ମୁମ୍ବାଇ: ସୈଫ୍ ଅଲ୍ଲୀଖାନ୍ ଓ ଅମ୍ରିତା ସିଂହଙ୍କ ଝିଅ ସାରା ଖାନ୍ ଓ ଶାହିଦ କାପୁରଙ୍କ ସମ୍ପର୍କୀୟ ଭାଇ ଇଶାନ୍ ଖଟ୍ଟର ଖୁବଶୀଘ୍ର ବଲିଉଡ୍ରେ ଡେବ୍ୟୁ କରିବାକୁ ଯାଉଛନ୍ତି।
୨୦୧୨ରେ କରନ୍ ଜୋହରଙ୍କ ନିର୍ଦ୍ଦେଶିକ ବ୍ଲକବ୍ଲଷ୍ଟର ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ୍ ଦି ଇୟର’ର ସିକ୍ୟୁଏଲ୍ରେ ସାରା ଓ ଇଶାନ୍ ବଲିଉଡ୍ରେ ଏଣ୍ଟ୍ରି ମାରିବେ ବୋଲି ଚର୍ଚ୍ଚା ଜୋର ଧରିଛି। ଧର୍ମା ପ୍ରଡକ୍ସସନ୍ସ ବ୍ୟାନରରେ ମୋହିତ ସୁରିଙ୍କ ପ୍ରଯୋଜନାରେ ଏହି ନବାଗତ ଯୋଡି ବଲିଉଡ୍ରେ ପ୍ରବେଶ କରିବେ ବୋଲି ଆଶା କରାଯାଉଛି।
କିନ୍ତୁ ନିକଟରେ ଏହି ଫିଲ୍ମରେ ‘ବାଗି’ଷ୍ଟାର ଟାଇଗର ଶ୍ରଫ ଅଭିନୟ କରିବେ ବୋଲି ଚର୍ଚ୍ଚା ହେଉଥିଲା।
ସୂଚନାଯୋଗ୍ୟ, ‘ଷ୍ଟୁଡେଣ୍ଟ ଅଫ୍ ଦି ଇୟର’ ଫିଲ୍ମରେ ସିଦ୍ଧାର୍ଥ ମାଲୋହୋତ୍ରା, ବରୁଣ ଧୱନ୍ ଓ ଆଲିଆ ଭଟ୍ଟ ଏଣ୍ଟ୍ରି ମାରିଥିଲେ।