ସଲମାନଙ୍କ ସହ ଫିଲ୍ମ କରିବେ ବରୁଣ

ମୁମ୍ବାଇ: ବରୁଣ ଧୱନଙ୍କ ବହୁ ଦିନର ସ୍ୱପ୍ନ ପୂରଣ ହେବାକୁ ଯାଉଛି। କଥାଟା ହେଉଛି ବରୁଣ ଶୀଘ୍ର ଦବଙ୍ଗ ଷ୍ଟାର ସଲମାନଙ୍କ ସହ ଫିଲ୍ମ କରିବାକୁ ଯାଉଛନ୍ତି। ଫିଲ୍ମଟି ହେଉଛି ତାଙ୍କ ବାପା ଡେଭିଡ ଧୱନଙ୍କ ସୁପରହିଟ୍‌ ଫିଲ୍ମ ‘ଜୁଡ଼ୱା’ର ସିକ୍ୱେଲ। ବରୁଣ ବି-ଟାଉନ୍‌ରେ ହିରୋ ଭାବେ ନିଜ ପାଦ ସୁଦୃଢ଼ କରି ସାରିଥିଲେ ମଧ୍ୟ ତାଙ୍କର ଦୁଇଟି ଇଚ୍ଛା ଥିଲା ଯାହା ଏପର୍ଯ୍ୟନ୍ତ ପୂରଣ ହୋଇପାରି ନ ଥିଲା। ପ୍ରଥମଟି ହେଲା ‘ଜୁଡ଼ୱା’ର ସିକ୍ୱେଲରେ ହିରୋ […]

salman-varun

Rakesh Mallick
  • Published: Thursday, 10 November 2016
  • , Updated: 10 November 2016, 02:56 PM IST

ମୁମ୍ବାଇ: ବରୁଣ ଧୱନଙ୍କ ବହୁ ଦିନର ସ୍ୱପ୍ନ ପୂରଣ ହେବାକୁ ଯାଉଛି। କଥାଟା ହେଉଛି ବରୁଣ ଶୀଘ୍ର ଦବଙ୍ଗ ଷ୍ଟାର ସଲମାନଙ୍କ ସହ ଫିଲ୍ମ କରିବାକୁ ଯାଉଛନ୍ତି। ଫିଲ୍ମଟି ହେଉଛି ତାଙ୍କ ବାପା ଡେଭିଡ ଧୱନଙ୍କ ସୁପରହିଟ୍‌ ଫିଲ୍ମ ‘ଜୁଡ଼ୱା’ର ସିକ୍ୱେଲ।

ବରୁଣ ବି-ଟାଉନ୍‌ରେ ହିରୋ ଭାବେ ନିଜ ପାଦ ସୁଦୃଢ଼ କରି ସାରିଥିଲେ ମଧ୍ୟ ତାଙ୍କର ଦୁଇଟି ଇଚ୍ଛା ଥିଲା ଯାହା ଏପର୍ଯ୍ୟନ୍ତ ପୂରଣ ହୋଇପାରି ନ ଥିଲା। ପ୍ରଥମଟି ହେଲା ‘ଜୁଡ଼ୱା’ର ସିକ୍ୱେଲରେ ହିରୋ ହେବା ଓ ଦ୍ୱିତୀୟରେ ସଲମାନଙ୍କ ସହ ଏକାଠି କାମ କରିବା। ଯାହା ଏବେ ଏକା ସାଙ୍ଗରେ ପୂରଣ ହେବାକୁ ଯାଉଛି।

୨୦୧୭ରେ ଆରମ୍ଭ ହେବାକୁ ଥିବା ‘ଜୁଡ଼ୱା’ର ସିକ୍ୱେଲରେ ଅତିଥି କଳାକାର ଭାବେ ଆସିବାକୁ ସଲମାନ ସହମତି ପ୍ରଦାନ କରିଛନ୍ତି। ଏଥିରେ ସେ ବରୁଣଙ୍କ ଗୁରୁ ଭୂମିକାରେ ନଜରକୁ ଆସିବେ ଓ ତାଙ୍କୁ ଗୁଣ୍ଡାଗିରି କରିବାର କଳା ଶିଖାଇବେ।

ଡେଭିଡ଼ ଧୱନଙ୍କ ‘ଜୁଡ଼ୱା’ରେ ସଲମନ ଡବଲ୍‌ ରୋଲ୍‌ ଭୂମିକାରେ ଆସିଥିଲେ।

Related story