ଡ୍ରଗ୍ସ ମାମଲାରେ ଗିରଫ ଅଭିନେତ୍ରୀଙ୍କୁ ମିଳିଲା ଜାମିନ୍

ବେଙ୍ଗାଲୁରୁ: କନ୍ନଡ଼ ଫିଲ୍ମ ଜଗତ ଅର୍ଥାତ୍ ସାଣ୍ଡାଲଉଡରେ ଚାଲିଥିବା ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ଅଭିନେତ୍ରୀ ସଞ୍ଜନା ଗଲାରାନୀଙ୍କୁ କର୍ଣ୍ଣାଟକ ହାଇକୋର୍ଟ ଜାମିନ୍ ଦେଇଛନ୍ତି। ସଞ୍ଜନାଙ୍କୁ ମେଡିକାଲ୍ ସହାୟତା ପାଇଁ ଏହି ଜାମିନ୍ ମିଳିଥିବା କୁହାଯାଉଛି। କିଛି ଦିନ ତଳେ ସଞ୍ଜନା ଜାମିନ୍ ପାଇଁ ଆବେଦନ କରିଥିଲେ, ଯାହା ପରେ ହାଇକୋର୍ଟ ମେଡିକାଲ୍ ସମସ୍ୟା କାରଣରୁ ତାଙ୍କ ଜାମିନକୁ ମଞ୍ଜୁର କରିଛନ୍ତି। ସଞ୍ଜନାଙ୍କ ଜାମିନ୍ ଆବେଦନରେ କୁହାଯାଇଥିଲା ଯେ ତାଙ୍କୁ ମେଡିକାଲ୍ ସହାୟତା ନିହାତି ଦରକାର। ଯଦି […]

sanjana

Ranjit Kumar Jena
  • Published: Friday, 11 December 2020
  • , Updated: 11 December 2020, 08:57 PM IST

ବେଙ୍ଗାଲୁରୁ: କନ୍ନଡ଼ ଫିଲ୍ମ ଜଗତ ଅର୍ଥାତ୍ ସାଣ୍ଡାଲଉଡରେ ଚାଲିଥିବା ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ଅଭିନେତ୍ରୀ ସଞ୍ଜନା ଗଲାରାନୀଙ୍କୁ କର୍ଣ୍ଣାଟକ ହାଇକୋର୍ଟ ଜାମିନ୍ ଦେଇଛନ୍ତି। ସଞ୍ଜନାଙ୍କୁ ମେଡିକାଲ୍ ସହାୟତା ପାଇଁ ଏହି ଜାମିନ୍ ମିଳିଥିବା କୁହାଯାଉଛି। କିଛି ଦିନ ତଳେ ସଞ୍ଜନା ଜାମିନ୍ ପାଇଁ ଆବେଦନ କରିଥିଲେ, ଯାହା ପରେ ହାଇକୋର୍ଟ ମେଡିକାଲ୍ ସମସ୍ୟା କାରଣରୁ ତାଙ୍କ ଜାମିନକୁ ମଞ୍ଜୁର କରିଛନ୍ତି।

ସଞ୍ଜନାଙ୍କ ଜାମିନ୍ ଆବେଦନରେ କୁହାଯାଇଥିଲା ଯେ ତାଙ୍କୁ ମେଡିକାଲ୍ ସହାୟତା ନିହାତି ଦରକାର। ଯଦି ତାଙ୍କର ସର୍ଜରୀ ଶୀଘ୍ର ନହୁଏ, ତାହେଲେ ତାଙ୍କୁ ହାମରେଜ୍ ହୋଇପାରେ। ଏଭଳି ସ୍ଥିତିରେ ହାଇକୋର୍ଟ ସରକାରୀ ହସ୍ପିଟାଲରେ ସଞ୍ଜନାଙ୍କର ଜରୁରୀ ଟେଷ୍ଟ କରାଇବା ପାଇଁ ଅନୁମତି ଦେଇଥିଲେ, ଯାହା ପରେ ତାଙ୍କୁ ଜାମିନ୍ ମିଳିଥିଲା।

ସୂଚନାଯୋଗ୍ୟ, ସେପ୍ଟେମ୍ବର ୮ ତାରିଖରେ ସାଣ୍ଡାଲଉଡ୍ ଡ୍ରଗ୍ ରାକେଟ୍‌ ମାମଲାରେ କ୍ରାଇମବ୍ରାଞ୍ଚ ସଞ୍ଜନାଙ୍କୁ ଗିରଫ କରିଥିଲା। ସେଣ୍ଟ୍ରାଲ୍ କ୍ରାଇମବ୍ରାଞ୍ଚ୍ ଅର୍ଥାତ୍ ସିସିବି ଡ୍ରଗ୍ସ ମାମଲାରେ ୧୨ଜଣଙ୍କୁ ଗିରଫ କରିଥିଲା। ଏଥିରେ ସଞ୍ଜନାଙ୍କ ସହ ଅଭିନେତ୍ରୀ ରାଗିନୀ ଦ୍ୱିବେଦୀ, ନିୟାଜ, ରିୟାଜ, ରବି, ଶଙ୍କର, ରାହୁଲ, ବୀରେନ୍ ଖାନ୍ନା, ଲୁମ୍ ପେପର ଓ ପ୍ରତୀକ ସେଟ୍ଟୀ ସାମିଲ୍‌ ଥିଲେ। ଗତମାସରେ ସଞ୍ଜନା ଓ ଅଭିନେତ୍ରୀ ରାଗିନୀଙ୍କ ଜାମିନ ଆବେଦନକୁ କର୍ଣ୍ଣାଟକ ହାଇକୋର୍ଟ ଖାରଜ କରିଦେଇଥିଲେ।

Related story