ସିମ୍ବାରେ ସାରାଙ୍କ ସହ ଦେଖିବାକୁ ମିଳିବେ ଏହି ଅଭିନେତା

ମୁମ୍ବାଇ: ସୈଫ୍‌ଅଲ୍ଲୀ ଖାନ୍‌ଙ୍କ ଝିଅ ସାରା ଫିଲ୍ମ ‘କେଦାରନାଥ’ରୁ ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ପ୍ରଥମ ଫିଲ୍ମର ସୁଟିଂ ଶେଷ ହେବା ପୂର୍ବରୁ ସାରାଙ୍କୁ ଆଉ ଏକ ଫିଲ୍ମରେ କାମ କରିବାର ଅଫର ଆସିଛି। ଫିଲ୍ମଟି ହେଉଛି ‘ସିମ୍ବା’। ଏହି ଫିଲ୍ମରେ ଲିଡ୍‌ ରୋଲରେ ଅଛନ୍ତି ରଣବୀର ସିଂହ। ପ୍ରଯୋଜନା ଦାୟିତ୍ୱରେ ଅଛନ୍ତି କରଣ ଜୋହର ଓ ନିର୍ଦ୍ଦେଶନା ଦେବେ ରୋହିତ୍‌ ସେଟ୍ଟୀ। ପୂର୍ବରୁ ଅନେକ ସମୟ ଧରି ଏହି ଫିଲ୍ମ ପାଇଁ ଅଭିନେତ୍ରୀ ଖୋଜା ଚାଲିଥିଲା। […]

new image

Rakesh Mallick
  • Published: Tuesday, 20 March 2018
  • , Updated: 20 March 2018, 02:31 PM IST

ମୁମ୍ବାଇ: ସୈଫ୍‌ଅଲ୍ଲୀ ଖାନ୍‌ଙ୍କ ଝିଅ ସାରା ଫିଲ୍ମ ‘କେଦାରନାଥ’ରୁ ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ପ୍ରଥମ ଫିଲ୍ମର ସୁଟିଂ ଶେଷ ହେବା ପୂର୍ବରୁ ସାରାଙ୍କୁ ଆଉ ଏକ ଫିଲ୍ମରେ କାମ କରିବାର ଅଫର ଆସିଛି। ଫିଲ୍ମଟି ହେଉଛି ‘ସିମ୍ବା’। ଏହି ଫିଲ୍ମରେ ଲିଡ୍‌ ରୋଲରେ ଅଛନ୍ତି ରଣବୀର ସିଂହ। ପ୍ରଯୋଜନା ଦାୟିତ୍ୱରେ ଅଛନ୍ତି କରଣ ଜୋହର ଓ ନିର୍ଦ୍ଦେଶନା ଦେବେ ରୋହିତ୍‌ ସେଟ୍ଟୀ।

ପୂର୍ବରୁ ଅନେକ ସମୟ ଧରି ଏହି ଫିଲ୍ମ ପାଇଁ ଅଭିନେତ୍ରୀ ଖୋଜା ଚାଲିଥିଲା। କେତେ ବେଳେ ପ୍ରିୟା ପ୍ରକାଶ ତ କେତେବେଳେ ଜାହ୍ନବୀ କପୁରଙ୍କ ନାଁ ଶୁଣିବାକୁ ମିଳିଥିଲା । ଖାଲି ସେତିକି ନୁହେଁ ଦୀପିକା ଆଉ ସାରାଙ୍କ ନାଁ ବି ଉଠିଥିଲା। ଏମିତି ବି ଶୁଣିବାକୁ ମିଳିଥିଲା ଯେ, ରଣବୀର ଦୀପିକାଙ୍କୁ ନେବା ପାଇଁ କୁଆଡେ ଜିଦ୍‌ ଧରି ବସିଥିଲେ। କିନ୍ତୁ ଶେଷରେ କରଣ ଜୋହର ଓ ରୋହିତ୍‌ ସେଟ୍ଟୀ ସାରାଙ୍କୁ ହିଁ ‘ସିମ୍ବା’ ପାଇଁ ସାଇନ୍‌ କରିଛନ୍ତି।

ଫିଲ୍ମରେ ରଣବୀର ସିଂହ ଏକ ବଦ୍‌ମାସ ପୋଲିସ୍‌ ଅଧିକାରୀ ଚରିତ୍ରରେ ନଜର ଆସୁଛନ୍ତି। ଏଥିରେ ତାଙ୍କ ନାଁ ରହିଛି ସଂଗ୍ରାମ ଭାଲେରାୱ। ଫିଲ୍ମରେ ପ୍ରଥମ କରି ରଣବୀର ଓ ସାରାଙ୍କୁ ଏକାଠି ଦେଖିବାକୁ ମିଳିବ। ଚଳିତ ବର୍ଷ ଡିସେମ୍ବର ୨୮ରେ ଏହା ରିଲିଜ୍‌ କରିବାର ଯୋଜନା କରାଯାଇଛି।

ସୂଚନାଯୋଗ୍ୟ ଯେ ଏହି ଫିଲ୍ମଟି ଏକ ତେଲଗୁ ଫିଲ୍ମ ‘ଟେମ୍ପର’ର ରିମେକ। କିନ୍ତୁ ଫିଲ୍ମ ନିର୍ମାତା ଏହି କଥା ସ୍ପଷ୍ଟ କରିଛନ୍ତି ଯେ ଏହାର କାହାଣୀ ସଂପୂର୍ଣ ଭାବେ ତେଲଗୁ ଫିଲ୍ମ ଭଳି ହେବ ନାହିଁ। କେବଳ୨୦ ପ୍ରତିଶତ ହିଁ ସେହି ଫିଲ୍ମରୁ କପି କରାଯିବ।

 

 

Related story