ଫାତିମା ଓ ସନାୟାଙ୍କ ଡ୍ୟାନ୍ସ ଧମାକା, ଭିଡିଓ ଭାଇରାଲ୍
- Published: Wednesday, 01 August 2018
- , Updated: 01 August 2018, 11:54 AM IST

ମୁମ୍ବାଇ: ସୁପରଷ୍ଟାର୍‌ ଆମୀର ଖାନ୍‌ଙ୍କ ସୁପର୍‌ହିଟ୍‌ ଫିଲ୍ମ ‘ଦଙ୍ଗଲ’ ବକ୍ସ ଅଫିସ୍‌ରେ ଅନେକ ରେକର୍ଡ ଭାଙ୍ଗିଛି। ଫିଲ୍ମରେ ଆମୀରଙ୍କ ଛଡ଼ା ଅନ୍ୟ ସମସ୍ତ କଳାକାରଙ୍କ ଅଭିନୟକୁ ବେଶ୍‌ ପ୍ରଶଂସା କରାଯାଇଛି। ଏହି ଫିଲ୍ମରେ ଗୀତା ଓ ବବିତା ଚରିତ୍ରରେ ଅଭିନୟ କରିଥିବା ଫାତିମା ସନା ଶେଖ୍‌ ଓ ସନାୟା ମଲହୋତ୍ରା ରାତାରାତି ଷ୍ଟାର ପାଲଟି ଯାଇଥିଲେ। ଦୁହିଁଙ୍କ ଦମ୍‌ଦାର୍‌ ଅଭିନୟ ଦର୍ଶକଙ୍କ ମନକୁ ବେଶ୍‌ ଛୁଇଁଥିଲା।

https://www.instagram.com/p/Bl2udiuBHjz/?taken-by=fatimasanashaikh

https://www.instagram.com/p/Bl3GMZxhAFZ/?taken-by=shazebsheikh

https://www.instagram.com/p/Bl2oQ5tFPNc/?taken-by=shazebsheikh

ଦୁହିଁଙ୍କ ରିଲ୍‌ ଲାଇଫ୍‌ କେମେଷ୍ଟ୍ରି ସହ ରିଅଲ୍ ଲାଇଫ୍‌ କେମେଷ୍ଟ୍ରି ବି ଖୁବ୍‌ ଭଲ। ଦୁହେଁ ଖୁବ୍‌ ଭଲ ବନ୍ଧୁ। ଜାଣିଛନ୍ତି, ଏହି ଦୁଇ ଅଭିନେତ୍ରୀ ରିଅଲ୍‌ ଲାଇଫ୍‌ରେ ଖୁବ୍‌ ଭଲ ଡ୍ୟାନ୍ସର। ଆପଣ ସନାୟା ଓ ଫାତିମାଙ୍କ ଭିଡିଓ ଦେଖିଲେ ଏହାର ଅନ୍ଦାଜ ଲଗାଇ ପାରିବେ। ନିକଟରେ ଏକ ଭିଡିଓ ଭାଇରାଲ୍‌ ହୋଇଛି ଯେଉଁଥିରେ ଦୁହେଁ ଜନ୍‌ ଆବ୍ରାହମ୍‌ଙ୍କ ଫିଲ୍ମ ‘ସତ୍ୟମେବ ଜୟତେ’ର ଆଇଟମ୍‌ ଗୀତ ‘ଦିଲ୍‌ବର୍‌’ ଗୀତରେ ଠୁମ୍‌କା ଲଗାଇଥିବା ଦେଖିବାକୁ ମିଳିଛି।

ଦୁହିଁଙ୍କର ଏହି ଭିଡିଓକୁ ଦୁଇ ଦିନ ମଧ୍ୟରେ ଲୋକେ ୪.୫ ଲକ୍ଷରୁ ଅଧିକ ଥର ଦେଖି ସାରିଲେଣି। ଭିଡିଓରେ ଦୁହେଁ ଜବରଦସ୍ତ ନାଚୁଛନ୍ତି।