ମୁମ୍ବାଇ: ପୁଣି ଥରେ ଆକ୍ସନ ମୁଡରେ ବଲିଉଡ ଅଭିନେତା ତଥା ହ୍ୟାଣ୍ଡସମ ହଙ୍କ ଆଦିତ୍ୟ ରୟ କପୁର । ପିଲ୍ମ ‘ଓମ୍: ଦ ବ୍ୟାଟଲ ୱିଥଇନ୍’ରେ ନଜର ଆସିବେ ଆଦିତ୍ୟ । ଏନେଇ ଘୋଷଣା ହୋଇଛି । ତେବେ ବଡ କଥା ହେଉଛି ଏହି ଫିଲ୍ମରେ ତାଙ୍କ ଅପଜିଟିର ନଜର ଆସିବେ ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଶେଷ ଫିଲ୍ମର ହିରୋଇନ ସଞ୍ଜନା ସାଙ୍ଘି ।
ଫିଲ୍ମ ‘ଦିଲ ବେଚାରା’ ପରେ ବଲିଉଡ ଠାରୁ ଦୂରେଇ ଯାଇଥିବା ସଞ୍ଜନାଙ୍କୁ ଏହି ଫିଲ୍ମ ଜରିଆରେ ପୁଣି ଦର୍ଶକ ଦେଖିବାକୁ ପାଇବେ । ମୁଖ୍ୟ ଅଭିନେତ୍ରୀ ରୂପେ ସଞ୍ଜନାଙ୍କ ଏହା ଦ୍ୱତୀୟ ଫିଲ୍ମ ହେବ, ଯାହାକୁ ନେଇ ସେ ବେଶ ଉତ୍ସାହିତ ଅଛନ୍ତି ।
ମୁମ୍ବାଇ ମିରର ସୂଚନା ମୁତାବକ, ଏହା ଏକ ଆକ୍ସନ ଓ ଥ୍ରୀଲର ଫିଲ୍ମ । ଏଥିରେ ସଞ୍ଜନାଙ୍କୁ ଜଣେ ସାଧାରଣ ଝିଅ ଭୂମିକାରେ ନଜର ଆସିବେ । ଯିଏ ଜୀବନରେ ଆଗକୁ ବଢ଼ିବା ପାଇଁ କିଭଳି ସଂଘର୍ଷ କରୁଛି ତାହା ଦେଖିବାକୁ ମିଳିବ । ଏହି ଫିଲ୍ମ ପାଇଁ ସଞ୍ଜନା ଏବେ ଠାରୁ ହିଁ ଟ୍ରେନିଂ ନେବା ଆରମ୍ଭ କରିସାରିଲେଣି । ଅହମ୍ମଦ ଖାନଙ୍କ ପ୍ରଯୋଜନାରେ ତିଆରି ଏହି ଫିଲ୍ମ ଆସନ୍ତା ବର୍ଷ ମଧ୍ୟଭାଗରେ ରିଲିଜ ହେବ ।