ୍କ ସହ ନିଜ ସମ୍ପର୍କକୁ ନେଇ ଖୁଲମଖୁଲା କହିଛନ୍ତି ମନର କଥା ।

କରନ ଜୋହର ନିଜ ଶୋ’ରେ ସାମନ୍ଥାଙ୍କୁ ଛାଡପତ୍ର ବିଷୟରେ ପଚାରିଥିବା ବେଳେ ସାମନ୍ଥା ବି ଦେଇଛନ୍ତି ଖୁଲମଖୁଲା ଉତ୍ତର।  ଏନେଇ ସେ କହିଛନ୍ତି,  ଆମ ମଧ୍ୟରେ ଯାହା ସବୁ ଘଟିଗଲା,  ତାହା ମୋ ପାଇଁ ଖୁବ୍‌ କଷ୍ଟଦାୟକ ଥିଲା। କିନ୍ତୁ ବର୍ତ୍ତମାନ ମୁଁ ଠିକ ଅଛି । ମୁଁ ଏବେ ପୂର୍ବ ଅପେକ୍ଷା ଅଧିକ ଶକ୍ତିଶାଳୀ ହୋଇ ଯାଇଛି।

[caption id="attachment_750958" align="aligncenter" width="650"]show କଫି ଉଇଥ କରନରେ ଅକ୍ଷୟ କୁମାର ଓ କରନ ଜୋହରଙ୍କ ସହ ସାମନ୍ଥା ।[/caption]

ଏଥିସହ ସେ କହିଛନ୍ତି,  "କିନ୍ତୁ ଯଦି ତୁମେ ଆମ ଦୁଇଜଣଙ୍କୁ ଗୋଟିଏ କୋଠରୀରେ ବନ୍ଦ କରିଦିଅ ଏବଂ ସେଠାରେ କିଛି ତୀକ୍ଷ୍ଣ ଜିନିଷ ରହି ଯାଇଛି, ତେବେ ତାହାକୁ ଲୁଚାଇବାକୁ ପଡ଼ିବ ।

ଏବେ ତୁମ ଦୁଇଜଣଙ୍କ ମଧ୍ୟରେ ବନ୍ଧୁତା ଅଛି ନା ନାହିଁ ପ୍ରଶ୍ନର ଉତ୍ତରରେ ଅଭିନେତ୍ରୀ ନା କହିଥିଲେ। କିନ୍ତୁ ଭବିଷ୍ୟତରେ ପୁଣି ଥରେ ବନ୍ଧୁତା ଆରମ୍ଭ ହୋଇପାରେ ବୋଲି ବି ଇସାରା ଦେଇଛନ୍ତି।   ବୋଧହୁଏ ଏହା ପରେ ଘଟିବାରେ, କିନ୍ତୁ ବର୍ତ୍ତମାନ ନୁହେଁ ବୋଲି କହିଛନ୍ତି ସାମନ୍ଥା ।

ନିଜ ବିଷୟରେ ସବୁଠୁ ଅଧିକ ଖରାପ କ’ଣ ଶୁଣିଥିଲ ବୋଲି କରନଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ ସାମନ୍ଥା। ଏନେଇ ସେ କହିଥିଲେ, ବିଚ୍ଛେଦ ପାଇଁ ମୁଁ କାଳେ ୨୫୦ କୋଟି ନେଇଛି ବୋଲି ଚାରିଆଡ଼େ ଖୁବ୍‌ ଚର୍ଚ୍ଚା ହୋଇଥିଲା। ତେଣୁ ସବୁଦିନ ସକାଳେ ଉଠି ମୁଁ ଭାବୁଥିଲି, କେତେବେଳେ ଯଦି ମୋ ଘରକୁ ଇନଟ୍ୟାକ୍ସ ଅଫିସର ପଶି ଦେଖିବେ କି ମୋ ପାଖରେ କିଛି ନାହିଁ, ତାହାହେଲେ ସେମାନେ କ’ଣ ଭାବିବେ।

‘କଫି ଉଇଥ କରନ’ ଆରମ୍ଭ ହେଉ ହେଉ ସୁପରହିଟ୍‌ ହେବାରେ ଲାଗିଛି। ଏହି ସିଜିନର ପ୍ରଥମ ଏପିସୋଡ଼କୁ ଆଲିଆ ଭଟ୍ଟ ଓ ରଣବୀର ସିଂ ଆସିଥିବା ବେଳେ ଦ୍ୱିତୀୟ ଏପିସୋଡରେ ନିଜ ଗ୍ଲାମରର ତଡକା ଲଗାଇଥିଲେ ଜାହ୍ନବୀ କପୁର ଓ ସାରା ଅଲ୍ଲୀ ଖାନ ।  ଚଳିତ ସପ୍ତାହରେ ଦକ୍ଷିଣର ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ ଏବଂ ଅକ୍ଷୟ କୁମାର ଏହି ଶୋ’ର ଅତିଥି ହୋଇଥିଲେ। ଶୋ’ରେ ସାମନ୍ଥା ଏବଂ ଅକ୍ଷୟଙ୍କୁ ଅନେକ ପ୍ରଶ୍ନ ପଚାରିଥିଲେ କରନ, ଯାହାର ଉତ୍ତର ସେମାନେ ବିନ୍ଦାସ ତରିକାରେ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story