‘ମାର୍କୋ’ ଜରିଆରେ ବଲିଉଡକୁ ଫେରିବେ ସଞ୍ଜୟ ଦତ୍ତ

ମୁମ୍ବାଇ: ଖୁବଶୀଘ୍ର ମୁନାଭାଇ ପରଦାକୁ ଫେରୁଛନ୍ତି। ନିର୍ଦ୍ଦେଶକ ବିଧୁ ବିନୋଦ ଚୋପ୍ରାଙ୍କ ଅପ୍‌କମିଂ ଫିଲ୍ମ ‘ମାର୍କୋ’ ଜରିଆରେ ସଞ୍ଜୟ ଦତ୍ତ ବଲିଉଡରେ ରିଏଣ୍ଟ୍ରି କରିବେ। ନିଜେ ବିନୋଦ ଏ କଥା କହିଛନ୍ତି। ୧୮ତମ ‘ଜିୟୋ ମାମି’ ଫିଲ୍ମ ମହୋତ୍ସବ କାର୍ଯ୍ୟକ୍ରମରେ ବିନୋଦ କହିଛନ୍ତି,“ଲେଖକ ଅଭିଯାତ ଯୋଶୀଙ୍କ ସହ ‘ମାର୍କୋ’କୁ ନେଇ କାମ କରୁଛି। ‘ମାର୍କୋ’ର ଚିତ୍ରନାଟ୍ୟ ଉପରେ କାମ ଚାଲିଛି। ଏହା ସରିବା ପରେ ଫିଲ୍ମର ସୁଟିଂ ଆରମ୍ଭ କରାଯିବ।” ଫିଲ୍ମରେ ସଞ୍ଜୟ ଦତ୍ତ ଗୋହନ ଚରିତ୍ରରେ […]

sanjay-dutt

Rakesh Mallick
  • Published: Monday, 31 October 2016
  • , Updated: 31 October 2016, 03:48 PM IST

ମୁମ୍ବାଇ: ଖୁବଶୀଘ୍ର ମୁନାଭାଇ ପରଦାକୁ ଫେରୁଛନ୍ତି। ନିର୍ଦ୍ଦେଶକ ବିଧୁ ବିନୋଦ ଚୋପ୍ରାଙ୍କ ଅପ୍‌କମିଂ ଫିଲ୍ମ ‘ମାର୍କୋ’ ଜରିଆରେ ସଞ୍ଜୟ ଦତ୍ତ ବଲିଉଡରେ ରିଏଣ୍ଟ୍ରି କରିବେ। ନିଜେ ବିନୋଦ ଏ କଥା କହିଛନ୍ତି।

୧୮ତମ ‘ଜିୟୋ ମାମି’ ଫିଲ୍ମ ମହୋତ୍ସବ କାର୍ଯ୍ୟକ୍ରମରେ ବିନୋଦ କହିଛନ୍ତି,“ଲେଖକ ଅଭିଯାତ ଯୋଶୀଙ୍କ ସହ ‘ମାର୍କୋ’କୁ ନେଇ କାମ କରୁଛି। ‘ମାର୍କୋ’ର ଚିତ୍ରନାଟ୍ୟ ଉପରେ କାମ ଚାଲିଛି। ଏହା ସରିବା ପରେ ଫିଲ୍ମର ସୁଟିଂ ଆରମ୍ଭ କରାଯିବ।”

ଫିଲ୍ମରେ ସଞ୍ଜୟ ଦତ୍ତ ଗୋହନ ଚରିତ୍ରରେ ନଜର ଆସିବେ। ସେହିପରି ବିନୋଦଙ୍କ ଭଉଣୀ ସେଲି ଏହି ଫିଲ୍ମ ଜରିଆରେ ନିର୍ଦ୍ଦେଶନା କ୍ୟାରିଅର ଆରମ୍ଭ କରିବାକୁ ଯାଉଛନ୍ତି।

ଆସନ୍ତାବର୍ଷ ‘ମାର୍କୋ’ ପରଦାକୁ ଆସିପାରେ।

Related story