ଓଠ ସର୍ଜରୀ କରି ଅଡ଼ୁଆରେ ସାରା ଖାନ୍‌, ଯିଏ ଦେଖୁଛି ନାକ ଟେକୁଛି

ମୁମ୍ବାଇ: ସୋଶାଲ ମିଡିଆରେ ବଲିଉଡର ଅନେକ କଳାକାର ପ୍ରାୟ ସବୁବେଳେ ଟ୍ରଲ ହୁଅନ୍ତି। ହେଲେ ଏବେ ଟେଲିଭିଜନ୍‌ର ଜଣାଶୁଣା କଳାକାର ଅଭିନେତ୍ରୀ ସାରା ଖାନ୍‌ କିଛି ହଟକେ ଦେଖାଯିବା ଚକ୍କର୍‌ରେ ସୋଶାଲ ମିଡିଆରେ ଟ୍ରଲ୍‌ର ଶିକାର ହୋଇଛନ୍ତି। ନିଜକୁ ସମସ୍ତଙ୍କଠୁ ଅଲା ଦେଖାଇବା ପାଇଁ ସେ ନିଜର ଲିପ୍‌ ସର୍ଜରୀ କରାଇଛନ୍ତି। ଆଉ ଯେମିତି ସେ ଏହି ଫଟୋ ସୋଶାଲ ମିଡିଆରେ ଛାଡ଼ିଛନ୍ତି ଫ୍ୟାନ୍‌ମାନେ ତାଙ୍କୁ ସମାଲୋଚନା କରିବା ଆରମ୍ଭ କରିଦେଇଛନ୍ତି। ଫ୍ୟାନ୍‌ମାନେ ସାରାଙ୍କ ଫଟକୁ ନେଇ […]

sara khan

Chinmayee Roy
  • Published: Saturday, 12 January 2019
  • , Updated: 12 January 2019, 06:37 PM IST

ମୁମ୍ବାଇ: ସୋଶାଲ ମିଡିଆରେ ବଲିଉଡର ଅନେକ କଳାକାର ପ୍ରାୟ ସବୁବେଳେ ଟ୍ରଲ ହୁଅନ୍ତି। ହେଲେ ଏବେ ଟେଲିଭିଜନ୍‌ର ଜଣାଶୁଣା କଳାକାର ଅଭିନେତ୍ରୀ ସାରା ଖାନ୍‌ କିଛି ହଟକେ ଦେଖାଯିବା ଚକ୍କର୍‌ରେ ସୋଶାଲ ମିଡିଆରେ ଟ୍ରଲ୍‌ର ଶିକାର ହୋଇଛନ୍ତି। ନିଜକୁ ସମସ୍ତଙ୍କଠୁ ଅଲା ଦେଖାଇବା ପାଇଁ ସେ ନିଜର ଲିପ୍‌ ସର୍ଜରୀ କରାଇଛନ୍ତି। ଆଉ ଯେମିତି ସେ ଏହି ଫଟୋ ସୋଶାଲ ମିଡିଆରେ ଛାଡ଼ିଛନ୍ତି ଫ୍ୟାନ୍‌ମାନେ ତାଙ୍କୁ ସମାଲୋଚନା କରିବା ଆରମ୍ଭ କରିଦେଇଛନ୍ତି। ଫ୍ୟାନ୍‌ମାନେ ସାରାଙ୍କ ଫଟକୁ ନେଇ ଅନେକ ଖରାପ ଖରାପ କମେଣ୍ଟ କରିଛନ୍ତି। କିଛି ଲେଖିଛନ୍ତି, ‘ପ୍ରାକୃତି ସୁନ୍ଦର ଚେହେରାକୁ ଏ କ’ଣ କରିଛ ?’ ଆଉ କିଛି ୟୁଜର ଲେଖିଛନ୍ତି, ‘ବହୁତ ଖରାପ ଓ ଭୟଙ୍କର ଦିଶୁଛ, ତୁମ ସର୍ଜରି ବିଗିଡ଼ିଯାଇଛି।’ ଏହିସବୁ ନେଗେଟିଭ୍ କମେଣ୍ଟକୁ ନେଇ ସରା ଏଯାଏ କଛି ପ୍ରତିକ୍ରିୟା ଦେଇନାହାନ୍ତି।

https://www.instagram.com/p/BsbErmrBjVT/?utm_source=ig_web_copy_link

ପୂର୍ବରୁ ୨୦୧୦ରେ ସାରା ବିବାଦ ଘେରକୁ ଆସିଥିଲେ, ଯେତେବେଳେ ସେ ରିଆଲିଟି ଶୋ’ ‘ବିଗ୍‌ବସ୍‌-୪’ ରେ ସହପ୍ରତିଯୋଗୀ ଅଲ୍ଲୀ ମର୍ଚାଣ୍ଟଙ୍କ ସହ ବିବାହ କରିଥିଲେ। ହେଲେ ଦୁଇମାସ ପରେ ସେମାନଙ୍କର ବିଚ୍ଛେଦ ହୋଇଯାଇଥିଲା। ସେତେବେଳେ ଏହାକୁ  ଶୋ ଜିତିବା ପାଇଁ ଏକ ପବ୍ଲିସିଟି ଷ୍ଟଣ୍ଟ ବୋଲି କୁହାଗଲା। ଏଥିପାଇଁ ସେମାନଙ୍କୁ ବିଗ୍‌ବସ୍‌ ତରଫରୁ ୫୦ ଲକ୍ଷଟଙ୍କା ମିଳିଥିଲା ବୋଲି ମଧ୍ୟ ଚର୍ଚ୍ଚା ହୋଇଥିଲା। ହେଲେ ଚ୍ୟାନେଲ୍‌ ତରଫରୁ ଏହାକୁ ଖଣ୍ଡନ କରାଯାଇଥିଲା। ପରେ ରିୟାଲିଟି ଶୋ ‘ସଚ୍‌ କା ସାମ୍ନାରେ କହିଥିଲେ ଯେ,ଏହା ଏକ ପବ୍ଲିସିଟି ଷ୍ଟଣ୍ଟ ଥିଲା ଯାହାକି ତାଙ୍କ ଜୀବନର ସବୁଠୁ ବଡ଼ ଭୁଲ୍‌ ଥିଲା।’

ସାରା ୨୦୦୭ରେ ‘ସପ୍ନା ବାବୁଲ୍‌କା ବିଦାୟୀ’ରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ। ଏହାପରେ ‘ବିଗ୍‌ବସ୍‌-୪’, ‘ରାମ ମିଲାଇ ଯୋଡ଼ି’, ରିୟାଲିଟି ସୋ ‘ୱେଲକମ୍‌- ବାଜୀ ମେହେମାନ-ନୱାଜୀକି’, ‘ଏନ୍‌କାଉଣ୍ଟର’ ପରି ସୋଗୁଡ଼ିକରେ କାମ କରିଛନ୍ତି।

 

Related story